ମାଲକାନଗିରି,୨୭/୧୨ : ମାଲକାନଗିରି ଜିଲ୍ଲା ବିଜେଡି ଦଳର ଜିଲ୍ଲା ସଭାପତି ଭାବେ ମାନସ ମାଡ଼କାମିଙ୍କୁ ପୂର୍ବରୁ ଚୟନ କରାଯାଇଥିବାବେଳେ ଅନ୍ୟାନ୍ୟ ପଦବୀ ଗୁଡ଼ିକ ଦୀର୍ଘ ଦିନ ଧରି ଖାଲିଥିଲା । ତାହା ରାଜ୍ୟ ବିଜେଡି ପକ୍ଷରୁ ଆଜି ଘୋଷଣା କରାଯାଇଛି । ମାଲକାନଗିରି ଜିଲ୍ଲାର ମାଲକାନଗିରି ଓ ଚିତ୍ରକୋଣ୍ଡା ଦୁଇଟି ନିର୍ବାଚନ ମଣ୍ଡଳୀର ବିଜେଡି କର୍ମକର୍ତ୍ତା ପଦବୀ ଘୋଷଣା କରାଯାଇଛି ।
ନୂତନ ଉପସଭାପତି ଭାବେ ଦୁଇ ଜଣ, ସାଧାରଣ ସମ୍ପାଦକ ୯, ସମ୍ପାଦକ ୧୯ ଓ ଜଣଙ୍କୁ କୋଷାଧ୍ୟକ୍ଷ ଭାବେ ଚୟନ କରାଯାଇଛି । ମାଲକାନଗିରି ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି ଦଳର ଉପସଭାପତି ଭାବେ ପ୍ରଫୁଲ କୁମାର ପଣ୍ଡା, ସାଧାରଣ ସମ୍ପାଦକ ଭାବେ ଡି. ବିଶ୍ଵନାଥ ରେଡି ଓ ଚିତ୍ରକୋଣ୍ଡା ବିଧାନସଭା ନିର୍ବାଚନ ମଣ୍ଡଳୀର ଉପସଭାପତି ଭାବେ ଉଦୟ ନାଥ ମାଦ୍ରୀ, ସାଧସରଣ ସମ୍ପାଦକ ଭାବେ ସତ୍ୟ ନାରାୟଣ ପାଣିଗ୍ରାହୀ, କୋଷାଧ୍ୟକ୍ଷ ଭାବେ ଦେବାଶିଷ ମିସ୍ତ୍ରୀଙ୍କୁ ଚୟନ କରାଯାଇଥିବାବେଳେ ୭ଟି ବ୍ଲକର ବିଜେଡି ସାଧାରଣ ସମ୍ପାଦକ ଓ ସମ୍ପାଦକ ପଦବୀ ଚୟନ କରା ଯାଇଥିବା ଶଙ୍ଖ ଭବନ ପକ୍ଷରୁ ରାଜ୍ୟ ବିଜେଡି ସଭାପତି ତଥା ବିରୋଧି ଦଳ ନେତା ନବୀନ ପଟ୍ଟନାୟକଙ୍କ ଦ୍ୱାରା ପ୍ରେସ ନୋଟ ମାଧ୍ୟମରେ ଘୋଷଣା କରାଯାଇଛି।