ପ୍ରମୁଖ ଖବର
  • ବୌଦ୍ଧ ପୋଲିସକୁ ବଡ଼ ସଫଳତା, ୧୦ ଜଣିଆ ଡକାୟତି ଗ୍ୟାଙ୍ଗ ଧରିଲେ
  • ||
  • ରତ୍ନଭଣ୍ଡାର କମିଟି ଅଧ୍ୟକ୍ଷ ଜଷ୍ଟିସ୍ ଅରିଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ବୈଠକ, ରତ୍ନଭଣ୍ଡାର ଖୋଲିବା, ମରାମତି ନେଇ ଆଲୋଚନା
  • ||
  • ରାଇଘରରେ ପୋଲିସ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିହତ
  • ||
  • ଦିନକ ପରେ ବିଶ୍ୱପ୍ରସିଦ୍ଧ ଚନ୍ଦନଯାତ୍ରା, ନରେନ୍ଦ୍ରରେ ଚାପ ଖେଳିବେ ମଦନମୋହନ
  • ||
  • ଓଡ଼ିଶା ଆସୁଛନ୍ତି ନୀତିନ ଗଡ଼କରୀ, କୃଷ୍ଣପ୍ରସାଦପୁରରେ କରିବେ ପ୍ରଚାର
  • ||
  • ଝାରସୁଗୁଡ଼ା, ପଡିଆରୁ ୩ ମୃତଦେହ ଠାବ, ଗୋଟିଏ ପରିବାର ହୋଇଥିବା ସନ୍ଦେହ
  • ||
  • ଆଇପିଏଲ ମହାସମରରେ ପଞ୍ଜାବ କିଙ୍ଗ୍ସକୁ ଭେଟିବ ରୟାଲ୍‌ ଚ୍ୟାଲେଞ୍ଜର୍ସ, ହାରିଲେ ବିଦା
  • ||
  • ବିଏମ୍‌ସି କର୍ମଚାରୀଙ୍କୁ କଡ଼ା ନିର୍ଦ୍ଦେଶ, ଏଣିକି ବିଳମ୍ବରେ ଅଫିସ୍ ଆସିଲେ ଦରମା କାଟ୍‌
  • ||
  • ରାଜ୍ୟରେ କମ୍ପୁଛି ପ୍ରଚାର ମଇଦାନ୍, ଆଜି ଗଞ୍ଜାମ, କନ୍ଧମାଳରେ କ୍ୟାମ୍ପେନିଂ କରିବେ ନବୀନ
  • ||
  • ରାଜ୍ୟରେ ଆସନ୍ତା ୧୨ ଯାଏ ଅଧିକ ବର୍ଷା ସମ୍ଭାବନା, ୧୫ ଯାଏ ଉପକୂଳରେ ବଢ଼ିବନି ତାତି
  • ||

ଦିଲ୍ଲୀରେ ଜାତୀୟସ୍ତରୀୟ ମ୍ୟାଲେରିଆ ପ୍ରବନ୍ଧ ପ୍ରତିଯୋଗିତାରେ ମାଲକାନଗିରି ସ୍ୱାସ୍ଥ୍ୟ ବିଭାଗକୁ ମିଳିଲା ପ୍ରଥମ ପୁରସ୍କାର...

ମାଲକାନଗିରି,୨୬/୪ ଦିଲ୍ଲୀ ଠାରେ ଆୟୋଜିତ ଜାତୀୟସ୍ତରୀୟ ମ୍ୟାଲେରିଆ ପ୍ରବନ୍ଧ ପ୍ରତିଯୋଗିତାରେ ମାଲକାନଗିରି ସ୍ୱାସ୍ଥ୍ୟବିଭାଗକୁ ମିଳିଛି ପ୍ରଥମ ପୁରସ୍କାର। ବିଶ୍ୱ ମ୍ୟାଲେରିଆ ଦିବସ ଅବସରରେ ଦିଲ୍ଲୀ ଠାରେ ଆୟୋଜିତ ଜାତୀୟସ୍ତରୀୟ ମ୍ୟାଲେରିଆ ପ୍ରବନ୍ଧ ପ୍ରତିଯୋଗିତାରେ ମାଲକାନଗିରି ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ମ୍ୟାଲେରିଆ ବିଭାଗ ଡାକ୍ତର ଧନେଶ୍ୱର ମହାପାତ୍ର ଯୋଗ ଦେଇଥିଲେ । ସେଠାରେ ଭାରତର ସବୁରାଜ୍ୟରୁ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ମାନେ ଉପସ୍ଥିତ ଥିଲେ । ମ୍ୟାଲେରିଆ ରୋଗ ଓ ଏହାର ପ୍ରତିକାର ସମ୍ପର୍କରେ ଜାତୀୟ ସ୍ତରରେ ପ୍ରବନ୍ଧ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା । ମାଲକାନଗିରି ଜିଲ୍ଲାରୁ ଡାକ୍ତର ଧନେଶ୍ୱର ମହାପାତ୍ର ସୁନ୍ଦର ଭାବେ ମ୍ୟାଲେରିଆ ରୋଗ ଓ ପ୍ରତିକାର ସମ୍ପର୍କରେ ପ୍ରବନ୍ଧ ପାଠ ସହିତ ଉପସ୍ଥାପନା କରିଥିଲେ । ତାଙ୍କ ପ୍ରବନ୍ଧଟି ସମଗ୍ର ଜାତୀୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଥିଲା । ଗ୍ଲୋବାଲ ସ୍ୱାସ୍ଥ୍ୟ ବିଭାଗ ଡିରେକ୍ଟର ଜେନରାଲ,ଗ୍ଲୋବାଲ ଭୁତାଣୁ ଜନିତ ନିର୍ଦ୍ଦେଶକ,ବିଶ୍ୱ ସ୍ୱାସ୍ଥ୍ୟ ଦକ୍ଷିଣ ପୂର୍ବାଞ୍ଚଳ ଏସିଆ ମୁଖ୍ୟ ଓ ଭାରତ ବିଶ୍ୱ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମାଲକାନଗିରିକୁ ସର୍ବ ଭାରତୀୟ ସ୍ତରରେ ପ୍ରଥମ ପୁରସ୍କାର ପ୍ରଦାନ କରିଥିଲେ । ଏହି ଖବର ଶୁଣି ସମଗ୍ର ମାଲକାନଗିରି ଜିଲ୍ଲାବାସୀ ଓ ଜିଲ୍ଲା ପ୍ରଶାସନ, ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ଓ କର୍ମଚାରୀଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି ।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.