ମୃତ୍ୟୁର ଫାଶ ମାମ୍ୱା ସାପ । ଆଫ୍ରିକୀୟଙ୍କ ପାଇଁ ସାପ କାଳ ସଦୃଶ । କାହିଁକି ଏତେ ଭୟଙ୍କର ମାମ୍ବା ସାପ ବିଷ ? ଏହାକୁ ଜାଣିବା ପାଇଁ ବୈଜ୍ଞାନିକମାନେ ଅନୁସନ୍ଧାନ କରିଥିଲେ । ପରୀକ୍ଷଣରେ ସାମ୍ନାକୁ ଆସିଥିଲା ଆଶ୍ଚର୍ଯ୍ୟ କଲା ଭଳି ତଥ୍ୟ । ମାରାତ୍ମକ ମାମ୍ବା ସାପା ଚୋଟ ମାରିବା ପରେ ରୋଗୀଙ୍କୁ ଆଣ୍ଟିଭେନମ୍ ଦିଆଯାଇଥିଲା । ମାତ୍ର ଇଞ୍ଜେକ୍ସନ କାମ କରିବା ବଦଳରେ ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ଧୀରେ ଧୀରେ ବିଗିଡ଼ିବାରେ ଲାଗିଥିଲା । ତେବେ ଆଫ୍ରିକୀୟ ମାମ୍ବା ସାପ ବିଷ ଉପରେ କାହିଁକି ଆଣ୍ଟିଭେନମ୍ କାମ କରେ ନାହିଁ ଆସନ୍ତୁ ଜାଣିବା । ସାଧାରଣ ସାପ ବିଷରେ ଦୁଇ ପ୍ରକାର ବିଷାକ୍ତ ପଦାର୍ଥ ଥାଏ । ଆଣ୍ଟିଭେନମ୍ ଗୋଟିଏକୁ ସୁସ୍ଥ କରେ, କିନ୍ତୁ ଅନ୍ୟଟିକୁ ଜାଗ୍ରତ କରେ । ସେପ୍ଟେମ୍ବର ୨୬ ତାରିଖରେ ଟକ୍ସିନ୍ସ ପତ୍ରିକାରେ ପ୍ରକାଶିତ ଏହି ଆବିଷ୍କାର ଆଫ୍ରିକାରେ ପ୍ରତିବର୍ଷ ଘଟୁଥିବା ୩୦ ହଜାରରୁ ଅଧିକ ସାପ କାମୁଡ଼ାରେ ହେଉଥିବା ମୃତ୍ୟୁକୁ ରୋକିବ ବୋଲି କୁହାଯାଉଛି ।
ବିଶ୍ୱର ସବୁଠୁ ମାରାତ୍ମକ ସାପ ‘ମାମ୍ୱା ସାପ’ । ଡେଣ୍ଡ୍ରୋଆସ୍ପିସ୍ ପ୍ରଜାତିରେ ଚାରୋଟି ପ୍ରଜାତିର ମାମ୍ବା ସାପ ଅଛନ୍ତି । ବ୍ଲାକ୍ ମାମ୍ବା, ୱେଷ୍ଟର୍ଣ୍ଣ ଗ୍ରୀନ୍, ଜେମସନ୍ ଏବଂ ଇଷ୍ଟର୍ଣ୍ଣ ଗ୍ରୀନ୍ । ସବୁଠୁ ଅଧିକ ମାରାତ୍ମକ ବ୍ଲାକ୍ ମାମ୍ବା । ଏହି ସାପ କାମୁଡ଼ିଲେ ଶତ ପ୍ରତିଶତ । ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି ସାପର ମାତ୍ର ଦୁଇ ବୁନ୍ଦା ବିଷ ଜଣେ ସୁସ୍ଥ ଲୋକଙ୍କୁ ମାରିବା ପାଇଁ ଯଥେଷ୍ଟ । ଏହି ପ୍ରଜାତିର ସାପଗୁଡ଼ିକ ଉପ-ସାହାରା ଆଫ୍ରିକା ଅର୍ଥାତ୍ ସାହେଲିଆନ୍ ଅଞ୍ଚଳରେ ଦେଖାଯାନ୍ତି । ସେମାନଙ୍କ ବିଷ ନ୍ୟୁରୋଟକ୍ସିନରେ ପରିପୂର୍ଣ୍ଣ ଯାହା ସ୍ନାୟୁ ପ୍ରଣାଳୀକୁ ଆକ୍ରମଣ କରେ । ମାତ୍ର ଗୋଟିଏ ଘଣ୍ଟା ମଧ୍ୟରେ ଶ୍ୱାସକ୍ରିୟା ନଳୀରେ ପକ୍ଷାଘାତ ହୁଏ ଏବଂ ହୃଦୟ ବନ୍ଦ ହୋଇଯାଏ । ରୋଗୀ ଚାଲିବା କିମ୍ବା ନିଶ୍ୱାସ ନେବାରେ ଅକ୍ଷମ ହୁଅନ୍ତି ।
