ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ନିର୍ବାଚନୀ ଡେବ୍ୟୁ କରିବେ ରାଜ୍‌ ଠାକରେଙ୍କ ପୁଅ, ଏମଏନଏସ୍‌ ଜାରି କଲା ପଞ୍ଚମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା

Published By : Tapas Panda | October 26, 2024 10:37 PM

ମୁମ୍ବାଇ: ରାଜ୍‌ ଠାକରେଙ୍କ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମଏନଏସ୍‌) ପଞ୍ଚମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି ।  ପଞ୍ଚମ ତାଲିକାରେ ୧୫ ପ୍ରାର୍ଥୀଙ୍କ ନାଁ ସାମିଲ ରହିଛି । ସୋମେଶ୍ବର କଦମଙ୍କୁ ଦଳ ବିଡ୍‌ ବିଧାନସଭା ଆସନରୁ ପ୍ରାର୍ଥୀ କରିଛି । ସବୁଠୁ ବଡ଼ କଥା ହେଉଛି, ଶନିବାର ପ୍ରକାଶ ପାଇଥିବା ଏହି ପଞ୍ଚମ ତାଲିକାରେ ରାଜ ଠାକରେଙ୍କ ପୁଅ ଅମିତ ଠାକରେଙ୍କ ନାଁ ସାମିଲ ଅଛି । ସେ ଆଗାମୀ ବିଧାନସଭା ନିର୍ବାଚନରେ ଡେବ୍ୟୁ କରିବାକୁ ଯାଉଛନ୍ତି । ତାଙ୍କୁ ମହିମ ଆସନରୁ ପ୍ରାର୍ଥୀ କରିଛି ଏମଏନଏସ୍‌ ।  




ରାଜ୍‌ ଠାକରେଙ୍କ ପରିବାରରେ ଅମିତ ତୃତୀୟ ବ୍ୟକ୍ତି ଭାବରେ ନିର୍ବାଚନୀ ମୈଦାନକୁ ଓହ୍ଲାଇବେ । ତାଙ୍କ ବାପା ଏବଂ ଏମଏନଏସ୍‌ ସୁପ୍ରିମୋ ରାଜ୍‌ ଠାକରେ କେବେ ବି ନିର୍ବାଚନ ଲଢ଼ିନାହାନ୍ତି । ଅମିତ ଠାକରେ ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେଙ୍କ ପୁତୁରା ଏବଂ ଆଦିତ୍ୟ ଠାକରେଙ୍କ ଭାଇ । ଉଦ୍ଧବଙ୍କ ପୁଅ ଆଦିତ୍ୟ ଠାକରେ ୨୦୧୯ ବିଧାନସଭା ନିର୍ବାଚନରେ ଓ୍ବର୍ଲି ଆସନରୁ ନିର୍ବାଚନ ଲଢ଼ି ଜିତିଥିଲେ । ସେହିଭଳି ମୁଖ୍ୟମନ୍ତ୍ରୀ ହେବା ପରେ ଉଦ୍ଧବ ଠାକରେ ୨୦୨୦ରେ ବିଧାନ ପରିଷଦକୁ ନିର୍ବାଚିତ ହୋଇଥିଲେ । 

କେନ୍ଦ୍ରୀୟ ମୁମ୍ବାଇରେ ଥିବା ମହିମରେ ହିଁ ଶିବସେନା (ୟୁବିଟି)ର ମୁଖ୍ୟାଳୟ ରହିଛି ।  ଏହି ନିର୍ବାଚନ ମଣ୍ଡଳୀ ୧୯୯୦ରୁ ଅବିଭାଜିତ ଶିବସେନା କିମ୍ବା ଏମଏନଏସ୍‌ ହାତରେ ରହିଆସିଛି ।   ୨୦୦୯ରେ ଏମଏନଏସ୍‌ର ନୀତିନ ସରଦେଶାଇ ମହିମରୁ ନିର୍ବାଚିତ ହୋଇଥିଲେ ।  ନଭେମ୍ବର ୨୦ରେ ହେବାକୁ ଥିବା ମହାରାଷ୍ଟ୍ର ନିର୍ବାଚନ ଲାଗି ମହାରାଷ୍ଟ୍ର ନବନିର୍ମାଣ ସେନା ପ୍ରଥମେ ୪୫ ଜଣିଆ ପ୍ରାର୍ଥୀ ତାଲିକା ଜାରି କରିଥିଲା । ସେଥିମଧ୍ୟରୁ ୧୬ଟି ସିଟ୍‌ କେବଳ ମୁମ୍ବାଇରେ ରହିଛି ।  

ଏମଏନଏସ୍‌ ସନ୍ଦୀପ ଦେଶପାଣ୍ଡେଙ୍କୁ ଓ୍ବର୍ଲି ଆସନରୁ ପ୍ରାର୍ଥୀ କରିଛି । ସେହିଭଳି ଏମଏନଏସର ଏକମାତ୍ର ବିଧାୟକ ପ୍ରମୋଦ ପାଟିଲଙ୍କୁ ଦଳ କଲ୍ୟାଣ ଗ୍ରାମୀଣ ଆସନରୁ ଟିକେଟ ଦେଇଛି । ଏହା ସହ ଥାନେରୁ ପ୍ରାର୍ଥୀ ହୋଇଛନ୍ତି ଅବିନାଶ ଯାଦବ ।  

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.