ପ୍ରମୂଖ ଖବର
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ମହାଶିବରାତ୍ରୀରେ ଦୁର୍ଲଭ ସଂଯୋଗ, ଏହି ରାଶି ବ୍ୟକ୍ତିଙ୍କ ଚମକିବ ଭାଗ୍ୟ

Published By : Anindita Ratha | February 7, 2025 1:49 PM

ସୁଖ, ସମୃଦ୍ଧି ଲାଭ ପାଇଁ ମହାଶିବରାତ୍ରୀ ଦିନ ଶିବ ପୂଜା କରିବା ବେଶ୍ ମହତ୍ତ୍ବପୂର୍ଣ୍ଣ ଅଟେ । କୁହାଯାଏ ଯେ, ଶିବ ଭକ୍ତଙ୍କ ଉପରେ ଖୁବ୍‌ଶୀଘ୍ର ପ୍ରସନ୍ନ ହୋଇଥାନ୍ତି । ଆଉ ତାଙ୍କର ସମସ୍ତ ମନସ୍କାମନା ପୂରଣ କରିଥାନ୍ତି । ଚଳିତ ବର୍ଷର ମହାଶିବରାତ୍ରୀ ୨୬ ଫେବୃଆରୀରେ ପଡୁଛି । ଏହିଦିନ କୌଣସି ବିଶେଷ ଦିନରୁ କମ୍ ନୁହେଁ। ଚଳିତ ବର୍ଷ ମହାଶିବରାତ୍ରୀରେ ଅନେକ ଦୁର୍ଲଭ ସଂଯୋଗ ହେବାକୁ ଯାଉଛି । ଯାହାର ଲାଭ କିଛି ବିଶେଷ ରାଶିକୁ ମିଳିବ । ମହାଶିବରାତ୍ରୀରେ ମହାଦେବଙ୍କ କୃପାରୁ କେଉଁ ରାଶିକୁ ମିଳିବ ଧନ, ଚାକିରି ଓ ବ୍ୟବସାୟରେ ଫାଇଦା ହେବ ଆସନ୍ତୁ ଜାଣିବା ।  

ମେଷ ରାଶି :ମହାଶିବରାତ୍ରୀ ମେଷ ରାଶିର ବ୍ୟକ୍ତିଙ୍କ ପାଇଁ  ଭଲ ରହିଛି। ପଦ ସହିତ ଧନ ବୃଦ୍ଧିର ଯୋଗ ରହିଛି। ଯେଉଁ କାମ ଅନେକ ଦିନ ଧରି ଅଟକି ରହିଥିବ ସେଥିରେ ସଫଳତା ମିଳିବ । ବ୍ୟବସାୟକୁ ସୁଚାର ରୂପରେ ଚଳାଇବା ପାଇଁ ଯୋଜନା ସଫଳ ହେବ ।  ଆର୍ଥିକ ସ୍ଥିତି ମଜବୁତ ହେବ  । ପରିଶ୍ରମର ଫଳ ନିଶ୍ଚୟ ମିଳିବ ।

ସିଂହ ରାଶି : ସିଂହ  ରାଶିର ବ୍ୟକ୍ତିଙ୍କ ଉପରେ ମହାଶିବରାତ୍ରୀରେ ଶିବଙ୍କ କୃପା ରହିବ । ଏହି ଦିନ ଦୁର୍ଲଭ ସଂଯୋଗ ହେବ । ଦରମା ବୃଦ୍ଧି ପାଇପାରେ । ଗାଡ଼ି, ସମ୍ପତ୍ତି  ଓ ଘର କିଣିବାର ୟୋଗ ରହିଛି  । ଧନ ବୃଦ୍ଧି ପାଇବ । ବୈବାହିକ ଜୀବନରେ ଚାଲୁଥିବା ମତଭେଦ ହେବନି। 

ମିଥୁନ ରାଶି : ମହାଶିବରାତ୍ରୀରେ ମିଥୁନ ରାଶି ବ୍ୟକ୍ତିଙ୍କ ଶୁଭ ହେବ ।  ନୂଆ କାର୍ଯ୍ୟର ଆରମ୍ଭ କରିବାକୁ ଭାବୁଛନ୍ତି ଯଦି ସଫଳ ହେବ । ଶିବ ଓ ଶନିଙ୍କ କୃପାରୁ ଆର୍ଥିକ ସ୍ଥିତିରୁ ଲାଭ ହେବ । 

ମହାଶିବରାତ୍ରୀରେ ଶୁଭ ସଂଯୋଗ

୨୬ ଜାନୁଆରୀ ମହାଶିବରାତ୍ରୀରେ ଶ୍ରବଣ ନକ୍ଷେତ୍ରର ସଂଯୋଗ ବନୁଛି। ଶ୍ରବଣ ନକ୍ଷେତ୍ର ଏହି ଦିନ ସକାଳୁ ସନ୍ଧ୍ୟା ୫ ଟା ୮ ମିନିଟ ପର୍ଯ୍ୟନ୍ତ ରହିବ । ଏହି ଦିନ ବୁଦ୍ଧ , ଶନି , ସୂର୍ଯ୍ୟ କୁମ୍ଭ ରାସିରେ ବିରାଜମାନ ରହିବେ । ଏନେଇ ବୁଦ୍ଧାଦିତ୍ୟ ଯୋଗ,ତ୍ରିଗ୍ରହୀ ଯୋଗରହିଛି। ଯାହା ଅନେକ ରାଶି ପାଇଁ ଶୁଭ ହେବ । 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.