ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ମେ ଚତୁର୍ଥ ସପ୍ତାହରେ ମାଟ୍ରିକ୍‌ ଫଳ ! ହ୍ୱାଟସ୍‌ଆପ୍‌ରେ ପରୀକ୍ଷାର୍ଥୀ ପାଇବେ ରେଜଲ୍ଟ

କଟକ, ୮।୫: ଚଳିତ ମାସ ଚତୁର୍ଥ ସପ୍ତାହ ସୁଦ୍ଧା ମାଟ୍ରିକ୍‌ ପରୀକ୍ଷା ଫଳ ପ୍ରକାଶ କରାଇବା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଲକ୍ଷ୍ୟ ରଖିଛି । ନିର୍ବାଚନୀ ତାଲିମ୍‌ କାର୍ଯ୍ୟ ଏବଂ ବୋର୍ଡ ପକ୍ଷରୁ ଚଳିତ ବର୍ଷ ମାଟ୍ରିକ୍‌ ଫଳ ପ୍ରକାଶନ ବ୍ୟବସ୍ଥାରେ ଏଥର କିଛି ନୂତନ ପଦକ୍ଷେପ ନେଇଥିବାରୁ ରେଜଲ୍ଟ ପ୍ରକାଶ ଲାଗି ଆକଳନ ହୋଇଥିବା ପୂର୍ବ ଧାର୍ଯ୍ୟ ସମୟକୁ ଘୁଞ୍ଚାଇ ଦିଆଯାଇଛି । ପରୀକ୍ଷା ଫଳ ପ୍ରକାଶ ପରେ କୃତୀ ପରୀକ୍ଷାର୍ଥୀମାନଙ୍କୁ ଡିଜିଟାଲ୍‌ ସାର୍ଟିଫିକେଟ୍‌ ପ୍ରଦାନ ଲାଗି ନିଷ୍ପତ୍ତି ନିଆଯାଇଥିବା ବେଳେ ଏବେ ହ୍ୱାଟସ୍‌ଆପ୍‌ରେ ପରୀକ୍ଷାର୍ଥୀମାନେ ରେଜଲ୍ଟ ଜାଣିବା ଲାଗି ଆଉ ଏକ ନୂଆ ପଦକ୍ଷେପ ନେବାକୁ ବୋର୍ଡ ପ୍ରସ୍ତୁତି ଚଳାଇଛି । ଫଳ ପ୍ରକାଶ ମାତ୍ରେ ପରୀକ୍ଷାର୍ଥୀମାନେ ହାତପାଆନ୍ତାରେ ରେଜଲ୍ଟ ସିଟ୍‌ ପାଇବା ଲାଗି ବୋର୍ଡ ପକ୍ଷରୁ ହ୍ୱାଟସ୍‌ଆପ୍‌ରେ ଏହି ସୁବିଧା ଉପଲବଧ୍‌ କରାଇବାକୁ ଯୋଜନା ହୋଇଛି । 

ତେବେ ପରୀକ୍ଷାର୍ଥୀମାନେ ଫର୍ମପୂରଣ ସମୟରେ ଯେଉଁ ମୋବାଇଲ୍‌କୁ ରେଜିଷ୍ଟ୍ରେସନ୍‌ କରାଇଥିଲେ ଉକ୍ତ ନମ୍ବରରେ ଲିଙ୍କ୍‌ ଦିଆଯିବ । ଆସନ୍ତା ଦୁଇ ତିନି ଦିନ ମଧ୍ୟରେ ଏ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ବୋର୍ଡ ସୂତ୍ରରୁ ସୂଚନା ମିଳିଛି । ଉକ୍ତ ନିଷ୍ପତ୍ତି କାର୍ଯ୍ୟକାରୀ ହୋଇଗଲେ ଫଳ ପ୍ରକାଶ ପାଇବା ମାତ୍ରେ କୃତୀ ପରୀକ୍ଷାର୍ଥୀମାନେ ହ୍ୱାଟସ୍‌ଆପ୍‌ରୁ ସେମାନଙ୍କ ରେଜଲ୍ଟ ସିଟ୍‌ ସହଜରେ ପାଇଯିବେ ବୋଲି ଜଣାଯାଇଛି । ଅନ୍ୟପକ୍ଷରେ ଚଳିତବର୍ଷ ଡିଜିଟାଲ୍‌ ସାର୍ଟିଫିକେଟ୍‌ ବ୍ୟବସ୍ଥା ପ୍ରଥମ ଥର ପାଇଁ ପ୍ରଚଳିତ ହେବାର ଯୋଜନା ଥିବାରୁ ତ୍ରୁଟିଶୂନ୍ୟ ସାର୍ଟିଫିକେଟ୍‌ ପ୍ରସ୍ତୁତ ଲାଗି ବୋର୍ଡ ପକ୍ଷରୁ ଏକ୍ସପର୍ଟଙ୍କ ସହାୟତା ନିଆଯାଇଛି । 

ସୂଚନାଯୋଗ୍ୟ, ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ମାଟ୍ରିକ୍‌, ମଧ୍ୟମା ଏବଂ ଷ୍ଟେଟ୍‌ ଓପନ୍‌ ସ୍କୁଲ୍‌ ପରୀକ୍ଷାରେ ତ୍ରୁଟିଶୂନ୍ୟ ଫଳ, ତ୍ରୁଟିଶୂନ୍ୟ ଡିଜିଟାଲ୍‌ ସାର୍ଟଫିକେଟ୍‌ ପ୍ରଦାନ ଉପରେ କର୍ତ୍ତୃପକ୍ଷ ଗୁରୁତ୍ୱ ଦେଇଛନ୍ତି । ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ସାର୍ଟିଫିକେଟ୍‌ ପାଇବା ଲାଗି କୃତୀ ପରୀକ୍ଷାର୍ଥୀମାନେ ଏଥର ଆଉ ମାସାଧିକ କାଳ ଅପେକ୍ଷା କରିବାକୁ ପଡ଼ିବ ନାହିଁ ବୋର୍ଡ କର୍ତ୍ତୃପକ୍ଷ କହିଛନ୍ତି । ଫଳ ପ୍ରକାଶ ହେବା ମାତ୍ରେ ପରୀକ୍ଷାର୍ଥୀମାନେ ଅନ୍‌ଲାଇନ୍‌ରେ ନିଜ ସାର୍ଟିଫିକେଟ୍‌ ପାଇଯିବେ । ଉଲ୍ଲେଖଥାଉକି, ଗତ ଫେବ୍ରୁଆରୀ ୨୦ରୁ ମାର୍ଚ୍ଚ ୪ ତାରିଖ ପର୍ଯ୍ୟନ୍ତ ମାଟ୍ରିକ୍‌ ସହ ମଧ୍ୟମା ଏବଂ ଏସ୍‌ଓଏସ୍‌ସି ପରୀକ୍ଷା ହୋଇଥିଲା । ରାଜ୍ୟରେ ୫ ଲକ୍ଷରୁ ଅଧିକ ମାଟ୍ରିକ୍‌ ପରୀକ୍ଷାର୍ଥୀ ୩ ହଜାର ୧୫୩ଟି କେନ୍ଦ୍ରରେ ଏଥର ପରୀକ୍ଷା ଦେଇଥିଲେ । ଗତବର୍ଷ ମାଟ୍ରିକ୍‌ ପରୀକ୍ଷା ଫଳ ମେ ୧୮ ତାରିଖରେ ବାହାରିଥିଲା ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.