ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଦିନକ ପରେ ବିଶ୍ୱପ୍ରସିଦ୍ଧ ଚନ୍ଦନଯାତ୍ରା, ନରେନ୍ଦ୍ରରେ ଚାପ ଖେଳିବେ ମଦନମୋହନ

ପୁରୀ,୦୯/୦୫: ଦିନକ ପରେ ବିଶ୍ୱପ୍ରସିଦ୍ଧ ଚନ୍ଦନଯାତ୍ରା । ଚାପ ଖେଳିବେ ମହାପ୍ରଭୁ । ନରେନ୍ଦ୍ରରେ ଚନ୍ଦନ ମଉଜ କରିବେ ଜାଗା ଆଖଡ଼ାର ଭେଣ୍ଡିଆ । ଏଥିପାଇଁ ପ୍ରସ୍ତୁତ ହୋଇଛି ଚନ୍ଦନ ଚକଡ଼ା, ନରେନ୍ଦ୍ର ଓ ରାସ୍ତାଘାଟ । ପଞ୍ଚ ପାଣ୍ଡବ, ମଦନମୋହନ, ରାମ, କୃଷ୍ଣ, ଶ୍ରୀଦେବୀ, ଭୂଦେବୀଙ୍କୁ ସ୍ୱାଗତ କରିବାକୁ ନରେନ୍ଦ୍ରରେ ପ୍ରସ୍ତୁତ ହୋଇଛି ବିଶାଳ ତୋରଣ । ନବବଧୂ ଭଳି ସଜେଇ ହୋଇଛି ନରେନ୍ଦ୍ରର ଚତୁଃପାଶ୍ୱର୍ । ନରେନ୍ଦ୍ର ଚାରିପାଖରେ ବିଭିନ୍ନ ଦେବାଦେବୀ ଓ ଉତ୍କଳୀୟ ସଂସ୍କୃତି ପରମ୍ପରା ଆଧାରିତ ପ୍ରସ୍ଥର ଖୋଦିତ ମୂର୍ତ୍ତି ସଜାଯାଇଥିବା ବେଳେ ଏହାର ଶୋଭା ବଢ଼ାଉଛି ହେରିଟେଜ୍‌ ଲାଇଟ୍‌ । ରାତିରେ ଝଲସି ଉଠୁଛି ନରେନ୍ଦ୍ର ପୁଷ୍କରିଣୀ ।

ଚନ୍ଦନଯାତ୍ରା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଚନ୍ଦନ ଚକଡ଼ାକୁ ନୂତନ ରଙ୍ଗରେ ଚିତ୍ରିତ କରାଯାଇଛି । ଏହା ସହ ନରେନ୍ଦ୍ର ପୁଷ୍କରିଣୀର ଆଖପାଖ ଅଞ୍ଚଳକୁ ମଧ୍ୟ ସଜାଯାଇଛି । ନରେନ୍ଦ୍ରରେ ଚାପ ଖେଳିବା ପାଇଁ ପଞ୍ଚୁ ପାଣ୍ଡବ ମାର୍କଣ୍ଡେୟ  ନୀଳକଣ୍ଠ, କପାଳମୋଚନ, ଜମ୍ବେଶ୍ୱର ଏବଂ ଲୋକନାଥ ମଧ୍ୟ ଆସିବେ । ଏଣୁ ପଞ୍ଚୁପାଣ୍ଡବଙ୍କ ଯାତାୟତ ରାସ୍ତା ଯଥା ମାର୍କଣ୍ଡେଶ୍ୱର ସାହି, ଲବଣିଖିଆ ଛକ, ଗାଣ୍ଡୁଆଚଉରା ଛକ, ଗୌଡ଼ବାଡ଼ ସାହି ଏବଂ ଲୋକନାଥ ରୋଡ୍‌ରେ ଥିବା ବିଭିନ୍ନ ଖାଲଖମାକୁ ପୂରଣ କରାଯାଇଛି । ବୁଧବାର ଲୋକନାଥ ରୋଡ୍‌ରେ ଉଭୟ ପାଶ୍ୱର୍ରେ ଥିବା ନଳାକୁ ସଫା କରିବା ପାଇଁ ଜେସିବି ବ୍ୟବହାର କରାଯାଇଥିଲା । ଜେସିବି ସାହାଯ୍ୟରେ କୁଢ଼କୁଢ଼ ପ୍ଲାଷ୍ଟିକ ଆବର୍ଜନା ବାହାରକୁ ବାହାରିଥିଲା । ସେହିଭଳି ଗାଣ୍ଡୁଆ ଚଉରା ଛକ ନିକଟରେ ରାସ୍ତା ଦୀର୍ଘ ଦିନ ଧରି ଭଙ୍ଗାରୁଜା ଅବସ୍ଥାରେ ପଡ଼ିଥିଲା । ଫଳରେ ଏଠାରେ ନଳା ପାଣି ଜମି ରହୁଥିଲା । ଏହି ରାସ୍ତା ମଧ୍ୟ ବୁଧବାର ମରାମତି ହୋଇଛି । ଶ୍ରୀଲୋକନାଥ ପୀଠ ନିକଟରେ ଦୀର୍ଘ ଦିନ ହେବ ଆବର୍ଜନା ଜମି ରହିଥିଲା । ଏହି ଆବର୍ଜନା ସବୁକୁ ମଧ୍ୟ ବୁଧବାର ସଫା କରାଯାଇଛି । 

ଅନ୍ୟପକ୍ଷରେ ପୁରୀ ପୌରପାଳିକା ଅଧିକାରୀ ପ୍ରଜ୍ଞାଶ୍ରୀ ପ୍ରିୟମ୍ବଦାଙ୍କ ଅଧ୍ୟକ୍ଷତାରେ ପୁରୀ ସହରର ସ୍ୱଚ୍ଛତାରେ ନିୟୋଜିତ ଥିବା କର୍ମଚାରୀ ଓ ଅଧିକାରୀଙ୍କୁ ନେଇ ପୌରପାଳିକା କାର୍ଯ୍ୟାଳୟ ପରିସରରେ ବୈଠକ ଅନୁଷ୍ଠିତ ହୋଇଛି । ପଞ୍ଚୁ ପାଣ୍ଡବଙ୍କ ଯାତାୟତ ରାସ୍ତାରେ ଦୁଇ ବେଳା ସଫେଇ କରିବା ସହ ଉଭୟ ପାଶ୍ୱର୍ରେ ବ୍ଲିଚିଂ ପାଉଡର ପକାଇବାକୁ ନିଷ୍ପତ୍ତି ଗ୍ରହଣ ହୋଇଛି । ନରେନ୍ଦ୍ର ପୁଷ୍କରିଣୀ ପାଖ ଅଞ୍ଚଳକୁ ମଧ୍ୟ ନିୟମିତ ଭାବେ ସଫା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ମାର୍କେଟ ଛକଠାରୁ ନରେନ୍ଦ୍ର ପୁଷ୍କରିଣୀ ପର୍ଯ୍ୟନ୍ତ ରାସ୍ତାକୁ ନିୟମିତ ସଫା କରାଯିବ ବୋଲି କୁହାଯାଇଛି । ଏହି ରାସ୍ତାର ଉଭୟ ପାଶ୍ୱର୍ ନାଳକୁ ମଧ୍ୟ ବୁଧବାର ସଫା କରାଯାଇଛି । 

  • PrameyaOdia
  • prameya
  • puri
  • puri news
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.