ପାଟନା,୨୧।୩: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରୀ ଦେବୀଙ୍କ ମଧ୍ୟରେ ତୀବ୍ର ହୋଇଛି ବାକ୍‌ଯୁଦ୍ଧ। ଅତୀତରେ ରାବ୍ରିଙ୍କୁ ମୁଖ୍ୟମନ୍ତ୍ରୀ ହେବା ନେଇ ଟାର୍ଗେଟ କରିଥିଲେ ନୀତିଶ। ତେଣୁ ଏବେ ରାବ୍ରୀ ଦେବୀ ମଧ୍ୟ ନୀତୀଶଙ୍କ ମାନସିକ ସ୍ବାସ୍ଥ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି। ରାବ୍ରୀ କହିଛନ୍ତି, ନୀତୀଶଙ୍କୁ ପଦ ଛାଡି ନିଜ ପୁଅ ନିଶାନ୍ତଙ୍କୁ ମୁଖ୍ୟମନ୍ତ୍ରୀ କରିବା ଉଚିତ୍ । 

ବିହାର ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କୁ ବିରୋଧି ଦଳ ନେତ୍ରୀ ରାବ୍ରୀଙ୍କ ଟାର୍ଗେଟ। ସିଏମ୍ ନୀତିଶଙ୍କ ସ୍ବାସ୍ଥ୍ୟବସ୍ଥାକୁ ନେଇ ଉଠାଇଛନ୍ତି ପ୍ରଶ୍ନ  । ଏହା ସହ କହିଛନ୍ତି, ନୀତିଶ ଏବେ ଗାଦି ଛାଡି ପୁଅ ନିଶାନ୍ତଙ୍କୁ ପଦ ଦେଇ ଦେବା ଭଲ। କାରଣ ତାଙ୍କର ମାକସିକ ଅବସ୍ଥା ଭଲ ନାହିଁ। ପ୍ରଥମେ ରାବ୍ରୀଙ୍କୁ କଟାକ୍ଷା କରିଥିଲେ ନୀତିଶ। ଏବେ ପାଲଟା ଯବାବ ଦେଇଛନ୍ତି ଆରଜେଡି ନେତ୍ରୀ। ବିଧାନସଭାରେ ରାବ୍ରୀ କହିଛନ୍ତି, ଯଦି ମୁଖ୍ୟମନ୍ତ୍ରୀ ମାନସିକ ସ୍ତରରେ ଅସ୍ଥିର, ତେବେ ସେ ଚୌକି ଛାଡି ତାଙ୍କ ପୁଅକୁ ମୁଖ୍ୟମନ୍ତ୍ରୀ କରିବା ଉଚିତ। କେବଳ ସେତିକି ନୁହେଁ ଆରଜେଡି ମଧ୍ୟ ମୁଖ୍ୟମନ୍ତ୍ରୀ ନୀତୀଶଙ୍କ ଉପରେ ଜାତୀୟ ସଙ୍ଗୀତର ଅପମାନ କରିଥିବା ଅଭିଯୋଗ କରିଛି।

ବିହାର ବିଧାନସଭାରେ ଗୃହର କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ତେଜସ୍ବୀ ଯାଦବ ଜାତୀୟ ସଙ୍ଗୀତ ପ୍ରସଙ୍ଗ ଉଠାଇଥିଲେ।   ଗୁରୁବାର   ପାଟନାରେ ଆ‌ୟୋଜିତ ସେପକ୍ ଟକରା ଓ୍ବାର୍ଲ୍ଡକପ୍‌  ସମାରୋହର ଭାଇରାଲ ଭିଡିଓକୁ ନେଇ ଦେବୀ ପ୍ରତିକ୍ରିୟା ଦେଇଥିଲେ। ସେ କହିଥିଲେ ଜାତୀୟ ସଙ୍ଗୀତର ଅପମାନ ଅର୍ଥ ଦେଶର ଅପମାନ। ନୀତୀଶ ମାନସିକ  ସ୍ତରରେ ଠିକ୍ ନାହାନ୍ତି।   ଏନ୍‌ଡିଏ ଯଦି  ଚାହେଁ ତେବେ ତାଙ୍କ ପୁଅକୁ କିମ୍ବା ଅନ୍ୟ କାହାକୁ ମୁଖ୍ୟମନ୍ତ୍ରୀ କରିପାରେ।  

ବାଚସ୍ପତି କହିଥିଲେ, ସେ ଶୂନ୍ୟ କାଳରେ ଏହି ପ୍ରସଙ୍ଗ ଉଠାଇବେ। ଏହା ପରେ ବିରୋଧୀ ବିଧାୟକମାନେ ହଟ୍ଟଗୋଳ ଜାରି ରଖିଥିଲେ। ମନ୍ତ୍ରୀ ବିଜୟ ଚୌଧୁରୀ କହିଥିଲେ, ସେ ସରକାରଙ୍କ ପକ୍ଷ ଉପସ୍ଥାପନ କରିବେ କିନ୍ତୁ ବିରୋଧୀ ଦଳ ହଙ୍ଗାମା ଜାରି ରଖିଥିଲେ। ଏହା ପରେ ବାଚସ୍ପତି ଗୃହ କାର୍ଯ୍ୟକୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ।