ପୁରୀ: ୧୧୦୦ କୋଟି ଟପିଲା ମହାପ୍ରଭୁଙ୍କ ଶ୍ରୀଜଗନ୍ନାଥ ବ୍ୟାଙ୍କ ଜମା । ଏହି ଜମା ଉପରେ ବାର୍ଷିକ ୭% ସୁଧ ହିସାବ କଲେ ଏହା ୭୭ କୋଟି ଟପିବ । ଦିନକୁ ସୁଧର ପରିମାଣ ହିସାବ କଲେ ଏହି ଜମାରୁ ୨୧ ଲକ୍ଷ ଟଙ୍କା ଏବଂ ମାସିକ ୬ କୋଟିରୁ ଅଧିକ ଟଙ୍କା ସୁଧ ମିଳୁଛି । ଶ୍ରୀମନ୍ଦିର ପ୍ରଶାସନ ଏବେ ପ୍ରାୟ ୭ଟି ଜାତୀୟ ବ୍ୟାଙ୍କରେ ମହାପ୍ରଭୁଙ୍କ ନାମରେ ଦାନ ପାଣ୍ଠି ଅଛି । ଚଳିତ ମାସରେ ବ୍ୟାଙ୍କ ଅଫ୍‌ ବରୋଦାରେ ୩୭କୋଟି ୮୭ ଲକ୍ଷ ଟଙ୍କା ଶ୍ରୀମନ୍ଦିର ଫଣ୍ଡ ଜମା ହୋଇଛି । ଏହି ଟଙ୍କାକୁ ୭.୬୫% ସୁଧ ହାରରେ ଜମା କରାଯାଇଛି ।

ଚଳିତ ମାସରେ ଦୁଇଟି ଜାତୀୟ ବ୍ୟାଙ୍କ ବ୍ୟାଙ୍କ ଅଫ୍‌ ବରୋଦା ଓ ୟୁନିୟନ ବ୍ୟାଙ୍କରୁ ଉକ୍ତ ୩୭.୬୭ କୋଟି ଟଙ୍କା ମାଚ୍ୟୁରିଟି ପାଇଥିଲା । ପରେ ଚଳିତ ମାସ ଆୟ ଫଣ୍ଡକୁ ମିଶାଇ ମୋଟ ୩୭.୮୭ କୋଟି ବ୍ୟାଙ୍କ୍‌ ଅଫ୍‌ ବରୋଦାରେ ରଖାଯାଇଛି । ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଓ ଚାର୍ଟାର୍ଡ ଆକାଉଣ୍ଟାଣ୍ଟଙ୍କ ଉପସ୍ଥିତିରେ ଏହି ଶ୍ରୀମନ୍ଦିର ଫଣ୍ଡକୁ ବ୍ୟାଙ୍କ୍‌ ଅଫ ବରୋଦାକୁ ଅଧିକ ସୁଧ ପ୍ରଦାନ ବିଡ଼ିଂ ଆଧାରରେ ଦିଆଯାଇଛି । ଚଳିତ ମାସରେ ହୁଣ୍ଡି ଆୟ ଆଶାନୁରୂପ ଭାବରେ ବଢ଼ିଛି । ଗତ ସପ୍ତାହକର ଡାଟା ଦେଖିଲେ ଜୁନ୍‌ ୧୨ ତାରିଖରୁ ୧୯ ତାରିଖ ଭିତରେ କେବଳ ହୁଣ୍ଡିରୁ ୫୩ ଲକ୍ଷ ୪୭ ହଜାର ୯୭୬ ଟଙ୍କା ଆଦାୟ ହୋଇଛି । ଯେଉଁଥିରେ କେବଳ ଜୁନ୍‌ ୧୨ ତାରିଖରେ ୧୨ ଲକ୍ଷ ୬୫ ହଜାର ୭୬୯ ଟଙ୍କା ରହିଛି । ଏହାବାଦ୍‌ ଅନ୍‌ଲାଇନ୍‌ ଦାନ ଓ ରସିଦ୍‌ ଦାନ ମଧ୍ୟ ଲୋକେ ବିପୁଳ ପରିମାଣରେ ଦେଉଛନ୍ତି ।

