ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ସରକାର ଗଠନ କରିଛି ବିଜେପି । ୨୦୭ ଆସନରେ ଦଳ ବିଜୟୀ ହୋଇଛି । ୧୫ ବର୍ଷର ଟିଏମସି ସରକାରର ପତନ ଘଟିଛି । ନିଜ ଆସନ ବଜାୟ ରଖି ପାରିଲେନି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଭବାନୀପୁର ଆସନରେ ଶୁଭେନ୍ଦୁ ଅଧିକାରୀଙ୍କଠାରୁ ୧୫ ହଜାରରୁ ଅଧିକ ଭୋଟରେ ହାରିଛନ୍ତି ମମତା । ତଥାପି ନିଜର ପରାଜୟ ଏବଂ ବିଜେପିର ବିଜୟକୁ ସହଜରେ ଗ୍ରହଣ କରୁନାହାନ୍ତି ମମତା । ସେ ବିଜେପି ଉପରେ ଗମ୍ଭୀର ଅଭିଯୋଗ ଆଣୁଥିବାବେଳେ ନିର୍ବାଚନ କମିଶନଙ୍କୁ ଟାର୍ଗେଟ କରିଛନ୍ତି । ଏହାସହ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନାହିଁ ନାହିଁ ବୋଲି ଶୁଣାଇ ଦେଇଛନ୍ତି । ଯାହାକୁ ନେଇ ଏବେ ରାଜନୈତିକ ଚର୍ଚ୍ଚାର ଜୋର ଧରିଛି ।

ନିର୍ବାଚନ ଫଳାଫଳ ପରେ ମଙ୍ଗଳବାର ପ୍ରେସମିଟ୍ କରି ଦିଦି ପଦରୁ ଇସ୍ତଫା ଦେବେ ନାହିଁ ବୋଲି ସିଧାସିଧା ଶୁଣାଇ ଦେଇଛନ୍ତି । ନବନିର୍ବାଚିତ ବିଧାୟକଙ୍କ ସହ ବିଧାନସଭାରେ ପ୍ରତିବାଦ କରିବେ ବୋଲି କହିଛନ୍ତି ଦିଦି । ସେ କହିଛନ୍ତି କି, ମୁଁ ଇସ୍ତଫା ଦେବିନି । ସେମାନେ ମୋତେ ବରଖାସ୍ତ କରନ୍ତୁ । ଯଦି କେନ୍ଦ୍ର ସରକାର ଚାହିଁବେ ତାହେଲେ ସେମାନେ ରାଷ୍ଟ୍ରପତି ଶାସନ ଲାଗୁ କରନ୍ତୁ । ପରେ ଯଦିଓ ଅଭିଶେକ ବାନାର୍ଜୀ କହିଥିଲେ କି, ବଳପୂର୍ବକ ତାଙ୍କଠାରୁ ଜନାଦେଶକୁ ଛଡ଼ାଇ ନିଆଯାଇଛି । ଏହା ତାଙ୍କର ବିରୋଧ ପ୍ରକାଶ କରିବାର ଏକ କାରଣ ।

ଏହାସହ ଦଳର ବିଧାୟକଙ୍କୁ ମମତା କହିଛନ୍ତି କି, ବିଧାନସଭାର ପ୍ରଥମଦିନ ସମସ୍ତେ କଳାପୋଷାକ ପିନ୍ଧିବେ । ଆମେ ଏହିଦିନକୁ କଳାଦିବସ ରୂପେ ପାଳନ କରିବୁ । ଯେଉଁମାନେ ଆମସହ ବିଶ୍ବାସଘାତକ କରିଛନ୍ତି ସେମାନଙ୍କୁ ଦଳରୁ ବହିସ୍କାର କରାଯିବ । ମୁଁ ସେମାନଙ୍କୁ ନୈତିକଭାବେ ପରାସ୍ତ କରିଛି । ଆମେ ହାରି ଥାଇପାରୁ ହେଲେ ଲଢ଼େଇ ଜାରି ରଖିବୁ । ଏହାସହ ସେ ବିଧାୟକଙ୍କୁ କହିଛନ୍ତି କି, ନିଜ ନିର୍ବାଚନ ମଣ୍ଡଳୀରେ ରୁହନ୍ତୁ । ସମସ୍ତ ହିଂସାର ମୁକାବିଲା କରନ୍ତୁ ।

ନିର୍ବାଚନ କମିଶନଙ୍କ ଧରି ବିଜେପି ଏହି ବିଜୟ ହାସଲ କରିଛି । ଏସଆଇଆର ନାଁରେ ୯୦ ଲକ୍ଷ ଭୋଟରଙ୍କ ନାମ କଟାଯାଇଛି । ଏହାସହ ୩୨ ଲକ୍ଷ ଭୋଟରଙ୍କୁ ଯୋଡ଼ାଯାଇ ଅନିୟମିତା କରାଯାଇଛି । ଯେଉଁ କାରଣରୁ ବିଜେପିର ବିଜୟ ହୋଇଛି । ନିର୍ବାଚନ କମିଶନଙ୍କ ପାଇଁ ଜିତିଛି ବିଜେପି । ସେପଟେ କୁହାଯାଉଛି କି, ଦରକାର ପଡ଼ିଲେ ମମତା ସୁପ୍ରିମକୋର୍ଟରେ ଏହି ମାମଲା ଲଢ଼ିପାରନ୍ତି ।

ଏହାସହ ପଢ଼ନ୍ତୁ : ତାମିଲନାଡ଼ୁରେ ସରକାର ଗଠନ ନେଇ DMK-AIADMK ମଧ୍ୟରେ ଆଲୋଚନା !