ପୁରୀ, ୪/୯ : ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାରେ ବାରମ୍ଵାର ତ୍ରୁଟି। ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ଫଟୋ ଉଠାଇ ଭାଇରାଲ୍ କଲେ ମହାରାଷ୍ଟ୍ରର ଯୁବକ। ଭକ୍ତ ବୈଭବ ଦୂରେ ପାଟିଲ ନାମକ ଜଣେ ଯୁବକ ଶ୍ରୀମନ୍ଦିର ପରିସରର ଫଟୋକୁ ତାଙ୍କ ଇନଷ୍ଟାଗ୍ରାମ ଆଇଡିରେ ପୋଷ୍ଟ କରିଛନ୍ତି। ଏହି ଘଟଣା ପରେ ଶ୍ରୀମନ୍ଦିର ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି। 

ଶ୍ରୀମନ୍ଦିର ସୁରକ୍ଷା ପ୍ରତି ବାରମ୍ବାର ଅବହେଳା କରାଯାଉଛି। କିଏ ମେଘନାଦ ପାଚେରୀ ଡେଇଁ ପଶୁଛି ତ ଆଉ କିଏ ମୋବାଇଲ୍‌ରେ ଫଟୋ ଉଠାଇ ପୋଷ୍ଟ କରୁଛନ୍ତି। ସେହିପରି ସ୍ପାଏ କ୍ୟାମେରା ଲଗାଇ ମାଳ ମାଳ ଅମାନିଆ ବାରମ୍ବାର ଧରା ପଡ଼ୁଛନ୍ତି। ତଥାପି ପ୍ରଶାସନ ସଚେତନ ହେଉନି କି କଠୋର ହେଉନି। ଅମାନିଆଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ବି ହେଉନି। ଏତେ ସୁରକ୍ଷା ବଳୟ ଭିତରେ କିଭଳି ଅମାନିଆ କ୍ୟାମେରା ଧରି ପଶୁଛନ୍ତି ତାହା ଏବେ ସର୍ବସାଦାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।