ପ୍ରମୂଖ ଖବର
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ପ୍ରସିଦ୍ଧ ମାଲାୟଲମ ଚଳଚ୍ଚିତ୍ର ପ୍ରଯୋଜକ ସାଜି ଏନ କରୁଣଙ୍କ ଦେହାନ୍ତ, ଗମ୍ଭୀର ରୋଗରେ ଥିଲେ ଚିକିତ୍ସାଧିନ...

Published By : Ladu Kishor | April 28, 2025 10:17 PM

ନୂଆଦିଲ୍ଲୀ: ପ୍ରସିଦ୍ଧ ମାଲାୟଲମ ଚଳଚ୍ଚିତ୍ର ପ୍ରଯୋଜକ ତଥା ନିର୍ଦ୍ଦେଶକ ସାଜି ଏନ କରୁଣଙ୍କ ଦେହାନ୍ତ ହୋଇଛି। ସୋମବାର ତିରୁବନନ୍ତପୁରମର ଭାଜୁଥାକାଉଡ ସ୍ଥିତ ତାଙ୍କ ବାସଭବନରେ ତାଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୩ ବର୍ଷ ବୟସ ହୋଇଥିଲା। ଦୀର୍ଘ ଦିନ ଧରି ସେ ଗମ୍ଭୀର ରୋଗରେ ପୀଡିତ ଥିଲେ । ଏଥିପାଇଁ ତାଙ୍କୁ ତିରୁବନନ୍ତପୁରମର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଏବଂ ଦୁଇ ଦିନ ପୂର୍ବରୁ ତାଙ୍କୁ ଭାଜୁଥାକୌଡସ୍ଥିତ ତାଙ୍କ ଘରକୁ ଅଣାଯାଇଥିଲା । ସାଜି ଏନ କରୁଣଙ୍କୁ ସମ୍ପ୍ରତି ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ବଣ୍ଟନ ଉତ୍ସବରେ ଜେସି ଡାନିଏଲ୍ ପୁରସ୍କାର ୨୦୨୩ ରେ ସମ୍ମାନିତ କରାଯାଇଥିଲା। ନିର୍ଦ୍ଦେଶକ ଶାଜି ଏନଙ୍କ ମୃତ୍ୟୁ ଖବର ଆସିବା ପରେ ଦକ୍ଷିଣ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି । ସମସ୍ତେ ତାଙ୍କୁ ସୋସିଆଲ ମିଡିଆ ମାଧ୍ୟମରେ ମନେ ପକାଇ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି।

୧ ଜାନୁଆରୀ ୧୯୫୨ ରେ କେରଳର କୋଲାମରେ ସେ ଜନ୍ମଗ୍ରହଣ କରିଥିଲେ । ଶାଜି ଏନ କରୁଣ କର୍କଟ ରୋଗରେ ମୃତ୍ୟୁ ବରଣ କରିଥିବା ନିଶ୍ଚିତ ହୋଇଛି । ଭାରତର କିଛି ସମ୍ମାନିତ ଚଳଚ୍ଚିତ୍ର ନିର୍ମାତାଙ୍କ ମଧ୍ୟରୁ ଜଣେ । ସାଜି ଶିଳ୍ପରେ ତାଙ୍କ କାମ ପାଇଁ ବେସ୍ ଜଣାଶୁଣା ଥିଲେ। ସେ ତାଙ୍କର ପ୍ରଥମ ଫିଚର ଫିଲ୍ମ,ପିରାଭି (୧୯୮୮) ସହିତ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ, ଯାହା ୧୯୮୯ କାନ୍ସ ଫିଲ୍ମ ଫେଷ୍ଟିଭାଲରେ କ୍ୟାମେରା ଡି'ଅର - ମେନସନ୍ ଡି'ଅନର୍ ଜିତିଥିଲା। ତାଙ୍କ ନିର୍ଦ୍ଦେଶିତ ଫିଲ୍ମ 'ପିରଭି', 'ସ୍ୱାହମ୍' (୧୯୯୪) ଏବଂ 'ବନପ୍ରସ୍ଥମ୍' (୧୯୯୯) ଏବେ ବି ଦର୍ଶକଙ୍କ ପସନ୍ଦରେ ରହିଛି । ତାଙ୍କର ଶେଷକୃତ୍ୟ ଥାଇକୌଡର ସନ୍ଥିକାବଡୋମରେ ସମ୍ପନ୍ନ ହେବ। ତାଙ୍କ ପରିବାରରେ ତାଙ୍କ ସ୍ତ୍ରୀ ଅନସୂୟା ଦେବକୀ ୱାରିଅର ଏବଂ ଦୁଇ ପୁଅ ଆପୁ ଏବଂ ଅନିଲ ଅଛନ୍ତି।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.