ପ୍ରମୁଖ ଖବର
  • ରାଏବରେଲିରୁ ପ୍ରାର୍ଥୀପତ୍ର ଦାଖଲ କଲେ ରାହୁଲ ଗାନ୍ଧୀ, ୨୦ ବର୍ଷ ହେବ ସାଂସଦ ଥିଲେ ମା’ ସୋନିଆ
  • ||
  • ଭିଜିଲାନ୍ସ ପଞ୍ଝାରେ କନିଷ୍ଠ କିରାଣୀ ଜିତେନ୍ଦ୍ର ସେନାପତି, ୧୦ ହଜାର ଲାଞ୍ଚ ନେ​‌ବା ବେଳେ ମାଡ଼ି ବସିଲା ଟିମ୍
  • ||
  • ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ରାଜ୍ୟସଭା ସାଂସଦ ରବିନାରାୟଣ ମହାପାତ୍ର
  • ||
  • ମେ'୧୦ରେ ପବିତ୍ର ଅକ୍ଷୟ ତୃତୀୟା: କପଡ଼ା କାର୍ଯ୍ୟ ଶୁଭାରମ୍ଭ କଲେ ଦର୍ଜି ସେବକ, ଛତି, ଓଲାର, ଖଣ୍ଡା, ଛୁରି, ତରାସ ପ୍ରସ୍ତୁତ ହେବ
  • ||
  • ଶୁକ୍ରବାର ଏକାମ୍ର ନିର୍ବାଚନମଣ୍ଡଳୀ ପାଇଁ ନାମାଙ୍କନ ଭରିବେ ବିଜେପିର ବାବୁ ସିଂ ଓ ବିଜେଡିର ଆଶୋକ ପଣ୍ଡା
  • ||
  • ମେ' ୧୨ରେ ସିବିଏସ୍‌ଇ ରେଜଲ୍ଟ ପ୍ରକାଶ ପାଇବା ସମ୍ଭାବନା
  • ||
  • ରାହୁଲ ଗାନ୍ଧିଙ୍କ ରାୟଗଡ଼ା ଗସ୍ତ ବାତିଲ୍, ସୂଚନା ଦେଲେ କଂଗ୍ରେସ ଇସ୍ତାହାର କମିଟି ମୁଖ୍ୟ ପ୍ରସାଦ ହରିଶ୍ଚନ୍ଦନ
  • ||
  • ଆମେଥି, ରାଏବରେଲି ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ: ରାଏବରେଲିରୁ ଲଢ଼ିବେ ରାହୁଲ ଗାନ୍ଧି
  • ||
  • IPL 2024: ୱାଙ୍ଖଡ଼େରେ ମୁମ୍ବାଇକୁ ଭେଟିବ କୋଲକାତା, ୧୨ ବର୍ଷର ପରାଜୟଧାରା ଭାଙ୍ଗିବ ନାଇଟ ରାଇଡର୍ସ
  • ||
  • ହାଇଭୋଲଟେଜ୍‌ ପ୍ରଚାରରେ କମ୍ପିବ ରାଜ୍ୟ: ଆଜି ରାୟଗଡ଼ା ଆସୁଛନ୍ତି ରାହୁଲ, କାଲି ନବୀନ, ୬ରେ ମୋଦିଙ୍କ ପ୍ରଚାର
  • ||
  • ତାତିରେ ଲାଗିବ ବ୍ରେକ୍: ୪ରୁ ଉପକୂଳରେ ଖସିବ ପାଦର, ୬ରେ ସବୁ ସ୍ଥାନରେ ଗ୍ରୀଷ୍ମପ୍ରବାହରୁ ମିଳିବ ଆଶ୍ୱସ୍ତି
  • ||

