ପ୍ରମୂଖ ଖବର
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ସିଏମ ସସପେନ୍ସ ଭିତରେ ସଞ୍ଜୟଙ୍କ ବୟାନ, କହିଲେ ବିଜେପିର ସବ୍ କମ୍ପାନୀ ମହାୟୁତି-ଏନସିପି

Published By : Ankita S | November 26, 2024 1:41 PM

ମୁମ୍ବାଇ,୨୬/୧୧: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଇସ୍ତଫା ଦେଇ ସାରିଛନ୍ତି । ଏବେ ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ କିଏ ହେବ କାହା କାନ୍ଧରେ ରହିବ ରାଜ୍ୟ ଭାର ତାହାକୁ ନେଇ କଳ୍ପନା ଜଳ୍ପନା ଲାଗି ରହିଛି । ମହାରାଷ୍ଟ୍ର ସିଏମ ସସପେନ୍ସ ଭିତରେ ଶିବସେନା ନେତା ସଞ୍ଜୟ ରାୱତ ଦେଇଥିବା ବୟାନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ସେ କହିଛନ୍ତି ମହାରାଷ୍ଟ୍ର ସିଏମ କିଏ ହେବ ତାହା ମୁଁ କିପରି କହିବି । ଏ ନିଷ୍ପତି ମୋଦି ଓ ଅମିତ ଶାହ ନେବେ । ପ୍ରଧାନମନ୍ତ୍ରୀ ମୋଦି ମହାୟୁତିର ସର୍ବେ ସର୍ବା ।

ଏକନାଥ ସିନ୍ଦେ ଇସ୍ତଫା ଦେବା ପରେ କିଏ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେବ ପ୍ରଶ୍ନର ଉତ୍ତରରେ ସଞ୍ଜୟ ରାୱତ କହିଛନ୍ତି, ଏହା ଗୃହମନ୍ତ୍ରୀ ଅମିତ ଶାହ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିଷ୍ପତି ହେବ । ଏ ଦୁହେଁ ସର୍ବେ ସର୍ବା । ଅଜିତ୍ ପାୱାର ଓ ଏକନାଥ ସିନ୍ଦେ ସେମାନଙ୍କ ଦଳ ପାଇଁ କୌଣସି ନିଷ୍ପତ୍ତି ନେଇପାରନ୍ତି ନାହିଁ । ବିଜେପିର ଗୁଲାମି କରନ୍ତି ମହାୟୁତି ଓ ଏନସିପି । ବିଜେପିର ସବ କମ୍ପାନୀ ଏହି ଦୁଇ ଦଳ । ମୋଦିଜୀ ଓ ଶାହା ଯାହା କହିବେ ଏମାନେ ତାହା କରିବେ ।

ସଞ୍ଜୟ ରାୱତ ଆହୁରି କହିଛନ୍ତି, ବିଜେପି ପାଖରେ ବହୁମତ ଅଛି । ବହୁମତ ନଥିଲେ ବି ସେମାନେ କିପରି ଏହାକୁ ହାସଲ କରିବେ ତାହା ବେଶ୍ ଭଲ ଭାବରେ ଜଣନ୍ତି । କାହାକୁ କିଣିବା କେଉଁ ଦଳକୁ ଭାଙ୍ଗିବା ଏଥିରେ ମାହିର ବିଜେପି । ଏହି ଦଳ ଏକନାଥ  ସିନ୍ଦେ ଦଳକୁ ଭାଙ୍ଗିପାରେ ଅଜିତ ପାୱାର ଦଳକୁ ମଧ୍ୟ ଭାଙ୍ଗିପାରେ । ଏହା ଅସମ୍ଭବ ନୁହେଁ । ମୋତେ ଲାଗୁଛି ମୁଖ୍ୟମନ୍ତ୍ରୀ ଭାରତୀୟ ଜନତା ପାର୍ଟିର ହେବ ।

ପ୍ରକାଶ ଥାଉ କି, ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ  ବିଜେପି ନେତୃତ୍ୱାଧୀନ ମହାୟୁତି ବିପୁଳ ବିଜୟ ହାସଲ କରିଥିଲା । କିଏ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ହେବ ସେ ଅଙ୍କ ତୁଟି ପାରୁନାହିଁ । ତେବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫର୍ଣ୍ଣାଭିସ୍ ସିଏମ ରେସରେ ଆଗରେ ରହିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.