ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ଜଳିଗଲା ଅନେକ ଫାଇଲ , ମୁମ୍ୱାଇ ସ୍ଥିତ ଇଡି ଅଫିସରେ ଅଗ୍ନିକାଣ୍ଡ

Published By : Prameya | April 28, 2025 7:17 PM

ନୂଆଦିଲ୍ଲୀ : ମୁମ୍ୱାଇରେ ଇଡି କାର୍ଯ୍ୟାଳୟରେ ନିଆଁ ଲାଗି କିଛି କାଗଜପତ୍ର ଓ ଫର୍ଣ୍ଣିଚର ଜଳିଯାଇଛି, ହେଲେ ତଦନ୍ତ ବା ବିଚାରରେ କୌଣସି ବାଧା ଉପୁଜିବାର ଆଶଙ୍କା ନାହିଁ ବୋଲି ସୋମବାର କହିଛି ଏହି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । କାରଣ ଫାଇଲ ସବୁ ଡିଜିଟାଲ ରୂପେ ସୁରକ୍ଷିତ ଅଛି। ସଂଘୀୟ ଏଜେନ୍ସି ରବିବାର ପାଖାପାଖି ୨ଟା୨୫ ସମୟରେ ବୈଲାର୍ଡ ଏଷ୍ଟେଟ୍‌ରେ କୈସର-ଏ-ହିନ୍ଦ ବିଲ୍ଡିଂ ସ୍ଥିତ ମୁମ୍ୱାଇ ଜୋନଲ ଅଫିସ-୧ର ୪ର୍ଥ ମହଲାରେ ଲାଗିଥିବା ନିଆଁରେ ବୟାନ ଜାରି କରିଛି। ଏଜେନ୍ସି କହିଛି ଯେ, ପ୍ରାଥମିକ ଭାବେ ୪ର୍ଥ ମହଲାରେ ଥିବା ବୈଦ୍ୟୁତିକ ବାକ୍ସରେ ସର୍ଟ-ସର୍କିଟ ଯୋଗୁଁ ନିଆଁ ଲାଗିଛି। ଏଜେନ୍ସି କହିଛି ଯେ, ବାସ୍ତବିକ କ୍ଷତିର ଆକଳନ କରାଯାଉଛି। ପ୍ରାରମ୍ଭିକ ଭାବେ ଜଣାପଡ଼ିଛି ଯେ, ଅଗ୍ନିକାଣ୍ଡ ଘଟଣାରେ କିଛି କାଗଜପତ୍ର ଓ ଫର୍ନିଚର ଆଦି ଜଳି ଯାଇଛି। 

ଏଜେନ୍ସି ଅନୁସାରେ, ତଦନ୍ତ ସମ୍ୱନ୍ଧିତ ସାକ୍ଷ୍ୟ କାଗଜପତ୍ର ଓ ଅନ୍ୟ କାଗଜପତ୍ର ସର୍ବଦା ଡିଜିଟାଲ ରେକର୍ଡ ଭାବେ ସୁରକ୍ଷିତ ରଖାଯାଏ । ଏହାସହ ଏହାକୁ କେନ୍ଦ୍ରୀକୃତ ରେକର୍ଡ ପ୍ରଣାଳୀରେ ମଧ୍ୟ ସଂଗ୍ରହ କରାଯାଏ। ବୟାନରେ କୁହାଯାଇଛି , ଯେଉଁ ମାମଲାରେ ଅଭିଯୋଜନ ପକ୍ଷର ଅଭିଯୋଗ ସବୁ ରୁଜୁ କରାଯାଇଛି, ଏହାର ମୂଳ ରେକର୍ଡ ସମ୍ୱନ୍ଧିତ କୋର୍ଟଙ୍କ ପାଖରେ ଉପଲବ୍ଧ ଅଛି। ଏଥିପାଇଁ ମନି ଲଣ୍ଡରିଂ ନିବାରଣ ଆଇନ, ବିଦେଶୀ ମୁଦ୍ରା ଉଲ୍ଲଂଘନ ଏବଂ ପଳାତକ ଆର୍ଥିକ ଅପରାଧି ଅଧିନିୟମ ଅନୁସାରେ ମାମଲାରେ ଯାଞ୍ଚ କରୁଥିବା ଏଜେନ୍ସି ଅନୁସାରେ , ଯାଞ୍ଚ ବା ପରୀକ୍ଷଣ କରବାରେ କୌଣସି ବାଧା ହେବାର ଆଶଙ୍କା ନାହିଁ। 

ଇଡି କହିଛି ଯେ କୈସର-ହିନ୍ଦ ଭବନର ଭୂତଳ ଓ ପ୍ରଥମ ମହଲାରେ ଥିବା କାର୍ଯ୍ୟାଳୟ ଚାଲୁ ରହିଛି। ନିଆଁରେ ପ୍ରଭାବିତ ୪ର୍ଥ ମହଲାରେ ଥିବା କାର୍ଯ୍ୟାଳୟର ପାର୍ଟକୁ ସ୍ଥାନାନ୍ତରିତ କରିଦିଆ ଯାଇଛି। ଏବେ ଜନ୍ମଭୂମି ଚ୍ୟାମ୍ୱର ସ୍ଥିତ ପୁରୁଣା କ୍ଷେତ୍ରୀୟ କାର୍ଯ୍ୟାଳୟରୁ ପରିଚାଳିତ ହେଉଛି। ଯାଞ୍ଚ ଏଜେନ୍ସି  କହିଛି କି ନିଆଁକୁ ସର୍ବ ପ୍ରଥମେ କାର୍ଯ୍ୟାଳୟରେ ମୁତୟନ କର୍ମଚାରୀ ଓ ସୁରକ୍ଷା ଗାର୍ଡ ଦେଖିଥିଲେ , ଯିଏକି ବିଲ୍ଡିଂରେ ମୁତୟନ ରାତ୍ରି ଡ୍ୟୁଟି ରାଜ୍ୟ ପୁଲିସ କର୍ମିଙ୍କୁ ସୂଚିତ କରିଥିଲେ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.