ପ୍ରମୂଖ ଖବର
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ଇସ୍ତଫା ଦେଲେ ଏକନାଥ ସିନ୍ଦେ, କିଏ ହେବ ନୂଆ ମୁଖ୍ୟମନ୍ତ୍ରୀ?

Published By : Anindita Ratha | November 26, 2024 12:20 PM

ନୂଆଦିଲ୍ଲୀ,୨୬/୧୧:ଇସ୍ତଫା ଦେଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ । ରାଜ୍ୟପାଳ ସିପି ରାଧାକ୍ରିଷ୍ଣନଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି ଏକନାଥ  ସିନ୍ଦେ।ଦେବେନ୍ଦ୍ର ଫଡନାଭିସ୍ ଏବଂ ଅଜିତ ପାଓ୍ବାରଙ୍କ ଉପସ୍ଥିତିରେ ସେ ଏହି ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ତେବେ ମହାୟୁତିର ବିପୁଳ ବିଜୟ ପରେ ଏକନାଥ ସିନ୍ଦେ  ମୁଖ୍ୟମନ୍ତ୍ରୀ ପଦ ଛାଡିଥିବା ବେଳେ ବର୍ତ୍ତମାନ  କିଏ  ମୁଖ୍ୟମନ୍ତ୍ରୀ ହେବ ସେନେଇ ଚର୍ଚ୍ଚା ଜୋର ଧରିଛି । 

ଏନେଇ ନରେଶ ମାସ୍କେ ମୁଖ୍ୟମନ୍ତ୍ରୀ ପଦକୁ ନେଇ କହିଛନ୍ତି, ମହାୟୁତିର ନେତା ହିଁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ହେବେ । ଏହାର ନିଷ୍ପତ୍ତି ଶୀଘ୍ର ନିଆଯିବ । ମହାରାଷ୍ଟ୍ର ଫଳାଫଳ ଆସିବାର ୩ଦିନ ପରେ ମଧ୍ୟ ସସପେନ୍ସ ଜାରି ରହିଛି । କୁହାଯାଉଛି ମାହୟୁତିର ସବୁଠାରୁ ବଡ ପାର୍ଟି କାରଣରୁ ବିଜେପି ନିଜ ଦଳର ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଚାହୁଁଛି । ତେବେ ପୂର୍ବତନ ମୁଖ୍ୟତମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ନାମ ସବୁଠାରୁ ଆଗରେ ରହିଛି । କିନ୍ତୁ ଶିବସେନା ପୁନର୍ବାର ଏକନାଥ ସିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ  ଚାହୁଁଛି । ତେବେ ଫଡନାଭିସ  ଖୁବଶୀଘ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସହିତ ବୈଠକ କରି ସରକାର ଗଠନର ଫର୍ମୁଲା ରଖିବେ । ମହାରାଷ୍ଟ୍ର ନିର୍ବାଚନରେ ବିଜେପି ନେତୃତ୍ବାଧୀନ ମହାୟୁତି ୨୮୮ଆସନରୁ ୨୩୦ ଆସନ  ଅକ୍ତିଆର କରିଛି । 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.