ଭୁବନେଶ୍ୱର,୮।୬(ବ୍ୟୁରୋ): ଭୁବନେଶ୍ୱର ଫିଲ୍ମ ଫେଷ୍ଟିଭାଲରେ ଯୋଗ ଦେଇଛନ୍ତି ବରିଷ୍ଠ ସିନେମା ନିର୍ଦ୍ଦେଶକ ପ୍ରକାଶ ଝା । ସେ କହିଛନ୍ତି, ସିନେମାରେ ଗୋଟିଏ ସମସ୍ୟା ହେଉଛି କାହାଣୀ । ଯଦି କାହାଣୀ ଥରେ ଦର୍ଶକଙ୍କୁ ପସନ୍ଦ ଆସିଲେ ତେବେ ଫିଲ୍ମ ସଫଳତା ଦେବ।
୪୦ବର୍ଷ ପୁର୍ବେ ଯେତେବେଳେ ମୁଁ ଏହି ଇଣ୍ଡଷ୍ଟ୍ରୀକୁ ଆସିଲି ସେତେବେଳେ ମୁଁ କେବଳ ପ୍ରାମାଣିକ ଚଳଚ୍ଚିତ୍ର କରୁଥିଲି । ସମସ୍ତ ପ୍ରାମାଣିକ ଚଳଚ୍ଚିତ୍ରରେ କାହାଣୀ ହିଁ ଥିଲା ବଡ଼ଅସ୍ତ୍ର । ଏହାପରେ ମୁଁ ଚଳଚ୍ଚିତ୍ର ନିର୍ମାଣ କଲି । ଯାହାର ଏଥିରେ ମଧ୍ୟ କାହାଣୀ ବଡ଼ ଭୂମିକା ଗ୍ରହଣ କଲା। ଯେତେ ସିନେମା ନିର୍ମାଣ କରିଛି, ସବୁଥିରେ କାହାଣୀକୁ ଗୁରୁତ୍ୱ ଦେଇଛି, କୌଣସି ବଡ଼ ଷ୍ଟାରଙ୍କୁ ନୁହେଁ । ଏହି ଅବସରରେ ସେ ନିଜ ପ୍ରଥମ ଚଳଚ୍ଚିତ୍ର ଦାମୁଲ ଦେଖିଥିଲେ ।