ପ୍ରମୂଖ ଖବର
  • ଏନଡିଏ ସରକାର ଗଢ଼ିବ, ମୋ ବାପା ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ…ନୀତୀଶ କୁମାରଙ୍କ ପୁଅ ନିଶାନ୍ତଙ୍କ ବଡ଼ ଦାବି
  • ||
  • ଏନଡିଏ ସରକାର ଗଢ଼ିବ, ମୋ ବାପା ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ…ନୀତୀଶ କୁମାରଙ୍କ ପୁଅ ନିଶାନ୍ତଙ୍କ ବଡ଼ ଦାବି
  • ||
  • ଇଣ୍ଡୋନେସିଆରେ ମଝି ସମୁଦ୍ରରେ ହୁତୁ ହତୁ ହୋଇ ଜଳିଗଲା ଜାହାଜ, ଜୀବନ ବିକଳରେ ପାଣିକୁ ଡେଇଁପଡ଼ିଲେ ଯାତ୍ରୀ
  • ||
  • ବ୍ରିଟେନ ଓ ମାଳଦ୍ୱୀପ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି,ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା, ଦକ୍ଷିଣ ଓଡ଼ିଶାରେ ବର୍ଷିବ
  • ||
  • ଭବାନୀପାଟଣା, ସ୍ୱାମୀର ପରକୀୟା ପ୍ରୀତି ଯୋଗୁଁ ସ୍ତ୍ରୀଙ୍କ ଆତ୍ମହତ୍ୟା, ସୁଇସାଇଡ୍‌ ନୋଟ୍‌ ଦୁଇ ଜଣଙ୍କ ନାମ
  • ||
  • ଏଫ୍ଏମ୍‌ ଛାତ୍ରୀ ଆତ୍ମାହୁତି ଘଟଣାର ତଦନ୍ତ ପାଇଁ ପହଞ୍ଚଲେ କ୍ରାଇମବ୍ରାଞ୍ଚ ଡିଜି, ଭାରପ୍ରାପ୍ତ ଅଧ୍ୟକ୍ଷଙ୍କୁ ଘଟଣାର ବିଭିନ୍ନ ଦିଗ ସମ୍ପର୍କରେ ପଚାରି ବୁଝିଥିଲେ
  • ||
  • ଏୟାର ଲିଫ୍ଟ ହେଲେ ବଳଙ୍ଗା ପୀଡିତା, ଉନ୍ନତ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର
  • ||
  • ବଳଙ୍ଗା ନାବାଳିକା ପୋଡ଼ି ଘଟଣା : ପୀଡିତାଙ୍କ ପିଉସୀଙ୍କୁ ଉଠାଇନେଲା ପୋଲିସ
  • ||
  • ପଦ୍ମନାଭପୁର ଟୋଲଗେଟରେ ଭାରସାମ୍ୟ ହରାଇ ବୁଥ ଉପରକୁ ମାଡିଗଲା ଦ୍ରୁତଗାମୀ କାର, ଚାଳକ ଗୁରୁତର
  • ||
  • AIIMSରେ ଚିକିତ୍ସାଧୀନ ବଳଙ୍ଗା ପୀଡ଼ିତାଙ୍କ ହେବ ଏୟାରଲିଫ୍ଟ, ସୂଚନା ଦେଲେ ପୀଡ଼ିତାଙ୍କ ସମ୍ପର୍କୀୟ ଭାଇ
  • ||
  • ଭୂମିକମ୍ପ ଝଟ୍‌କାରେ ଥରିଲା ଇରାନ୍, ତାଜିକିସ୍ତାନ, ରିକ୍ଟର ସ୍କେଲ୍‌ରେ ତୀବ୍ରତା ୫.୬ ରେକର୍ଡ, ଆସାମର ନାଗାୱରେ ବି ଭୂକମ୍ପ ଅନୁଭୂତ
  • ||
  • ଶରଣକୂଳ ଥାନା ଦରପଦା ନିକଟରେ ବୋଲବମ୍ ଅଟୋକୁ ଧକ୍କା ଦେଲେ ପିକ୍ଅପ୍ ଭ୍ୟାନ୍, ଯବତୀ ମୃତ, ୭ ଗୁରୁତର
  • ||
  • ସୋମବାରଠୁ ସଂସଦର ମୌସୁମୀ ଅଧିବେଶନ,ଆଜି ନୂଆଦିଲ୍ଲୀରେ ବସିବ ସର୍ବଦଳୀୟ ବୈଠକ, ଆସିପାରେ ୮ଟି ବିଲ୍
  • ||
  • ସୋସିଆଲ ମଡିଆରେ ହାତଲେଖା ପ୍ରଶ୍ନପତ୍ର ଭାଇରାଲ, ଆଜି ହେବାକୁ ସ୍ପେସାଲ୍‌ ଓଟିଇଟି-୨୦୨୫ ବାତିଲ
  • ||

