ପ୍ରମୂଖ ଖବର
  • ଗଭୀର ଅବପାତ ପଳେଇଲା, ବଡ଼ ବର୍ଷା ହେଲାନି: ଆଜିଠୁ କମିବ ବର୍ଷା, ଜୁନ୍ ୧ରୁ ୩ ଯାଏ ବଢ଼ିବ ତାପମାତ୍ରା
  • ||
  • ପାଣି ଟାଙ୍କିରେ ପଡ଼ି ନାବାଳିକା ମୃତ୍ୟୁ ଘଟଣା: ରାତି ଅଧରେ ହେଲା ଶବ ବ୍ୟବଚ୍ଛେଦ
  • ||

ତେଜସ୍ୱୀ ଯାଦବଙ୍କ ଶିଶୁକୁ ଭେଟିଲେ ‘ଲୋକାଲ ଗାଡ଼ିଆନ' ମମତା ବାନାର୍ଜୀ

Published By : Gurupada Nath | May 28, 2025 6:18 PM

ନୂଆଦିଲ୍ଲୀ, ୨୮/୫ :   ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ମଙ୍ଗଳବାର ତାଙ୍କର ଦ୍ବିତୀୟ ସନ୍ତାନ ଜନ୍ମ ହେବା ଘୋଷଣା କରିଥିଲେ । ଏହାର କିଛି ସମୟ ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କୁ ଏବଂ ତାଙ୍କ ପରିବାରକୁ ଅଭିନନ୍ଦନ ଜଣାଇବା ପାଇଁ କୋଲକାତାରେ ଭେଟିଥିଲେ। ମମତାଙ୍କ ଗସ୍ତ ସମୟରେ, ତେଜସ୍ୱୀ ପ୍ରକାଶ କରିଥିଲେ ଯେ, ମମତା ଶିଶୁପୁତ୍ରର "ଲୋକାଲ ଗାଡ଼ିଆନ" । ସେ ଆହୁରି ମଧ୍ୟ କହିଥିଲେ ଯେ ସେ ଏହି ବିଷୟରେ ପୂର୍ବରୁ ଅବଗତ ଥିଲେ ଏବଂ ପରିବାରକୁ ବହୁତ ସମର୍ଥନ କରିଥିଲେ।

ଏ ନେଇ ମମତା କହିଥିଲେ, "ମୁଁ କିଛି ସମୟରୁ ଜାଣିଛି ଯେ ରାଜଶ୍ରୀ (ତେଜସ୍ୱୀଙ୍କ ସ୍ତ୍ରୀ) କୋଲକାତାରେ ଥିଲେ ଏବଂ ତେଜସ୍ୱୀ ଗତକାଲି ସନ୍ଧ୍ୟାରେ ମୋ ସହ ଶିଶୁର ଜନ୍ମ ଖବର ସେୟାର କରିଥିଲେ। ମୁଁ ପ୍ରତିଶ୍ରୁତି ଦେଇଥିଲି ଯେ ମୁଁ ଭେଟିବି ଏବଂ ଆଜି ଆସି ଶିଶୁକୁ ସ୍ନେହ ଏବଂ ଆଶୀର୍ବାଦ ଦେଲି।"

ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ସେ ତେଜସ୍ୱୀଙ୍କୁ ଉତ୍ସାହିତ ମଧ୍ୟ କରିଥିଲେ। "ଲାଲୁ ଯାଦବ ଏବଂ ରାବ୍ରି ଜୀ ଏଠାରେ ଅଛନ୍ତି, ଏବଂ ସେମାନେ ମଧ୍ୟ ବହୁତ ଖୁସି। ମୁଁ ତେଜସ୍ୱୀଙ୍କ ପରିବାରକୁ ଶାନ୍ତି ଏବଂ ଖୁସି କାମନା କରୁଛି। ବିହାରରେ ମଧ୍ୟ ନିର୍ବାଚନ ପାଖେଇ ଆସୁଛି, ମୁଁ ତାଙ୍କୁ ଶୁଭକାମନା ଜଣାଉଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.