ପ୍ରମୂଖ ଖବର
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳ ସଂପ୍ରସାରଣ ସସପେନ୍ସ ଜାରି, ୧୪ରେ ହଟିବ ପରଦା

Published By : Ankita S | December 12, 2024 2:02 PM

ମୁମ୍ବାଇ ,୧୨/୧୨: ନିର୍ବାଚନ ହେଲା ଫଳାଫଳ ବି ବାହିରିଲା । ଏହା ପରେ କିଏ ମୁଖ୍ୟମନ୍ତ୍ରୀ ହେବ ତାକୁ ନେଇ ଅଙ୍କକଷା ଚାଲିଲା । ଶେଷରେ ଦେବେନ୍ଦ୍ର ଫଡନାଭିସ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ । ଏକନାଥ ସିନ୍ଦେ ଓ ଅଜିତ୍ ପାୱାର ଉପମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କଲେ । ମୁଖ୍ୟମନ୍ତ୍ରୀ ଅଡ଼ୁଆ ତୁଟିବା ପରେ ଏବେ ମନ୍ତ୍ରିମଣ୍ଡଳ ସଂପ୍ରସାରଣକୁ ନେଇ  ସସପେନ୍ସ, ଜାରି ରହିଛି । ଏ ନେଇ ବୁଧବାର ଦିଲ୍ଲୀରେ ବିଜେପି ନେତୃତ୍ବଙ୍କ ସହ ବୈଠକ ହୋଇଥିଲା । ବିଭାଗ ବଣ୍ଟନ ଏକ ପ୍ରକାର ଫାଇନାଲ ହୋଇଥିବା ଚର୍ଚ୍ଚା ହେଉଛି । ତେବେ ବିଜେପିକୁ ୨୦ କ୍ୟାବିନେଟ ମନ୍ତ୍ରୀ ମିଳିପାରନ୍ତି । ସେହିପରି ଏକନାଥ ସିନ୍ଦେଙ୍କ ଶିବସେନାକୁ ୧୨ ଓ ଅଜିତ ପାୱାରଙ୍କ ଏନସିପିରୁ ୧୦ ମନ୍ତ୍ରୀ ହୋଇପାରନ୍ତି ।

ବୁଧବାର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିଲେ । ଏଥିରେ ମନ୍ତ୍ରୀମଣ୍ଡଳ ଆବଣ୍ଟନ ନେଇ ଆଲୋଚନା ହୋଇଥିଲା । ଏକ ଘଣ୍ଟା ଧରି ବୈଠକ ହୋଇଥିଲା । ମହାରାଷ୍ଟ୍ର ମନ୍ତ୍ରୀମଣ୍ଡଳରେ ମୋଟ ୪୩ ମନ୍ତ୍ରୀ ହୋଇପାରନ୍ତି । ଆସନ୍ତା ୧୪ ତାରିଖରେ ମହାରାଷ୍ଟ୍ର କ୍ୟାବିନେଟ ସମ୍ପ୍ରସାରଣ ହେବ । ବିଜେପି ଓ ଦେବେନ୍ଦ୍ର ଫଡନାବିସଙ୍କ ପାଇଁ ମହାରାଷ୍ଟ୍ର ସରକାର କ୍ୟାବିନେଟ ଗଠନ ଓ ବିଭାଗ ବଣ୍ଟନ ବଡ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ଶାସକ ମେଣ୍ଚର ଦୁଇ ସହଯୋଗୀ ଅଜିତ ପାୱାର ଓ ଏକନାଥ ସିନ୍ଦେ ବଡ ବିଭାଗ ଦାବି କରିଛନ୍ତି । ଶିବସେନା ଗୃହ ବିଭାଗ ଦାବି କରିଥିଲେ । ଏନସିପିର ବି ସମାନ ଭାଗିଦାରୀ ଦାବି କରିଥିଲା । ଯଦିଓ ଦଳ କମ ଆସନ ଜିତିଛି ମାତ୍ର  ଶରଦ ପାୱାରଙ୍କଠୁ ଅଧିକ ଶକ୍ତିଶାଲୀ ବୋଲି ପ୍ରମାଣ କରିଛି ।

ଗଣମାଧ୍ୟମ ରିପୋର୍ଟ ଅନୁସାରେ ସହଯୋଗୀ ଦଳ ଗୁ଼ଡିକ ଏବେ ବି ମହାରାଷ୍ଟ୍ରରେ ଏନଡିଏ ସରକାର ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛନ୍ତି । ଫଳରେ ରାଜ୍ୟରେ ଏବେ ସୁଦ୍ଧା ମନ୍ତ୍ରୀମଣ୍ଡଳ ବିଭାଗ ବଣ୍ଟନ ହୋଇପାରୁନାହିଁ । ମନ୍ତ୍ରିମଣ୍ଡଳ ସଂପ୍ରସାରଣ ସସପେନ୍ସ  ତୁଟାଇବାକୁ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ବୁଧବାର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିଲେ । ଖୁବଶୀଘ୍ର ସସପେନ୍ସ ଉପରୁ ପରଦା ହଟିବ ବୋଲି ଆକଳନ କରାଯାଉଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.