ମାଲକାନଗିରି, ୧୫/୧ (ଆପ୍ର ) ମାଲକାନଗିରି ପୁଲିସ ପକ୍ଷରୁ ସବୁଜ ଜହର ଚାଷ ଉପରେ ଚଡାଉ କରା ଯାଇ ୨୮ ଲକ୍ଷ ଟଙ୍କାର ବେଆଇନ ଗଞ୍ଜେଇ ଗଛ କାଟି ପୋଡି ନଷ୍ଟ କରିଛି ।ମାଲକାନଗିରି ଥାନା ପୁଲିସ ପକ୍ଷରୁ ବେଆଇନ ଗଞ୍ଜେଇ ଚାଷ ଉପରେ ଚଡାଉ ଜାରି ରହିଛି `। ଗତ ଦୁଇ ଦିନ ରେ ୨୦ଏକର ଜମିରୁ ୨୮ହଜାର ୫୦୦ଗଞ୍ଜେଇ ଗଛ କାଟି ପୋଡିନଷ୍ଟ କରିଛନ୍ତି। ଏହାର ବଜାର ମୂଲ୍ୟ ପ୍ରାୟ ୨୮ଲକ୍ଷ୫୦ ହଜାର ଟଙ୍କା ହେବ ବୋଲି ମାଲକାନଗିରି ଆଦର୍ଶ ଥାନା ଆଇଆଇସି ରିଗାନ କିଣ୍ଡୋ ସୂଚନା ଦେଇଛନ୍ତି ।
ମାଲକାନଗିରି ଥାନା ସବ ଇନିସପେକ୍ଟର ସର୍ବେଶ୍ୱର ଭୋଇ, ଏଏସଆଇ ଅଜିତ ଷଡ଼ଙ୍ଗୀ ଙ୍କ ନେତୃତ୍ବ ରେ ପୁଲିସ ସଦଳବଳ ମାଲକାନଗିରି ବ୍ଲକସ୍ଥ ବିଏଲ.ପୁର ପଞ୍ଚାୟତ ନିକଟବର୍ତ୍ତୀ ଧାଙ୍ଗଗୁଡା ଗୋଟିଗୁଡା ଜଙ୍ଗଲ ରେ ବେଆଇନ ଗଞ୍ଜେଇ ଚାଷ ଉପରେ ଚଡାଉ କରିଥିଲେ। ଉକ୍ତ ଜଙ୍ଗଲ ରେ ବେଆଇନ ଭାବେ ହୋଇଥିବା ୧୧ଏକର ଜଙ୍ଗଲ ଜମିରୁ ୧୬୫୦୦ ଗଞ୍ଜେଇ ଗଛ କାଟି ପୋଡି ନଷ୍ଟ କରିଛନ୍ତି । ସେହି ପରି ଗତ କାଲି ମଧ୍ୟ ସିନ୍ଦିରିମାଳ ପଞ୍ଚାୟତ ସ୍ଥ ଭୀମରଙ୍ଗିଣୀ ଜଙ୍ଗଲ ରେ ହୋଇ ଥିବା ୯ ଏକର ଜମିରୁ ୧୨ ହଜାର ଗଞ୍ଜେଇ ଗଛ କାଟି ପୋଡି ନଷ୍ଟ କରିଛନ୍ତି। ଏହି ଦୁଇଦିନ ର ଚଢ଼ାଉ ରେ ୨୮ଲକ୍ଷ ୫୦ ହଜାର ଟଙ୍କାର ଗଞ୍ଜେଇ ଗଛ କଟା ଯାଇ ପୋଡା ହୋଇ ନଷ୍ଟ କରା ଯାଇଛି। ପୁଲିସ ପକ୍ଷରୁ ବେଆଇନ ଗଞ୍ଜେଇ ଚାଷ ଉପରେ ଚଡାଉ ଜାରି ରହିବ ବୋଲି ଥାନା ଅଧିକାରୀ ଶ୍ରୀ କିଣ୍ଡୋ କହିଛନ୍ତି।