CAA ହଟାଇବାକୁ ମମତା ଦିଦିଙ୍କ ସାହସ ନାହିଁ: ଶାହ

Image Courtesy: ndtv

କୋଲକାତା: ପଶ୍ଚିମବଙ୍ଗର ରାୟଗଞ୍ଜ ଲୋକସଭା ନିର୍ବାଚନ ମଣ୍ଡଳୀରେ ପ୍ରଚାର ସମୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ବର୍ଷିଛନ୍ତି ବିଜେପି ନେତା ଅମିତ ଶାହ  । ବାଂଲାଦେଶରୁ ରାଜ୍ୟକୁ ଆସିଥିବା ହିନ୍ଦୁ ଶରଣାର୍ଥୀଙ୍କୁ ନାଗରିକତା ମିଳିଲେ ମମତା ବାନାର୍ଜୀଙ୍କ ଅସୁବିଧା କେଉଁଠି ବୋଲି ଶାହ ପ୍ରଶ୍ନ କରିଛନ୍ତି । ଗୋଟିଏ ପଟେ ମମତା ଦିଦି ଅନୁପ୍ରବେଶକାରୀଙ୍କୁ ରାଜ୍ୟରେ ପଶିବାକୁ ଅନୁମତି ଦେଉଛନ୍ତି । ଅନ୍ୟପଟେ ଶରଣାର୍ଥୀଙ୍କୁ ନାଗରିକତା ଦେବାକୁ ବିରୋଧ କରୁଛନ୍ତି । ଏଥିରେ ମମତା ଦିଦିଙ୍କୁ କାହିଁକି ଅସୁବିଧା ହେଉଛି ବୋଲି ପଚାରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । 

ସେ ଆହୁରି କହିଛନ୍ତି ଯେ, ସିଏଏ ହଟାଇବାକୁ କଂଗ୍ରସେ ଏବଂ ମମତା ଦିଦିଙ୍କ ସାହସ ନାହିଁ । ସନ୍ଦେଶଖାଲିରେ ଭୋଟ ବ୍ୟାଙ୍କକୁ ସୁରକ୍ଷିତ କରିବାକୁ ଯାଇ ମମତା‌ ଦିଦି ଗରିବ ମା-ଭଉଣୀଙ୍କ ଉପରେ ଅତ୍ୟାଚାର ହେବାକୁ ଦେଲେ । ସନ୍ଦେଶଖାଲିର ମା-ଭଉଣୀମାନେ ସଂଘର୍ଷ କରିଛନ୍ତି । ହାଇକୋର୍ଟଙ୍କ ରାୟ ପରେ ମମତା ଦିଦିଙ୍କ ଅନୁଗାମୀ ଜେଲରେ ଅଛନ୍ତି । ଅମିତ ଶାହ କହିଛନ୍ତି ଯେ, ଟିଏମସିର ଯେଉଁ ନେତାମାନେ ଚାଳଛପର ଘରେ ରହୁଥିଲେ ଆଜି ସେମାନେ ବିଳାଶପୂର୍ଣ୍ଣ ଘରେ ରହୁଛନ୍ତି । ପାର୍ଥ ଚାଟାର୍ଜୀ ଏବେ ବି ଜେଲରେ ଅଛନ୍ତି କିନ୍ତୁ ତାଙ୍କୁ ଦଳରୁ ବହିଷ୍କାର କରିନାହାନ୍ତି ମମତା ।

ସେହିଭଳି ମମତା ବାନାର୍ଜୀଙ୍କ ସରକାରରେ ନିର୍ବାଚନରେ ହିଂସାକାଣ୍ଡ ଘଟୁଛି । ପଞ୍ଚାୟତ ନିର୍ବାଚନରେ ୨୦୦ ଲୋକଙ୍କୁ ହତ୍ୟା କରାଯାଉଛି । ଲୋକସଭା ଏବଂ ବିଧାନସଭା ନିର୍ବାଚନ ପରେ ଲୋକଙ୍କୁ ହତ୍ୟା କରାଯାଉଛି ବୋଲି ଅମିତି ଶାହ ଅଭିଯୋଗ କରିଛନ୍ତି । ଶାହ କହିଛନ୍ତି, ଯଦି ବେଙ୍ଗଲକୁ ହିଂସାମୁକ୍ତ କରିବାକୁ ଚାହୁଁଛନ୍ତି, ଅନୁପ୍ରବେଶ ରୋକିବାକୁ ଚାହୁଁଛନ୍ତି ଏବଂ ଶରଣାର୍ଥୀଙ୍କୁ ନାଗରିକତା ଦେବାର ଅଛି ତେବେ ନରେନ୍ଦ୍ର ମୋଦୀଙ୍କୁ ପୁଣି ଥରେ ପ୍ରଧାନମନ୍ତ୍ରୀ କରାନ୍ତୁ । ଏହା ସହ ସେ ମୋଦୀଙ୍କ ଗ୍ୟାରେଣ୍ଟି ଦେବାକୁ ବେଙ୍ଗଲ ଆସିଛନ୍ତି ବୋଲି କହିଛନ୍ତି ଅମିତ ଶାହ ।

  • CM Mamata
  • Amit Shah
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.