ପ୍ରମୂଖ ଖବର
  • ଆଇପିଏସ୍ ସୋନାଲି ମିଶ୍ର ଆରପିଏଫର ପ୍ରଥମ ମହିଳା ମହାନିର୍ଦ୍ଦେଶକ
  • ||
  • କୋଲାକାତା ଆଇଆଇଏମରେ ଦୁଷ୍କର୍ମ ମାମଲା, ତଦନ୍ତ ଲାଗି ଏସ୍ଆଇଟି ଗଠିତ
  • ||
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଭାଇରାଲ ସୁନ୍ଦରୀ ମୋନାଲିସାଙ୍କର ଟେଣ୍ଟରେ ପଶିଲେ ଯୁବକ, ଫୋନ ବାହାର କରି କହିଲେ ...

Published By : Prameya | January 23, 2025 4:27 PM

ନୂଆଦିଲ୍ଲୀ : ନିଜର ସୁନ୍ଦରତା କାରଣରୁ ଲୋକପ୍ରିୟ ପାଲଟି ଥିବା ମହାକୁମ୍ଭରେ ଫୁଲର ମାଳା ବିକ୍ରି କରୁଥିବା ମୋନାଲିସା ଭୋସଲେ , ଏବେ ଖୁବ୍‌ ଭୟଭୀତ। ଖବର ଆସିଛି କି, ତାଙ୍କ ଅଭିଯୋଗ ଆଧାରରେ , କିଛି ଲୋକ ଜୋର ଜବରଦସ୍ତି ତାଙ୍କ ଟେଣ୍ଟ ଭିତରେ ପଶି ଯାଇଥିଲେ। ବର୍ତ୍ତମାନ ଏହାକୁ ନେଇ ଉତ୍ତର ପ୍ରଦେଶ ପୁଲିସ କିଛି କହି ନାହିଁ। କହି ରଖୁଛୁ କି , ଜଣେ ଇନଫ୍ଲୁଏନ୍ସର ଭିଡ଼ିଓ ସେୟାର କରିବା ପରେ ମୋନାଲିସା ଖୁବ୍‌ ଚର୍ଚ୍ଚାକୁ ଆସିଥିଲେ। ସେ ମଧ୍ୟ ପ୍ରଦେଶର ଇନ୍ଦୋରରେ ରୁହନ୍ତି। 

ମୋନାଲିସା ଅଭିଯୋଗ କରିଛନ୍ତି କି, ଲୋକେ ଜବରଦସ୍ତି ତାଙ୍କ ସହ ଫଟୋ ଉଠାଇବାକୁ ଚେଷ୍ଟା କରୁଥିଲେ। ଏକ ଭିଡ଼ିଓରେ ସେ କହୁ ଥିବାର ଶୁଣା ଯାଉଛି। କିଛି ଲୋକ ଏଠାରେ ଜବରଦସ୍ତି ମୋ ପାପାଙ୍କ ନାଁ ନେଇ ଆସିଲେ। କହିଲେ ଆପଣଙ୍କ ପାପା ମୋତେ ପଠାଇଛନ୍ତି। ମୁଁ ସେଠାରେ ମନା କରି କହିଲି , ମୋ ପାପା ଯଦି ପଠାଇଛନ୍ତି ତ ମୋ ପାପାଙ୍କ ପାଖକୁ ଯାଅ । ମୁଁ ଆପଣଙ୍କ ସହ ଫଟୋ ଉଠାଇବିନି ଭାଇ। 

ସେ ଆହୁରି କହିଛନ୍ତି , ଏବେ ମୋତେ ମଧ୍ୟ ଭୟ ଲାଗୁଛି କି, ଏଠାରେ କେହି ନାହାନ୍ତି, କେହି କିଛି ବି କରି ପାରନ୍ତି। ଏଠାରେ ଲାଇଟ୍‌ ନାହିଁ କିଛି ନାହିଁ , ତଥାପି ଲୋକେ ଜବରଦସ୍ତି ଭିତରକୁ ପଶି ଆସୁଛନ୍ତି। ଏତିକି ବେଳେ ମୋ ପାପା ଆସିଗଲେ। ମୋ ପାପା ଜୋରରେ ପାଟି କରି କହିଲେ , ତମେ ଜହରଦସ୍ତି ଝିଅ ପାଖକୁ କେମିତି ଆସିଲ। ସେତେବେଳେ ମୁଁ ପାପାଙ୍କୁ ପଚାରିଲି , ତୁମେ ଏମାନଙ୍କୁ ମୋ ପାଖକୁ ପଠାଇ ଥିଲ କି ? ବାପା କହିଥିଲେ ମୁଁ ତାଙ୍କୁ ତ ପଠାଇ ନାହିଁ।

ମୋନାଲିସା କହିଛନ୍ତି, ରାଗରେ ମୋ ଭାଇ ତାଙ୍କର ମୋବାଇଲ ନେଇଗଲେ ଏବଂ ୯ଜଣ ଲୋକ ମିଶି ମୋ ଭାଇକୁ ମାଡ଼ ମାରିଲେ। 

ଖବର ଅନୁସାରେ, ଚର୍ଚ୍ଚାକୁ ଆସିବା ପର ଠାରୁ ଲଗାତାର ତାଙ୍କ ପାଖକୁ ଲୋକେ ଫଟୋ ଓ ଇଣ୍ଟରଭ୍ୟୁ ପାଇଁ ଆସୁଛନ୍ତି। ଏଥିଯୋଗୁଁ ତାଙ୍କର ମାଳା ବିକ୍ରି ବିଶେଷ ଭାବେ ପ୍ରଭାବିତ ହୋଇଛି। ନିକଟରେ ଖବର ଆସିଥିଲା କି, ତାଙ୍କ ପିତା ତାଙ୍କୁ ଘରକୁ ପଠାଇ ଦେଇଛନ୍ତି। ହେଲେ ପରେ ମୋନାଲିସାଙ୍କ ଜେଜେ କହିଥିଲେ କି, ସେ ମହାକୁମ୍ଭ ମେଳାରେ ହିଁ ଅଛନ୍ତି।    

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.