ନୂଆଦିଲ୍ଲୀ : ମହାରାଷ୍ଟ୍ରର ପାଲଘର ଜିଲ୍ଲାରେ ରହୁଥିବା ୪୦ ବର୍ଷିୟ ଋଷିକେଶ ବୈଦ୍ୟ ନାମକ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି, ଯାହାଙ୍କ ଉପରେ ମହିଳାଙ୍କ ସହ ଦୁଷ୍କର୍ମ କରିବାର ଅଭିଯୋଗ ଲାଗିଛି। ଏହି ବ୍ୟକ୍ତି ଜଣଙ୍କ ନିଜକୁ ଭଗବାନ ଶିବଙ୍କର ଅବତାର କହୁଥିଲେ ଏବଂ ସୋସିଆଲ ମିଡ଼ିଆ ମାଧ୍ୟମରେ ମହିଳାଙ୍କୁ ଫସାଇବାର ଉପାୟ ଆପଣାଉ ଥିଲେ। ଘଟଣାର ଆରମ୍ଭ ୨୦୨୩ରେ ଫେସବୁକ୍‌ରେ ବନ୍ଧୁତାରୁ ହୋଇ ଥିଲା, ଯେତେବେଳେ ପୀଡ଼ିତା ଏହି ବ୍ୟକ୍ତିଙ୍କୁ ସଂପର୍କ କରିଥିଲେ। ପରେ ଡିସେମ୍ୱର ୨୦୨୩ରେ ଋଷିକେଶ ପୁଣେ ଆସି ଥିଲେ ଏବଂ ନିଜକୁ ମହାଦେବ କହି ମହିଳାଙ୍କୁ ଧୋକା ଦେଇ ଥିଲେ। ସେ ତାଙ୍କୁ ନିଜର ପାର୍ବତୀ ରହୁଥିଲେ ଏବଂ ଧାର୍ମିକ ଭାବନାର ଲାଭ ଉଠାଇ ତାଙ୍କ ସହ ବିଶ୍ୱାସଘାତ କରି ଥିଲେ।

ପୁଲିସ ଅନୁସାରେ , ଅଭିଯୁକ୍ତ ମହିଳାଙ୍କୁ ଚେତାଶୂନ୍ୟ କରୁଥିବାର କିଛି ଜିନିଷ ଦେଇ ତାଙ୍କର ଶୋଷଣ କରିଥିଲେ ଏବଂ ଗୋପନୀୟ ଫଟୋ ଉଠାଇ ବ୍ଲାକମେଲ୍ ମଧ୍ୟ କରି ଥିଲେ। ପୁଣେର ମାଞ୍ଜରୀ ଅଞ୍ଚଳର ଏକ ଲଜରେ ଅଭିଯୁକ୍ତ ମହିଳାଙ୍କ ସହ ଦୁଷ୍କର୍ମ କରିଥିଲେ। ଏହାପରେ ମେ ୨୦୨୪ରେ ବସଇର ଏକ ହୋଟେଲରେ ପୁଣି ଯୌନ ଶୋଷଣର ପ୍ରୟାସ କରାଯାଇ ଥିଲା। ପୀଡ଼ିତା ୩୪ ବର୍ଷିୟା ପୁଣେ ନିବାସୀ ମହିଳା , ଯିଏକି ଅଭିଯୁକ୍ତ ବ୍ଲାକମେଲ୍ କରି ଧୋକା ଦେବା କାରଣରୁ ଅନେକ ଦିନ ଧରି ଚୁପ୍ ରହିଥିଲେ। ଅଭିଯୁକ୍ତ ଜଣଙ୍କ ପାଲଘର ଠାରେ ଏକ ସାମାଜିକ ସଙ୍ଗଠନ ଚଳାଉ ଥିଲା। ଏଠାରେ ସେ ବିଭିନ୍ନ କାର୍ଯ୍ୟକଳାପ କରୁଥିଲା।

ପୁଲିସ ଅଧିକାରୀଙ୍କ ମୁତାବିକ , ଅଭିଯୁକ୍ତର ଉପାୟ ଆହୁରି ଅନେକ ମହିଳାଙ୍କ ସହ ମଧ୍ୟ ଦୋହରା ଯାଇଥିଲା, ଯେଉଁଥିରେ ସେ ନିଜକୁ ଦିବ୍ୟଶକ୍ତିର ଅଧିକାରୀ କହି ତାଙ୍କର ଶୋଷଣ କରୁଥିଲା। ମହିଳାଙ୍କୁ ଅଭିଯୋଗ ରୁଜୁ କରିବାର ସାହସ ନାଶିକରେ ଗିରଫ ହୋଇଥିବା ସ୍ୱୟମ୍ୱୁ ଭଗବାନ ଅଶୋକ ଖରାତଙ୍କ ମାମଲାରୁ ମିଳିଛି। ଖରାତଙ୍କ ବିରୋଧରେ ଅନେକ ଦୁଷ୍କର୍ମ ଓ ଶୋଷଣ ମାମଲା ସାମ୍ନାକୁ ଆସିବା ପରେ ପୀଡ଼ିତା ମଧ୍ୟ ଆଗକୁ ଆସି ନିଜର କଥା କହିଥିଲେ। ବୁଧବାର ମାଣିକପୁର ପୁଲିସ ଷ୍ଟେସନରେ ଜିରୋ ଏଫଆଇଆର ରୁଜୁ କରାଯାଇ ଥିଲା ,ଯାହା ପରେ ପୁଣେର ହଡପସର ପୁଲିସ ଷ୍ଟେସନକୁ ଯାଞ୍ଚ ପାଁ ପଠାଯାଇ ଥିଲା।

ବରିଷ୍ଠ ଇନ୍ସପେକ୍ଟର ହିରାଲାଲ ଜାଧବ କହିଛନ୍ତି , ଅଭିଯୁକ୍ତ ରିଷିକେଶ ବୈଦ୍ୟଙ୍କୁ ଗିରଫ କରିନିଆ ଯାଇଛି। ଯାଞ୍ଚରେ ମହିଳାଙ୍କ ଶୋଷଣର ମାମଲାରେ ମଧ୍ୟ ଯାଞ୍ଚ କରାଯାଉଛି, ଯାହାକୁ ପୂରା ସତ ଯେମିତି ସାମ୍ନାକୁ ଆସି ପାରିବ। ଉକ୍ତ ଘଟଣା ମହାରାଷ୍ଟ୍ରରେ ସ୍ୱୟମ୍ୱୁ ଭଗବାନଙ୍କ ପକ୍ଷରୁ ମହିଳାଙ୍କ ଶୋଷଣର ମାମଲାକୁ ପୁଣି ଥରେ ଜାଗ୍ରତ କରି ଦେଇଛି।ଏମିତି ଲୋକ ଧାର୍ମିକ ଭାବନାର ସାହାରା ନେଇ ନିର୍ଦ୍ଦୋଷ ମହିଳାଙ୍କୁ ଟାରଗେଟ୍ କରୁଛନ୍ତି ଏବଂ ପରେ ବ୍ଲାକମେଲ୍ କରି ଚୁପ୍ ରହିବାକୁ ବାଧ୍ୟ କରୁଛନ୍ତି।