ପ୍ରମୂଖ ଖବର
  • ନୟାଗଡ଼ : ଟାଙ୍ଗିଆ ଚୋଟରେ ବୃଦ୍ଧଙ୍କ ମୃତ୍ୟୁ, ଅଭିଯୁକ୍ତ ଅଟକ
  • ||
  • ରବିବାର ଖୋଲିବ ହୀରାକୁଦ ଜଳଭଣ୍ଡାର ଗେଟ୍, ନିଷ୍କାସିତ ହେବ ପ୍ରଥମ ବନ୍ୟା ଜଳ, ୧୨ ଜିଲ୍ଲାକୁ କରାଗଲା ସତର୍କ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ଆଇପିଏଲ୍‌ ୨୦୨୫ ପୂର୍ବରୁ ମୁମ୍ବାଇର ବଡ଼ ନିଷ୍ପତ୍ତି; ଜୟବର୍ଦ୍ଧନେକୁ କରାଗଲା ହେଡ୍‌କୋଚ୍‌

Published By : Soubhagya Ranjan | October 13, 2024 8:44 PM

Image source: ABP live

ନୂଆଦିଲ୍ଲୀ,୧୩/୧୦: ଆଇପିଏଲ୍‌ ୨୦୨୫ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ଏକ ଗୁରୁତ୍ବପୂର୍ଣ୍ଣ ପରିବର୍ତ୍ତନ କରିଛି। ଦଳ ପୁଣି ଥରେ ମହେଲା ଜୟଓ୍ବର୍ଦ୍ଧନେଙ୍କୁ ଏକ ବଡ଼ ଦାୟିତ୍ବ ଦେଇଛି। ଜୟବର୍ଦ୍ଧନେଙ୍କୁ ମୁଖ୍ୟ ପ୍ରଶିକ୍ଷକ ଅର୍ଥାତ୍‌ ହେଡ୍‌ କୋଚ୍‌ କରାଯାଇଛି। ସେ ଦଳରେ ମାର୍କ ବାଉଚରଙ୍କ ସ୍ଥାନ ନେବେ। ଜୟବର୍ଦ୍ଧନେଙ୍କ ମୁମ୍ବାଇ ସହିତ ଏପର୍ଯ୍ୟନ୍ତ ଭଲ ସମ୍ପର୍କ ରହିଆସିଛି। ସେ ୨୦୧୭ ରୁ ୨୦୨୨ ପର୍ଯ୍ୟନ୍ତ ଦଳର ମୁଖ୍ୟ ପ୍ରଶିକ୍ଷକ ଭାବରେ କାର୍ଯ୍ୟ କରିଆସିଛନ୍ତି। ସମାନ ଦାୟିତ୍ବ ସହିତ ଜୟବର୍ଦ୍ଧନେ ପୁଣି ଥରେ ଦଳକୁ ଫେରିଛନ୍ତି।

ମାର୍କ ବାଉଚର ୨୦୨୩ ଏବଂ ୨୦୨୪ ରେ ମୁମ୍ବାଇ ଇଣ୍ଡିଆନ୍ସର ମୁଖ୍ୟ ପ୍ରଶିକ୍ଷକ ଥିଲେ। କିନ୍ତୁ ବର୍ତ୍ତମାନ ଜୟଓ୍ବର୍ଦ୍ଧନେ ତାଙ୍କ ସ୍ଥାନ ନେବେ। ଜଣେ ପ୍ରଶିକ୍ଷକ ଭାବରେ ଜୟଓ୍ବର୍ଦ୍ଧନେଙ୍କର ଭଲ ରେକର୍ଡ ରହିଛି। ଜୟଓ୍ବର୍ଦ୍ଧନେଙ୍କ ଉପସ୍ଥିତିରେ ମୁମ୍ବାଇ ତିନୋଟି ଟାଇଟଲ ଜିତିଥିଲା। ଦଳ ୨୦୧୭, ୨୦୧୯ ଏବଂ ୨୦୨୦ ରେ ଆଇପିଏଲ୍ ଟାଇଟଲ୍ ଜିତିଛି। ମୁମ୍ବାଇ ଏପର୍ଯ୍ୟନ୍ତ ପାଞ୍ଚ ଥର ଟାଇଟଲ ଜିତିଛି। ୨୦୨୨ ମସିହାରେ ମୁମ୍ବାଇ ଜୟଓ୍ବର୍ଦ୍ଧନେଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ବ ଦେଇଥିଲା। ତାଙ୍କୁ ଗ୍ଲୋବାଲ୍ ହେଡ୍ ଅଫ୍ କ୍ରିକେଟ୍ କରାଯାଇଥିଲା। ଏହି ଅବଧିରେ ସେ ମହିଳା ପ୍ରିମିୟର ଲିଗରେ ମୁମ୍ବାଇ ଇଣ୍ଡିଆନ୍ସକୁ ମଧ୍ୟ ସାହାଯ୍ୟ କରିଥିଲେ।

ଆଇପିଏଲ୍ ୨୦୨୪ ମୁମ୍ବାଇ ପାଇଁ ବହୁତ ଖରାପ ଥିଲା। ଦଳ ପଏଣ୍ଟ ଟେବୁଲରେ ନିମ୍ନ ସ୍ଥାନରେ ରହିଥିଲା। ମୁମ୍ବାଇ ଏହି ସିଜନରେ ମୋଟ ୧୪ ଟି ମ୍ୟାଚ୍ ଖେଳି ମାତ୍ର ୪ ଟି ମ୍ୟାଚ୍ ଜିତିଥିଲା। ୧୦ ଟି ମ୍ୟାଚ୍ ରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା। ମୁମ୍ବାଇରେ ଅନେକ ବଡ଼ ଖେଳାଳି ଥିଲେ କିନ୍ତୁ ତଥାପି ଦଳକୁ ପରାଜୟର ସାମ୍ନା କରିବାକୁ ପଡିଥିଲା।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.