ମାଲକାନଗିରି /ମାଥିଲି ୨୭/୮ (ଆପ୍ର ) : ସାର ସଙ୍କଟ ଓ ଲ୍ୟାମ୍ପସରେ ଦୁର୍ନୀତି ଅଭିଯୋଗ ହେବାରୁ  ନିଜର ସମ୍ମାନ ରକ୍ଷା ପାଇଁ ମାଥିଲି ଲ୍ୟାମ୍ପସ ପରିଚାଳନା ନିର୍ଦ୍ଦେଶକ   ସନ୍ତୋଷି  ପରିଡ଼ା ଇସ୍ତଫା  ଦେଇଛନ୍ତି।   ସେ ଲ୍ୟାମ୍ପସ ସଭାପତି ମୁନିବତୀ ବୁଡୁବା ଡେଙ୍କୁ ଇସ୍ତଫା ପତ୍ର ଦେଇଛନ୍ତି ।  ଲ୍ୟାମ୍ପସରେ ବ୍ୟାପକ ଅର୍ଥ ହେରଫେର ଅଭିଯୋଗକୁ ଖଣ୍ଡନ କରିଛନ୍ତି ଲ୍ୟାମ୍ପସ ଏମଡି ସନ୍ତୋଷି  ପରିଡ଼ା। 

ୟୁରିଆ ସାରରେ ମଧ୍ୟ କୌଣସି ଦୁର୍ନୀତି ହୋଇନାହିଁ ବୋଲି ସେ କହିଛନ୍ତି। ପୂର୍ବରୁ ଯେଉଁ ସାର ବଣ୍ଟା ଯାଇଥିଲା ଅଫ୍ ଲାଇନ ମାଧ୍ୟମରେ ଚାଷୀଙ୍କୁ ବଣ୍ଟା ଯାଇଥିଲା। ପରବର୍ତ୍ତୀ ସମୟରେ ଅନଲାଇନ୍ ମାଧ୍ୟମରେ ବାଣ୍ଟିଲା ବେଳେ ପୂର୍ବ ଷ୍ଟକକୁ ଆଡଜଷ୍ଟ କରିବା ପାଇଁ ଛଅଟା ଲେଖାଏଁ ଏଣ୍ଟ୍ରି କରାଯାଉଥିଲା । ଲ୍ୟାମ୍ପସରେ ଅନିୟମିତତା ସମ୍ପର୍କରେ ଯେଉଁ ଅଭିଯୋଗ ହୋଇଛି ତାହା  ଭିତ୍ତିହୀନ ବୋଲି ଲ୍ୟାମ୍ପସ ସଭାପତି ପ୍ରକାଶ କରିଛନ୍ତି। 

ଆଉ ନିଯୁକ୍ତିରେ ଯେଉଁ ଅନିୟମିତତା ଖବର ପ୍ରସାରଣ କରାଯାଇଛି ତାହା ସଭାପତିଙ୍କ ନିର୍ଦ୍ଦେଶ କ୍ରମେ ନିଯୁକ୍ତି ପ୍ରଦାନ କରାଯାଇଥିବା ଏମଡି କହିଛନ୍ତି । ବାରମ୍ବାର ମୋ ନାମରେ ମିଥ୍ୟା ଅଭିଯୋଗ ହୋଇ ଆସୁଥିବାରୁ ନିଜ ସମ୍ମାନ ରକ୍ଷା କରିବାକୁ ଯାଇ ନିଜ ଇଛାରେ ସେ ଇସ୍ତଫା ପ୍ରଦାନ କରିଛନ୍ତି ବୋଲି ଏମଡି କହିଛନ୍ତି।  ଇସ୍ତଫା ଗୃହୀତ ହେବା ପର୍ଯ୍ୟନ୍ତ କାର୍ଯ୍ୟରେ ରହିଛନ୍ତି ବୋଲି ସୂଚନା ଦେଇଛନ୍ତି।