ମାମ୍ବା ସାପର ବିଷ ମାଂସପେଶୀରେ ଥିବା ନର୍ଭ ସିଗନାଲ୍ ରିସିଭରକୁ "ହ୍ୟାକ୍" କରେ । ମସ୍ତିଷ୍କରୁ ସଙ୍କେତଗୁଡ଼ିକ ମାଂସପେଶୀ ପର୍ଯ୍ୟନ୍ତ ପହଞ୍ଚି ପାରେନାହିଁ । କ୍ୱିନ୍ସଲ୍ୟାଣ୍ଡ ବିଶ୍ୱବିଦ୍ୟାଳୟର ଆଣବିକ ଜୀବବିଜ୍ଞାନୀ ବ୍ରାଏନ୍ ଫ୍ରାଏଙ୍କ କହିବା ଅନୁଯାୟୀ, ମାମ୍ବା ସାପ ଚୋଟ ମାରିଲେ, କ୍ଷଣକ ମଧ୍ୟରେ ମାଂସପେଶୀରେ ସଙ୍କୋଚନ ପ୍ରସାରଣ ବନ୍ଦ ହୋଇଯାଏ । ଏହାକୁ ଫ୍ଲାସିଡ୍ ପାରାଲିସିସ୍ କୁହାଯାଏ ଯାଉଥିବା ବେଳେ ମାମ୍ବା ସାପର ବିଷ ମାଂସପେଶୀଗୁଡ଼ିକ ଢିଲା କରିଦେଇଥାଏ । ୱେଷ୍ଟର୍ଣ୍ଣ ଗ୍ରୀନ୍, ଜେମସନ୍ ଏବଂ ବ୍ଲାକ୍ ମାମ୍ବା କାମୁଡ଼ିଲେ ମଧ୍ୟ ଏଭଳି ଲକ୍ଷଣ ଦେଖାଯାଏ । ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ ହୋଇଥାଏ । ଯାହାକୁ ଚିକିତ୍ସା ବିଜ୍ଞାନ ଭାଷାରେ ସ୍ପାଷ୍ଟିକ୍ ପକ୍ଷାଘାତ କୁହାଯାଏ । ବିଷ ମଣିଷ ଶରୀରରେ ପ୍ରବେଶ କରିବା ମାତ୍ରେ ସ୍ନାୟୁ ସଙ୍କେତଗୁଡ଼ିକ ଅଧିକ ଭାରପ୍ରାପ୍ତ ହୋଇଯାଏ । ଯାହା ଫଳରେ ମାଂସପେଶୀ ସଙ୍କୁଚିତ ହୋଇ ଶ୍ୱାସନଳୀ ଅବରୋଧ ହୋଇଯାଏ ।
ମାମ୍ବା ବିଷକୁ କାହିଁକି ଆଣ୍ଟିଭେନମ୍ ପ୍ରତିରୋଧ କରିପାରେନାହିଁ ? ଫ୍ରାଏଙ୍କ ଟିମ୍ ନ୍ୟୁରୋମାଂସପେଶୀ ଟିସୁ ପରୀକ୍ଷା କରିଥିଲେ । ଆଣ୍ଟିଭେନମ୍ ପ୍ରଭାବଶାଳୀ ଭାବରେ ଫ୍ଲାକ୍ସିଡ୍ ଟକ୍ସିନର ଚିକିତ୍ସା କରିଥିଲା । ପରେ ସ୍ପାଷ୍ଟିକ୍ ପକ୍ଷାଘାତ ବିକଶିତ ହୋଇଥିଲା । ଆଣ୍ଟିଭେନମ୍ ପ୍ରଥମ ଟକ୍ସିନକୁ ନିଷ୍କ୍ରିୟ କରିଦେଇଥିଲା, କିନ୍ତୁ ଦ୍ୱିତୀୟ ଟକ୍ସିନ ସକ୍ରିୟ ହୋଇଗଲା । ସ୍ପାଷ୍ଟିକ୍ ଟକ୍ସିନ ବିରୁଦ୍ଧରେ ଆଣ୍ଟିଭେନମ୍ ଦୁର୍ବଳ ପ୍ରମାଣିତ ହେଲା । ବ୍ଲାକ୍ ମାମ୍ବାର ବିଷ ଭିନ୍ନ ଭିନ୍ନ ହୋଇଥାଏ । କେନିଆ ଏବଂ ଦକ୍ଷିଣ ଆଫ୍ରିକାର ସାପର ବିଷ ଟିସୁକୁ ପ୍ରଭାବିତ କରେ । ଆଣ୍ଟିଭେନମ୍ ମଧ୍ୟ ଭିନ୍ନ ଭାବରେ କାମ କରେ । ଡେନିସ୍ ବାୟୋଟେକ୍ନୋଲୋଜିଷ୍ଟ ଆଣ୍ଡ୍ରିଆସ୍ ହୋଗାର୍ଡ ଲଷ୍ଟେନ୍-କିଲ୍ କୁହନ୍ତି, ପ୍ରତ୍ୟେକ ସାପ ବିଷ ବିରୁଦ୍ଧରେ କାମ କରୁଥିବା ଆଣ୍ଟିଭେନମ୍ ବିକଶିତ କରିବା ପାଇଁ ବିଷର ପାର୍ଥକ୍ୟକୁ ବୁଝିବା ଅତ୍ୟନ୍ତ ଜରୁରୀ । ଏହି ଆବିଷ୍କାର ଆଣ୍ଟିଭେନମକୁ ଉନ୍ନତ କରିବ । ଉଭୟ ବିଷାକ୍ତ ପଦାର୍ଥ ବିରୁଦ୍ଧରେ ଶକ୍ତିଶାଳୀ ଆଣ୍ଟିବଡି ସହିତ ଏକ ଔଷଧ ବିକଶିତ କରାଯିବ । ଫ୍ରାଏ ଏବେ ବ୍ଲାକ୍ ମାମ୍ବା ଉପରେ ଅଧିକ ଗବେଷଣା କରିବେ । ଏହି ଅଧ୍ୟୟନ ଚିକିତ୍ସାକୁ ମଧ୍ୟ ସୁରକ୍ଷିତ କରିବ ।