ଭୁବନେଶ୍ବର, ୨୦।୬ : SIR ପ୍ରସଙ୍ଗରେ ସିଇଓଙ୍କୁ ଭେଟିଲେ ବିଜେଡ଼ି ଟିମ l ଦଳର ବରିଷ୍ଠ ଉପସଭାପତି ପ୍ରତାପ ଜେନା, ଭୁବନେଶ୍ୱର ଜିଲ୍ଲା ବିଜେଡ଼ି ସଭାପତି ତଥା ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡା, ବିଜେଡ଼ି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହlର, ବିଧାୟକ ସୁଶାନ୍ତ ରାଉତ,ଅନନ୍ତ ନାରାୟଣ ଜେନା, ବିଜେଡ଼ି ମୁଖପାତ୍ର ଲେଲିନ ମହାନ୍ତି, ବିଜେଡ଼ି ସମ୍ପାଦକ ବିଜୟ ନାୟକ ପ୍ରମୁଖ ମୁଖ୍ୟ ନିର୍ବାଚନ ଅଧିକାରୀ ଙ୍କୁ ଭେଟି ରାଜ୍ୟରେ SIR ପ୍ରସଙ୍ଗ ରେ ହେଉଥିବା ତ୍ରୁଟି ସମ୍ବଦ୍ଧରେ ଅବଗତ କରିଚି ବିଜେଡ଼ି I
ରାଜ୍ୟରେ ବର୍ତମାନ SIR କାର୍ଯ୍ୟ ଚାଲିଛି I BLO ମାନେ ଘରକୁ ଘର ବୁଲି ଇମ୍ୟୁନେଶନ ଫର୍ମ ପୂରଣ କରି SIR କାର୍ଯ୍ୟ କରିବା ନିୟମ ଥିବା ବେଳେ ବହୁ ସ୍ଥାନରେ ଗୋଟିଏ ଜାଗାରେ ବସି କରୁଥିବା ଅଭିଯୋଗ କରିଛି ବିଜେଡ଼ି l ସେହିପରି ଗୋଟେ ଗୋଟେ ସ୍ଥାନରେ ଇମ୍ୟୁନେସନ ଫର୍ମ ଦୁଇଟି ପୂରଣ ହେବା ପରେ ଗୋଟେ ଫର୍ମ BLO ରଖିବେ ଆଉ ଗୋଟେ ଫର୍ମ ସେହି ବ୍ୟକ୍ତି କୁ ଦେବାର ନିୟମ ଅଛି I BLO ମାନେ ଦୁଇଟି ଫର୍ମ ନେଇ ଯାଉଛନ୍ତି I CEO ଙ୍କୁ ଏହାର ଦୃଷ୍ଟି ଆକର୍ଷଣ କରିଛି ବିଜେଡ଼ି I ଏହା ସହ ଯେଉଁମାନଙ୍କ ଇମ୍ୟୁ ନେସନ ଫର୍ମ ପୂରଣ କରିଛନ୍ତି ସେମାନଙ୍କର ଠିକ ଭାବେ ଡିଜିଟାଲାଇଜେସନ ହୋଇଛି ସେମାନଙ୍କୁ ମେସେଜ ଆସିବା ବ୍ୟବସ୍ଥା କରନ୍ତୁ ବୋଲି ଦାବି କରିଛି ବିଜେଡ଼ି। ଯେହେତୁ ୨୮ ତାରିଖ ରେ ଫର୍ମ ପୂରଣ କାମ ଶେଷ ହେବ ଏଣୁ ଏହି ବ୍ୟବସ୍ଥା କୁ ସୁଧାରିବା ପାଇଁ ବିଜେଡ଼ି CEO ଙ୍କୁ ଦୃଷ୍ଟି ଆକର୍ଷଣ କରିଛି I