ପ୍ରମୂଖ ଖବର
  • କଟକ ରେଳ ଷ୍ଟେସନରେ ଅଘଟଣ : ଭୁଶୁଡିଲା ନିର୍ମାଣାଧୀନ ସେଡ୍
  • ||
  • ଶ୍ରୀମନ୍ଦିରରେ ପୁଣି ପଶିଲା ହିଡେନ୍ କ୍ୟାମେରା, ଭିଡିଓ କରିବା ବେଳେ ଧରା ପଡ଼ିଲେ ଯୁବକ
  • ||
  • ଭୁବନେଶ୍ୱର : ଷଣ୍ଢକୁ ଧକ୍କା ଦେଲା ବାଇକ୍‌, ଦୁର୍ଘଟଣାରେ ଚାଲିଗଲା ଅନ୍ତର୍ଜାତୀୟ ବଡି ବିଲ୍ଡରଙ୍କ ଜୀବନ
  • ||
  • IPLରୁ କ୍ରିକେଟର୍‌ ରବିଚନ୍ଦ୍ରନ୍ ଅଶ୍ବିନ୍‌ଙ୍କ ଅବସର ଘୋଷଣା
  • ||
  • ଲଗାଣ ବର୍ଷାରେ ବେହାଲ ମାଲକାନଗିରି, ଜନଜୀବନ ଅସ୍ତବ୍ୟସ୍ତ
  • ||
  • ଅଗ୍ରପୂଜ୍ୟ ଗଜାନନଙ୍କ ଆବାହନ : ଚଳଚଞ୍ଚଳ ପୁରପଲ୍ଲୀ, ରାଜଧାନୀରେ ୩୪୦ରେ ମଣ୍ଡପରେ ବିନାୟକଙ୍କ ପୂଜା
  • ||
  • ଫୁଲୁଛି ସୁବର୍ଣ୍ଣରେଖା ନଦୀ; ବଢୁଛି ଦୁର୍ଦ୍ଦଶା, ସ୍ଥିତି ସମୀକ୍ଷା କଲେ ରାଜ୍ୟପାଳ
  • ||
  • ବୈଷ୍ଣୋଦେବୀରେ ଭୂସ୍ଖଳନ; ୩୧ ଛୁଇଁଲା ମୃତ୍ୟୁସଂଖ୍ୟା, ଉଦ୍ଧାର ଅଭିଯାନ ଜାରି
  • ||
  • ଭାରତ ଉପରେ ଆଜିଠୁ ଫୁଟିବ ୫୦% ଟ୍ରମ୍ପଙ୍କ ଟାରିଫ୍ ବୋମା, ସଂଙ୍କଟରେ ୫ଲକ୍ଷ କୋଟିର ରତ୍ପାନୀ
  • ||

ମାଥିଲି ଲ୍ୟାମ୍ପସ ପରିଚାଳନା ନିର୍ଦ୍ଦେଶକ ଦେଲେ ଇସ୍ତଫା

Published By : Suraj Kumar | August 27, 2025 10:32 PM

ମାଲକାନଗିରି /ମାଥିଲି ୨୭/୮ (ଆପ୍ର ) : ସାର ସଙ୍କଟ ଓ ଲ୍ୟାମ୍ପସରେ ଦୁର୍ନୀତି ଅଭିଯୋଗ ହେବାରୁ  ନିଜର ସମ୍ମାନ ରକ୍ଷା ପାଇଁ ମାଥିଲି ଲ୍ୟାମ୍ପସ ପରିଚାଳନା ନିର୍ଦ୍ଦେଶକ   ସନ୍ତୋଷି  ପରିଡ଼ା ଇସ୍ତଫା  ଦେଇଛନ୍ତି।   ସେ ଲ୍ୟାମ୍ପସ ସଭାପତି ମୁନିବତୀ ବୁଡୁବା ଡେଙ୍କୁ ଇସ୍ତଫା ପତ୍ର ଦେଇଛନ୍ତି ।  ଲ୍ୟାମ୍ପସରେ ବ୍ୟାପକ ଅର୍ଥ ହେରଫେର ଅଭିଯୋଗକୁ ଖଣ୍ଡନ କରିଛନ୍ତି ଲ୍ୟାମ୍ପସ ଏମଡି ସନ୍ତୋଷି  ପରିଡ଼ା। 

ୟୁରିଆ ସାରରେ ମଧ୍ୟ କୌଣସି ଦୁର୍ନୀତି ହୋଇନାହିଁ ବୋଲି ସେ କହିଛନ୍ତି। ପୂର୍ବରୁ ଯେଉଁ ସାର ବଣ୍ଟା ଯାଇଥିଲା ଅଫ୍ ଲାଇନ ମାଧ୍ୟମରେ ଚାଷୀଙ୍କୁ ବଣ୍ଟା ଯାଇଥିଲା। ପରବର୍ତ୍ତୀ ସମୟରେ ଅନଲାଇନ୍ ମାଧ୍ୟମରେ ବାଣ୍ଟିଲା ବେଳେ ପୂର୍ବ ଷ୍ଟକକୁ ଆଡଜଷ୍ଟ କରିବା ପାଇଁ ଛଅଟା ଲେଖାଏଁ ଏଣ୍ଟ୍ରି କରାଯାଉଥିଲା । ଲ୍ୟାମ୍ପସରେ ଅନିୟମିତତା ସମ୍ପର୍କରେ ଯେଉଁ ଅଭିଯୋଗ ହୋଇଛି ତାହା  ଭିତ୍ତିହୀନ ବୋଲି ଲ୍ୟାମ୍ପସ ସଭାପତି ପ୍ରକାଶ କରିଛନ୍ତି। 

ଆଉ ନିଯୁକ୍ତିରେ ଯେଉଁ ଅନିୟମିତତା ଖବର ପ୍ରସାରଣ କରାଯାଇଛି ତାହା ସଭାପତିଙ୍କ ନିର୍ଦ୍ଦେଶ କ୍ରମେ ନିଯୁକ୍ତି ପ୍ରଦାନ କରାଯାଇଥିବା ଏମଡି କହିଛନ୍ତି । ବାରମ୍ବାର ମୋ ନାମରେ ମିଥ୍ୟା ଅଭିଯୋଗ ହୋଇ ଆସୁଥିବାରୁ ନିଜ ସମ୍ମାନ ରକ୍ଷା କରିବାକୁ ଯାଇ ନିଜ ଇଛାରେ ସେ ଇସ୍ତଫା ପ୍ରଦାନ କରିଛନ୍ତି ବୋଲି ଏମଡି କହିଛନ୍ତି।  ଇସ୍ତଫା ଗୃହୀତ ହେବା ପର୍ଯ୍ୟନ୍ତ କାର୍ଯ୍ୟରେ ରହିଛନ୍ତି ବୋଲି ସୂଚନା ଦେଇଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.