ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ପ୍ରଥମ ପର୍ଯ୍ୟାୟରେ ୨୭ଜଣ ଗଣମାଧ୍ୟମ ପ୍ରତିନିଧି ପୋଷ୍ଟାଲ ବାଲଟରେ ଭୋଟ ଦେଲେ

ମାଲକାନଗିରି,୯/୫ : ଆସନ୍ତା ୧୩ତାରିଖରେ ହେବାକୁ ଥିବା ନିର୍ବାଚନ ପାଇଁ ଆଜି ପ୍ରଥମ ପର୍ଯ୍ୟାୟରେ ପ୍ରଥମ ଥର ୨୭ଜଣ ଗଣମାଧ୍ୟମ ପ୍ରତିନିଧି ପୋଷ୍ଟାଲ ବାଲଟରେ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି । ଆସନ୍ତା ୧୩ତାରିଖରେ ଓଡିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବାକୁ ଯାଉଛି, ସେହି ଦିନ ନବରଙ୍ଗପୁର ଲୋକସଭା ଓ ମାଲକାନଗିରି, ଚିତ୍ରକୋଣ୍ଡା ବିଧାନସଭା ଆସନ ପାଇଁ ମଧ୍ୟ ନିର୍ବାଚନ ହେବାକୁ ଯାଉଛି। ଚଳିତ ନିର୍ବାଚନ ପାଇଁ ନିର୍ବାଚନ କମିସନର କାର୍ଯ୍ୟ ରତ ଗଣ ମାଧ୍ୟ୍ୟମ ପ୍ରତିନିଧିଙ୍କୁ ପ୍ରଥମ ଥର କରି ପୋଷ୍ଟାଲ ବାଲଟରେ ଭୋଟ ଦେବାର ସୁଯୋଗ ଦେଇଛନ୍ତି।

ମାଲକାନଗିରି ଜିଲ୍ଲାରେ ପ୍ରଥମ ଥର କରି ଆଜି ୧୪୬ମାଲକାନଗିରି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ  ୨୭ଜଣ ଗଣମାଧ୍ୟମ ପ୍ରତିନିଧି  ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ସ୍ୱତନ୍ତ୍ର ବୁଥରେ ପୋଷ୍ଟାଲ ବାଲଟରେ ଶାନ୍ତିଶୃଙ୍ଖଳା ର ସହିତ ଭୋଟ ଦେଇଛନ୍ତି । 

ରିଟର୍ଣ୍ଣିଙ୍ଗ ଅଫିସର ତଥା ଉପଜିଲ୍ଲାପାଳ ଦୁର୍ଯ୍ୟଧନ ଭୋଇ ଉପସ୍ଥିତ ରହି କାର୍ଯ୍ୟକ୍ରମ ତଦାରଖ କରିଥିଲେ। ବୁଥ ଇନଚାର୍ଜ ଭାବେ ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଗୋବର୍ଧନ ପୂଜାରୀ, ଆଟେଷ୍ଟେଡ଼ ଅଫିସର ଭାବେ ପୌରପରିଷଦ ନିର୍ବାହୀ ଅଧିକାରୀ ରାଜେନ୍ଦ୍ର ଖରା ସୁଚାରୁ ଭାବେ ଦାୟିତ୍ୱ ତୁଲାଇଥିଲେ । ଆସନ୍ତାକାଲି ୧୪୭ଚିତ୍ରକୋଣ୍ଡା ବିଧାନସଭା ଆସନ ପାଇଁ ୫ଜଣ ସାମ୍ବାଦିକ ପୋଷ୍ଟାଲ ବାଲଟ ମାଧ୍ୟମରେ ନିଜର ମତଦାନ କରିବେ। ପୋଷ୍ଟାଲ ବାଲାଟରେ ଭୋଟ ଦେବା ପାଇଁ ମାଲକାନଗିରି ଜିଲ୍ଲାରେ ୩୭ଜଣ ସାମ୍ବାଦିକ ପୂର୍ବରୁ ଆବେଦନ କରିଥିଲେ । ସେଥିମଧ୍ୟରୁ ୫ଜଣଙ୍କର ବିଭିନ୍ନ କାରଣ ଯୋଗୁଁ କଟିଯାଇଥିବାବେଳେ ୩ ଜଣ ପୋଷ୍ଟାଲ ଭୋଟ ଦେବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ୧୪୬ ମାଲକାନଗିରି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ୱତନ୍ତ୍ର ଭୋଟ କେନ୍ଦ୍ରରେ  ଆଜି ୨୭ଜଣ ସାମ୍ବାଦିକ ଭୋଟ ଦେଇଛନ୍ତି । ଶୁକ୍ରବାର ଦିନ୧୪୭ ଚିତ୍ରକୋଣ୍ଡା ବିଧାନସଭା  ନିର୍ବାଚନ ମଣ୍ଡଳୀ ପାଇଁ ୫ ଜଣ ସାମ୍ବାଦିକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ସ୍ୱତନ୍ତ୍ର ଭୋଟ କେନ୍ଦ୍ରରେ ସକାଳ ୯ଟାରୁ ସନ୍ଧ୍ୟା ୫ ଟା ମଧ୍ୟରେ ପୋଷ୍ଟାଲ ଭୋଟ ଦେବାର ବ୍ୟବସ୍ଥା କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.