ମମତା କୁଲକର୍ଣ୍ଣୀକୁ ବଡ଼ ଝଟକା, ମହାମଣ୍ଡଳେଶ୍ୱର ପଦବୀରୁ ମମତା କୁଲକର୍ଣ୍ଣୀଙ୍କୁ ବହିଷ୍କାର

Published By : Swapna Ray | January 31, 2025 3:32 PM

ନୂଆଦିଲ୍ଲୀ, ୩୧।୧: ମମତା କୁଲକର୍ଣ୍ଣୀକୁ ବଡ଼ ଝଟକା । କିନ୍ନର ଆଖଡ଼ାରେ ତେଜିଲା ବିବାଦ । ମହାମଣ୍ଡଳେଶ୍ୱର ପଦରୁ ହଟିଲେ ମମତା କୁଲକର୍ଣ୍ଣୀ । ଲକ୍ଷ୍ମୀ ନାରାୟଣ ତ୍ରିପାଠୀଙ୍କୁ ଆଚାର୍ଯ୍ୟ ମହାମଣ୍ଡଳେଶ୍ୱର ପଦବୀରୁ ହଟାଇ ଦିଆଯାଇଛି । ଉଭୟଙ୍କୁ କିନ୍ନର ଆଖଡ଼ାରୁ ବହିଷ୍କାର କରିଥିବା ଜଣାପଡ଼ିଛି । ଏନେଇ ସୂଚନା ଦେଇଛନ୍ତି କିନ୍ନର ଆଖଡ଼ାର ସଂସ୍ଥାପକ ଋଷି ଅଜୟ ଦାସ । ତେବେ ମମତା କୁଲକର୍ଣ୍ଣି ଲଣ୍ଡା ହୋଇନଥିବାରୁ ତାଙ୍କ ବିରୁଦ୍ଧରେ ଏଭଳି ପଦକ୍ଷେପ ନିଆଯାଇଥିବା କୁହାଯାଉଛି । 

କିଛି ଦିନ ପୂର୍ବରୁ ମମତା ମହାକୁମ୍ଭରେ ସନ୍ୟାସିନୀ ଗ୍ରହଣ କରିଥିବା ଘୋଷଣା କରିଥିଲେ । କିନ୍ନର ଆଖଡ଼ାରେ ସେ ଆଚାର୍ଯ୍ୟ ମହାମଣ୍ଡଳେଶ୍ୱର ଲକ୍ଷ୍ମୀ ନାରାୟଣ ତ୍ରିପାଠୀଙ୍କୁ ଭେଟିଥିଲେ । ଯାହା ପରେ ମମତା ସଙ୍ଗମରେ ନିଜର ପିଣ୍ଡଦାନର ବିଧି କରିବା ସହ କିନ୍ନର ଆଖଡ଼ାରେ ତାଙ୍କର ରାଜ୍ୟାଭିଷେକ ମଧ୍ୟ ହୋଇଥିଲା । ମହାକୁମ୍ଭରେ ସନ୍ୟାସ ଗ୍ରହଣ କରିବା ପରେ, ମମତାଙ୍କୁ 'ଶ୍ରୀ ଯମୟୀ ମମତା ନନ୍ଦ ଗିରି' ନାମକ ଏକ ନୂତନ ନାମ ଦିଆଯାଇଥିଲା । ଏହା ସହିତ, ତାଙ୍କୁ କିନ୍ନର ଆଖଡ଼ାର ମହାମଣ୍ଡଳେଶ୍ୱର ଭାବରେ ନିଯୁକ୍ତ କରାଯାଇଥିଲା । କିନ୍ତୁ, ବର୍ତ୍ତମାନ ତାଙ୍କୁ ଏହି ପଦରୁ ବହିଷ୍କାର କରାଯାଇଛି ବୋଲି କିନ୍ନର ଆଖଡ଼ାର ପ୍ରତିଷ୍ଠାତା ଅଜୟ ଦାସ କହିଛନ୍ତି । 


କହିରଖୁ କି, ପୂର୍ବରୁ ଏକ ସାକ୍ଷାତକାରରେ ମମତା କୁଲକର୍ଣ୍ଣି କହିଥିଲେ ଯେ, ମୋର ଭାରତ ଛାଡ଼ିବାର କାରଣ ଆଧ୍ୟାତ୍ମିକତା ଥିଲା । ୧୯୯୬ ମସିହାରେ, ମୁଁ ଆଧ୍ୟାତ୍ମିକତା ପ୍ରତି ଆକର୍ଷିତ ହୋଇଥିଲି ଏବଂ ସେହି ସମୟରେ ମୁଁ ଗୁରୁ ଗଗନ ଗିରି ମହାରାଜଙ୍କୁ ଭେଟିଥିଲି । ତାଙ୍କ ଆଗମନ ପରେ, ଆଧ୍ୟାତ୍ମିକତା ପ୍ରତି ମୋର ଆଗ୍ରହ ବଢ଼ିଗଲା ଏବଂ ମୋର ତପସ୍ୟା ଆରମ୍ଭ ହେଲା । ମୁଁ ବିଶ୍ୱାସ କରେ ବଲିଉଡ୍ ମୋତେ ପ୍ରସିଦ୍ଧି ଦେଇଛି । ମୁଁ ବଲିଉଡ୍ ଛାଡ଼ି ୨୦୦୦ ରୁ ୨୦୧୨ ପର୍ଯ୍ୟନ୍ତ ତପସ୍ୟା ଜାରି ରଖିଥିଲି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.