ପ୍ରମୂଖ ଖବର
  • ରବିବାର ଖୋଲିବ ହୀରାକୁଦ ଜଳଭଣ୍ଡାର ଗେଟ୍, ନିଷ୍କାସିତ ହେବ ପ୍ରଥମ ବନ୍ୟା ଜଳ, ୧୨ ଜିଲ୍ଲାକୁ କରାଗଲା ସତର୍କ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

୬୦ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କଲେ ମାଲାୟଲମ ଅଭିନେତା ମେଘନାଥନ୍

Published By : Anindita Ratha | November 21, 2024 12:06 PM

ନୂଆଦିଲ୍ଲୀ,୨୧/୧୧:ଫିଲ୍ମ ଇଣ୍ଡଷ୍ଟ୍ରି ପାଇଁ ଆଉ ଏକ ଦୁଃଖଦ ଖବର। ମାଲାୟଲମ ଭେଟେରାନ୍ ଅଭିନେତା ମେଘନାଥନଙ୍କ ଦେହାନ୍ତ । ୬୦ ବର୍ଷ ବୟସରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ତେବେ ସେ ଅନେକ ଦିନ ଧରି ଶ୍ବାସ ରୋଗରେ ପିଡୀତ ଥିଲେ । ହେଲେ ଗତକାଲି ନିଶ୍ବାସ ନେବାର ଅସୁବିଧା ହେବାରୁ ତାଙ୍କୁ କୋଝିକୋଡସ୍ଥିତ ବେବି ମେମୋରିଆଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଗତକାଲି ବିଳମ୍ବିତ ରାତି ଅର୍ଥାତ ପ୍ରାୟ ୨ଟା ସମୟେ ସେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ତେବେ ଆଜି ତାଙ୍କର ସୋରନୁରେ ଶେଷକୃତ୍ୟ ସମ୍ପନ୍ନ ହେବ । 

ରିପୋର୍ଟ ଅନୁଯାୟୀ,  ଅଭିନେତା ମେଘନାଥନ ମାଲାୟାଲମ ଏବଂ ତାମିଲ ଚଳଚ୍ଚିତ୍ରରେ ନିଜର ପରିଚୟ ସୃଷ୍ଟି କରିଥିଲେ। ସେ  ଫିଲ୍ମରେ ଭିଲେନ୍ ଭୂମିକାରେ  ନଜର ଆସନ୍ତି ।ଆ ଉ ଫ୍ୟାନ୍ସ ତାଙ୍କୁ ଏଥିପାଇଁ ବେଶ ପସନ୍ଦ ମଧ୍ୟ କରନ୍ତି । ତେବେ ତାଙ୍କର ଦମ୍‌ଦାର ଅଭିନୟ ହେତୁ ମେଘନାଥନ୍ ଦର୍ଶକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ଛାପ ଛାଡିଯାଇଛନ୍ତି । ତେବେ ତାଙ୍କର ଏଭଳି ହଠାତ ଦେହାନ୍ତ ଯୋଗୁଁ ଫିଲ୍ମ ଜଗତରେ ଶୋକର ଛାୟା ଖେଳିଯାଇଛି।  । ତାଙ୍କର ହଠାତ୍ ଦେହାନ୍ତ ଯୋଗୁଁ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳିଯାଇଛି। ଏଥିସହ ଫ୍ୟାନ୍ସମାନେ ତାଙ୍କୁ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ ତକରିବା ସହ ତାଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । 















Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.