ପ୍ରମୂଖ ଖବର
  • ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ କସରତ: ୪ରେ ବିଧାୟକ ଦଳ ବୈଠକ ପରେ ନାମ ଘୋଷଣା, ୫ରେ ଶପଥ ସମାରୋହ
  • ||
  • ବଲାଙ୍ଗୀର: ଭାରସାମ୍ୟ ହରାଇ ରାସ୍ତାକଡ଼ ଦୋକାନ ଭିତରକୁ ମାଡିଗଲା ଟ୍ରକ୍, ସିକ୍ୟୁରିଟି ଗାର୍ଡ ମୃତ
  • ||
  • କେରଳରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, କାର୍-ବସ୍ ମୁହାଁମୁହିଁ ଧକ୍କାରେ ୫ ଡାକ୍ତରୀ ଛାତ୍ରଙ୍କ ଚାଲିଗଲା ଜୀବନ
  • ||
  • ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ ବିଶ୍ବନାଥ ପାତ୍ର, , ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ଚଢ଼ାଉ
  • ||
  • ସଂସଦରେ ସମ୍ବିଧାନ ଚର୍ଚ୍ଚା ପାଇଁ ବାଚସ୍ପତିଙ୍କ ସହମତି, ଆଜିଠୁ ସ୍ୱାଭାବିକ ହୋଇପାରେ ଗୃହ
  • ||
  • ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି: ୪ରେ ନୌସେନା ସମରାଭ୍ୟାସ ଦେଖିବେ, ୫ରେ ଜୁଡିସିଆଲ କମ୍ପେ୍ଲକ୍ସ ଉଦ୍‌ଘାଟନ କରିବେ
  • ||
  • ଚଳିତ ବର୍ଷ ରାଜ୍ୟରେ ଜାଡ଼ କମ୍, ଡିସେମ୍ବରରେ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବ
  • ||

ମହାରାଷ୍ଟ୍ର-ଝାଡଖଣ୍ଡ ଭୋଟ୍ ଗଣତି ଜାରି; ଆଗରେ ଏନଡିଏ, ପଛରେ ଇଣ୍ଡି ମେଣ୍ଟ

ନୂଆଦିଲ୍ଲୀ,୨୩/୧୧ : କିଏ ମାରିବ ବାଜି କାହାର ହେବ ହାର । ମହାରାଷ୍ଟ୍ର ଓ ଝାଡଖଣ୍ଡରେ କିଏ ଗଢିବ ସରକାର । ଆଉ କିଛି ଘଣ୍ଟା ପରେ ସେ ଚିତ୍ର ସ୍ପଷ୍ଟ ହୋଇଯିବ । ମହାରାଷ୍ଟ୍ର ଓ ଝାଡଖଣ୍ଡରେ ହୋଇଥିବା ବିଧାନସଭା ନିର୍ବାଚନରେ ଭୋଟ୍ ଗଣତି ଜାରି ରହିଛି । ପ୍ରାରମ୍ଭିକ ଟ୍ରେଣ୍ଡରେ ମହାରାଷ୍ଟ୍ର ଓ ଝାଡଖଣ୍ଡରେ ଏକପାଖିଆ ଭାବେ ଏନଡିଏ ଆଗରେ ରହିଛି । ଏନଡିଏ ଆଗରେ ରହିଥିଲେ ବି ଇଣ୍ଡି ମେଣ୍ଟ ତାକୁ କଡ୍ଡା ଟକ୍କର ଦେଉଛି ।

ପୋଷ୍ଟାଲ ବାଲାଟ ପରେ ଇଭିଏମ କାଉଣ୍ଟି ଜାରି ରହିଛି । ସମୟ ଗଡୁଛି ନେତାଙ୍କ ମନରେ ଛନକା ପଶୁଛି ।  ଧୀରେ ଧୀରେ ପ୍ରାରମ୍ଭିକ ଟ୍ରେଣ୍ଡ ଆସିବାରେ ଲାଗିଛି । ନିର୍ବାଚନ କମିଶନଙ୍କ ରିପୋର୍ଟ ଅନୁଯାୟୀ ମହାରାଷ୍ଟ୍ରରେ ୨୮୮ ବିଧାନସଭା ଆସନରୁ ଏନଡିଏ ମେଣ୍ଟ ମହାୟୁତି ୨୦୦ରୁ ଅଧିକ ଆସନରେ ଆଗରେ ରହିଛି । ୨୧୬ ସିଟରେ ଆଗରେ ରହିଛି ମହାୟୁତି । ଏକ ବଡ ବିଜୟ ଅଭିମୁଖେ ଆଗକୁ ବଢୁଛି ଦଳ । ହେବିୱେଟ ନେତା ଏକନାଥ ସିନ୍ଦେ ତାଙ୍କ ଆସନରେ ଆଗୁଆ ରହିଛନ୍ତି । ସେହିପରି କଂଗ୍ରେସ ୫୯ ସିଟରେ ଆଗରେ ଚାଲିଛି ।

ଅନ୍ୟପଟେ ଝାଡଖଣ୍ଡରେ ଏନଡିଏ ୪୦ ସିଟରେ ଆଗରେ ରହିଛି । ଜେଏମଏମ ୩୭ ଆସନରେ ଆଗୁଆ ଅଛି । ଝାଡଖଣ୍ଡରେ ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା ସୋରେନ ୩୧୨୮ ଭୋଟରେ ପଛରେ ରହିଛନ୍ତି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.