ରାୟଗଡ଼ା, ୨୪।୪: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ ଦାନ ସାହିରେ ବଡ ଧରଣର ଲୁଟ୍ ହୋଇଥିବା ଜଣାପଡ଼ିଛି । ଜଣେ ବବ୍ୟବସାୟୀଙ୍କ ଘର କବାଟ ଭାଙ୍ଗି ଆଲମିରାରୁ ୮ ଭରି ସୁନା ସମେତ ନଗଦ ୩ ଲକ୍ଷ ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ବ୍ୟବସାୟୀ ଶଙ୍କର ସେନାପତିଙ୍କ ଘରୁ ଏହି ଲୁଟ୍ ହୋଇଛି ।
ଶଙ୍କରଙ୍କ ପରିବାର ଲୋକେ ଏକ ଦଶାହ କାମରେ ଯୋଗଦେବା ପାଇଁ ଭଞ୍ଜନଗର ଚାଲିଯାଥିଲେ । ଘରେ କେହି ନଥିବାର ସୁଯୋଗ ନେଇ ଗତକାଲି ଦୁର୍ବୃତ୍ତମାନେ ଘର ପଛପଟ କବାଟ ଭାଙ୍ଗି ଆଲମାରୀରୁ ସୁନା ଓ ଟଙ୍କା ଲୁଟ୍ କରିଥିବା ଜଣାପଡ଼ିଛି । ଶୁକ୍ରବାର ସକାଳୁ ବ୍ୟବସାୟୀ ଶଙ୍କର ସେନାପତି ଘରକୁ ଫେରିବା ପରେ କବାଟ ଭାଙ୍ଗିଥିବା ଦେଖି ପୁଲିସକୁ ଖବର ଦେଇଥିଲେ । ପରେ କଲ୍ୟାଣସିଂହପୁର ଥାନା ପୁଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ ଅରିଛି । ସ୍ଥାନୀୟ ଅଞ୍ଚଳର ସିସିଟିଭିକୁ ପୁଲିସ ଯାଞ୍ଚ କରୁଛି । ଅନ୍ୟପଟେ ଦୀର୍ଘଦିନ ପରେ କଲ୍ୟାଣସିଂହପୁର ସହରରେ ଏପରି ଲୁଟ୍ ହୋଇଥିବା ବେଳେ ଲୋକେ ପାଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ ଦାବି କରିଛନ୍ତି ।
ଆହୁରି ପଢ଼ନ୍ତୁ... ଫଳରେ ମିଶୁଛି କାର୍ବାଇଟ୍: FSSAI ନିୟମକୁ ଫୁ’, ଖୋଲାଖୋଲି ଚାଲିଛି କାର୍ବାଇଡ୍ ଓ ଲିକୁଇଡ୍ର କାରବାର !