ଭକ୍ତମାନଙ୍କ ସୂତ୍ରରୁ ବିପୁଳ ଦାନ ମିଳୁଥିଲେ ମଧ୍ୟ ସେମାନଙ୍କ ନିମନ୍ତେ ଶ୍ରୀମନ୍ଦିର ଭିତର କିମ୍ବା ବାହାରେ ପ୍ରଶାସନ ପର୍ଯ୍ୟାପ୍ତ ମୌଳିକ ସୁବିଧା କରିପାରୁନାହିଁ । ଶ୍ରୀମନ୍ଦିର ପ୍ରଶାସନ ତିନିଟି ପାଙଋି ଜମା ବ୍ୟବସ୍ଥା କରିଛି । କର୍ପସ ଫଣ୍ଡ, ଶ୍ରୀମନ୍ଦିର ଫଣ୍ଡ, ଫାଉଣ୍ଡେସନ ଫଣ୍ଡ ନାମରେ ଏହି ତିନିଟି ଫଣ୍ଡ ରହିଛି । ଏହା ଭିନ୍ନଭିନ୍ନ କାମରେ ପ୍ରଶାସନ ବ୍ୟବହାର କରୁଛି । ସରକାରୀ ତଥ୍ୟ ମୁତାବକ, ୨୦୨୧-୨୨ରେ ହୁଣ୍ଡିରୁ ୮ କୋଟି ୨୩ ଲକ୍ଷ ୧୩ ହଜାର ୧୨୭ ଟଙ୍କା, ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ୬ କୋଟି ୮୩ ଲକ୍ଷ ୩୧ ହଜାର ୯୬୧ ଟଙ୍କା ଓ ଅନ୍ୟାନ୍ୟ ସୂତ୍ରରୁ ୨ କୋଟି ୨୫ ଲକ୍ଷ ୩୧ ହଜାର ୯୪୭ ଟଙ୍କା ମିଳିଥିଲା । ସେହିପରି ୨୦୨୨- ୨୩ରେ ହୁଣ୍ଡିରୁ ୧୫ କୋଟି ୪୬ ଲକ୍ଷ ୧୭ ହଜାର ୧୫୨, ବ୍ୟାଙ୍କ ଆକାଉଣ୍ଟରୁ ୩୦ କୋଟି ୭୨ ଲକ୍ଷ ୨୭ ହଜାର ୨୧୬ ଓ ଅନ୍ୟାନ୍ୟ ସୂତ୍ରରୁ ୪ କୋଟି ୬୨ ଲକ୍ଷ ୩୪୩ ଟଙ୍କା ମିଳିଥିଲା ।

୨୦୨୩-୨୪ରେ ହୁଣ୍ଡିରୁ ୧୬ କୋଟି ୯୨ ଲକ୍ଷ ୩୬ ହଜାର ୯୪୭, ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ୨୨ କୋଟି ୨୪ ଲକ୍ଷ ୩୯ ହଜାର ୯୧୮ ଓ ଅନ୍ୟାନ୍ୟ ସୂତ୍ରରୁ ୮ କୋଟି ୭୩ ଲକ୍ଷ ୫୭ ହଜାର ୭୦୧ ଟଙ୍କା ଦାନ ରାଶି ମିଳିଥିଲା । ଏହି ୩ ଆର୍ଥିକ ବର୍ଷରେ ହୁଣ୍ଡିରୁ ୪୦ କୋଟି ୬୧ ଲକ୍ଷ ୬୭ ହଜାର, ବ୍ୟାଙ୍କ ଆକାଉଣ୍ଟରେ ୫୯ କୋଟି ୭୯ ଲକ୍ଷ ୯୯ ହଜାର ୯୫ ଟଙ୍କା, ଅନ୍ୟାନ୍ୟ ସୂତ୍ରରୁ ୧୨ କୋଟି ୬୦ ଲକ୍ଷ ୮୯ ହଜାର ୫୪୧ ଟଙ୍କା ମିଳିଥିଲା । ସେହିପରି ଏହି ୩ ବର୍ଷରେ ହୁଣ୍ଡି ଓ ଅନ୍ୟାନ୍ୟ ଉତ୍ସରୁ ୧୨ କେଜି ୨୮୪ ଗ୍ରାମ ୪୨୪ ମିଲିଗ୍ରାମ ସୁନା ଓ ୨୪୧ କେଜି ୧୨୯ ଗ୍ରାମ ୬୩୫ ମିଲିଗ୍ରାମ ରୁପା ମିଳିଥିଲା ।

ହୁଣ୍ଡିରୁ ପ୍ରାପ୍ତ ଅର୍ଥର ୧୦% ଓ ଅନ୍ୟାନ୍ୟ ମାଧ୍ୟମରେ ଆସୁଥିବା ୫୦୦ ଟଙ୍କାରୁ କମ୍‌ ଦାନ ଅର୍ଥକୁ ଶ୍ରୀମନ୍ଦିରର ଦୈନନ୍ଦିନ କାର୍ଯ୍ୟରେ ବିନିଯୋଗ କରୁଛି ପ୍ରଶାସନ । ସେହିପରି ସୁନା ଓ ରୁପା ଦାନକୁ ବିଭିନ୍ନ ଅଳଙ୍କାର ମରାମତି ଓ ନୀତିକାନ୍ତି ନିମନ୍ତେ ପ୍ରଶାସନ ବ୍ୟବହାର କରୁଛି । ବଳକା ସୁନା ଓ ରୁପାକୁ ଶ୍ରୀମନ୍ଦିର ପ୍ରଶାସନର ଲକର କିମ୍ବା ଶ୍ରୀମନ୍ଦିର ପ୍ରଶାସନର ବ୍ୟାଙ୍କ ଲକରରେ ମହଜୁଦ ରଖାଯାଉଛି । ସେହିପରି ୨୦୨୪-୨୫ରେ ଶ୍ରୀମନ୍ଦିର ପ୍ରଶାସନ କର୍ପସ ପାଙଋି ଅନ୍ତର୍ଗତ ୫୦୦ କୋଟି ଟଙ୍କା ସରକାର ଦେଇଛନ୍ତି ।  ଏହା ଶ୍ରୀମନ୍ଦିରର ମୂଳ ପାଙଋି ହିସାବରେ ରଖାଯାଇଛି ।

ଏହାସହ ପଢ଼ନ୍ତୁ : ୧୪ ବର୍ଷରେ ମାତ୍ର ୫ ହଜାର କୁକୁରଙ୍କ ବନ୍ଧ୍ୟାକରଣ