ନୂଆଦିଲ୍ଲୀ: ଗୁଜୁରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୁପାନି ଏବଂ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ମହାରାଷ୍ଟ୍ର ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି।  ମହାରାଷ୍ଟ୍ରରେ ଦଳର ବିଧାନସଭା ଦଳର ନେତା ନିର୍ବାଚନ ପାଇଁ ଏହି ଦୁଇ ନେତାଙ୍କୁ ନିଯୁକ୍ତ କରାଯାଇଛି । ଡିସେମ୍ବର ୪ ରେ ମହାରାଷ୍ଟ୍ରରେ ବିଜେପିର ବିଧାୟକ ଦଳର ଏକ ବଠକ ଅନୁଷ୍ଠିତ ହେବ । ବିଧାୟକ ଦଳ ବୈଠକରେ ନେତା ନିର୍ବାଚିତ ହେବେ ଏବଂ ଏହି ଗଠନ ପରେ ସରକାର ଗଠନ ପାଇଁ ପଦକ୍ଷେପ ନିଆଯିବ। ବିଜୟ ରୁପାନି ପଞ୍ଜାବରେ ବିଜେପିର ପ୍ରଭାରୀ ମଧ୍ୟ ରହିଛନ୍ତି। 

ମହାରାଷ୍ଟ୍ରରେ ବିଜେପିର ଉଭୟ ସହଯୋଗୀ ଏନସିପି ଏବଂ ଶିବସେନାରେ ବିଧାୟକ ଦଳ ବୈଠକ ଏବଂ ନେତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ନିକଟରେ ଏନସିପି ଅଜିତ ପାୱାରଙ୍କୁ ଚୟନ କରିଥିବାବେଳେ ଶିବସେନା ଏକନାଥ ସିନ୍ଦେଙ୍କୁ ଏହାର ନେତା ଭାବରେ ଚୟନ କରିଛି । କିନ୍ତୁ ବିଜେପିରେ ଏପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଶେଷ ହୋଇନାହିଁ।

ଯେଉଁ ନେତାଙ୍କ ନାମ ବିଜେପି ବିଧାୟକ ଦଳ ବୈଠକରେ ଅନୁମୋଦନ ହେବ ସେ ତାଙ୍କ ନେତୃତ୍ୱରେ ମହାରାଷ୍ଟ୍ରରେ ଏକ ବୃହତ୍ ମେଣ୍ଟ ସରକାର ଗଠନ କରିବାକୁ ଦାବି କରିବେ। ମହାମେଣ୍ଟର ସବୁଠାରୁ ବଡ ଦଳ ହେଉଛି ବିଜେପି । କିଏ ବିଜେପିର ନେତା ହେବ ତାହା ଉପରେ ସମସ୍ତଙ୍କ ନଜର ରହିଛି । ଆଉ ଏଭଳି ସମୟରେ ଯଦି ଉତ୍ସ ଗୁଡିକ ବିଶ୍ବାସ କରାଯାଏ, ତେବେ ଏହି ଦୌଡ଼ରେ ଦେବେନ୍ଦ୍ର ଫଡନାଭିସ୍ ଆଗରେ ଅଛନ୍ତି । 

ସୋମବାର ମହାରାଷ୍ଟ୍ରରେ ବିଧାୟକ ଦଳର ଏକ ବୈଠକ ଅନୁଷ୍ଠିତ ହେବାକୁ ଥିଲା କିନ୍ତୁ ଏକନାଥ ସିନ୍ଦେଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ନଥିବାରୁ ଏହି ବୈଠକ ହୋଇପାରି ନାହିଁ। ଡାକ୍ତରମାନେ ଏକନାଥ ସିନ୍ଦେଙ୍କୁ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି।