ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ସେନାର ଅପରେସନ୍ ମହାଦେବକୁ ବଡ଼ ସଫଳତା, ଯବାନଙ୍କ ଗୁଳିରେ ୩ ଆତଙ୍କୀ ସଫା
  • ||
  • ଭୁବନେଶ୍ବର: ସତ୍ୟବିହାର ଅଞ୍ଚଳରେ ମହିଳା ହଷ୍ଟେଲରେ ଅଗ୍ନିକାଣ୍ଡ,ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ଟିମ୍
  • ||
  • ରାଉରକେଲା : ଠିକା କର୍ମଚାରୀଙ୍କ ଆତ୍ମହତ୍ୟା ଉଦ୍ୟମ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • କେନ୍ଦ୍ରାପଡ଼ା: ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ; ବିଜ୍ଞାନ ଶିକ୍ଷକକୁ ନିଲମ୍ବନ କଲେ ଜିଲ୍ଲା ଶିକ୍ଷାଧିକାରୀ
  • ||
  • ବଳଙ୍ଗା ନାବାଳିକା ପୋଡ଼ି ମାମଲା: ବଢ଼ିଲା ସୁରକ୍ଷା, ପୀଡ଼ିତାଙ୍କ ଘରେ ପୁଲିସ ମୁତୟନ
  • ||
  • ବାଲେଶ୍ୱର : ଧାମରାରେ ମିସାଇଲ୍‌ ପ୍ରଳୟ-୬ର ସଫଳ ପରୀକ୍ଷଣ, ୧୫୦ ରୁ ୫୦୦ କିମି ଯାଏଁ କରିପାରିବ ଲକ୍ଷ୍ୟଭେଦ
  • ||
  • ନାଇଜେରିଆର ଡଙ୍ଗା ବୁଡ଼ି ୨୫ ମୃତ; ଅନେକ ନିଖୋଜ, ଡଙ୍ଗାରେ ଥିଲେ ମୋଟ୍ ୧୦୦ ଯାତ୍ରୀ
  • ||
  • ଫିଡେ ମହିଳା ଚେସ୍‌ ବିଶ୍ୱକପ୍‌ ଫାଇନାଲ୍‌: ଦିବ୍ୟା-ହମ୍ପି ଦ୍ୱିତୀୟ କ୍ଲାସିକାଲ ଗେମ୍‌ ଡ୍ର’, ଆଜି ଟାଇବ୍ରେକରେ ଫଳାଫଳ ନିର୍ଣ୍ଣୟ
  • ||
  • ଭଦ୍ରକରେ ବନ୍ୟା ବିତ୍ପାତ; ୪ ପଞ୍ଚାୟତରେ ୨ ଦିନ ସ୍କୁଲ୍‌ ଛୁଟି
  • ||
  • ଜର୍ମାନୀରେ ଲାଇନଚ୍ୟୁତ ହେଲା ଟ୍ରେନ; ୩ ମୃତ, ୩୪ ଆହତ
  • ||
  • ଉତ୍ତର ଓଡ଼ିଶାରେ ବନ୍ୟା: ୬ ଜିଲ୍ଲାରେ ୧୧ ହଜାର ଲୋକ ପ୍ରଭାବିତ, ପାଣିଘେରରେ ଯାଜପୁରର ୧୧ ପଞ୍ଚାୟତ
  • ||
  • ଜଗତସିଂହପୁର : ବାଇକ୍‌କୁ ପିଟିଲା ବସ୍‌; ଜଣେ ମୃତ, ଜଣେ ଗୁରୁତର
  • ||
  • ବାରାବାଙ୍କୀ ଅବସାନେଶ୍ୱର ଶିବ ମନ୍ଦିରରେ ଦଳାଚକଟା, ୨ ଶ୍ରଦ୍ଧାଳୁ ମୃତ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡ଼ା ନୀତି, ଆଜି ଅପରାହ୍ନ ୬ଟାରୁ ରାତି ୧୦ ଦର୍ଶନ ମନା
  • ||
  • ଶ୍ରାବଣ ମାସର ତୃତୀୟ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

୧୭ ବର୍ଷର ଲଢ଼େଇ ପରେ ଦୋଷମୁକ୍ତ, ପୁଲିସ୍‌ର ଭୁଲ୍‌ ପାଇଁ ଜେଲ୍‌ରେ ୨୨ ଦିନ ଥିଲେ ବ୍ୟକ୍ତି

Published By : Krishna Priya | July 28, 2025 9:07 AM

ଉତ୍ତରପ୍ରଦେଶ ୨୮/୦୭: ଉତ୍ତରପ୍ରଦେଶ ମୈନପୁରୀରୁ ଏକ ନିଆରା ମାମଲା ସାମ୍ନାକୁ ଆସିଛି । ନାଁରେ ତ୍ରୁଟି ଯୋଗୁ ରାଜବୀର ସିଂହ ଯାଦବ ନାମକ ଜଣେ ବ୍ୟକ୍ତି ୨୨ ଦିନ ଧରି ଜେଲ୍‌ରେ ରହିଥିଲେ । ଭୁଲ୍‌ରେ ଭାଇ ରାମବୀରଙ୍କ ବଦଳରେ ତାଙ୍କୁ ଉଠାଇ ନେଇଥିଲା ପୁଲିସ । କିଛି ସପ୍ତାହ ମଧ୍ୟରେ ପୁଲିସ କୋର୍ଟରେ ନିଜ ଦୋଷ ସ୍ୱୀକାର କରିଥିଲେ ବି ମାମଲାଟି ଦୀର୍ଘ ୧୭ ବର୍ଷ ଧରି ଗଡି଼ଥିଲା । ଏହା ରାଜବୀରଙ୍କ ଜୀବନକୁ ଘୋରା ପ୍ରଭାବିତ କରିଥିଲା । ଶନିବାର ମୈନପୁରୀର ଏକ କୋର୍ଟ ରାଜବୀରଙ୍କୁ ଦୋଷମୁକ୍ତ କରିଛନ୍ତି । ଏଥିସହ ଦୋଷୀ ପୁଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଛନ୍ତି ।

ଘଟଣାଟି ୨୦୦୮ ଅଗଷ୍ଟ ୩୧ର । ସେଦିନ ମୈନପୁରୀ ପୁଲିସ ନିର୍ବାଚନ ସହ ଜଡ଼ିତ ଏକ ସଂଘର୍ଷ ଘଟଣାରେ ଆଇପିସିର ଧାରା ୩୦୭(ହତ୍ୟା ଉଦ୍ୟମ) ଓ ଏସ୍‌ସି/ଏସ୍‌ଟି ଆଇନର ଧାରା ଅନୁସାରେ ମନୋଜ ଯାଦବ, ପ୍ରବେଶ ଯାଦବ, ଭୋଳା ଯାଦବ ଓ ରାମବୀର ସିଂହ ଯାଦବଙ୍କ ବିରୋଧରେ ମାମଲା ରୁଜୁ କରିଥିଲା । କିନ୍ତୁ ଅଭିଯୁକ୍ତଙ୍କ ତାଲିକା ପ୍ରସ୍ତୁତି ସମୟରେ ମୈନପୁରୀ କୋତୱାଲିର ଏସ୍‌ଏଚ୍‌ଓ ଓମ୍‌ପ୍ରକାଶ ସାଂଘାତିକ ଭୁଲ୍‌ କରିଥିଲେ । ସେ ରାମବୀରଙ୍କ ବଦଳରେ ଭୁଲ୍‌ରେ ତାଙ୍କ ବଡ଼ ଭାଇ ରାଜବୀରଙ୍କ ନାମ ଲେଖି ଦେଇଥିଲେ । ମାମଲାର ତଦନ୍ତ ଭାର ସବ୍‌ ଇନ୍‌ସପେକ୍ଟର ଶିବସାଗର ଦୀକ୍ଷିତଙ୍କୁ ଦିଆଯାଇଥିଲା । 

ସେହିବର୍ଷ ଡିସେମ୍ବର ୧ରେ ରାଜବୀର ଗିରଫ ହୋଇଥିଲେ । ଜେଲ୍‌ରେ ଥାଇ ନାମରେ ଏହି ତ୍ରୁଟି ନେଇ ସେ ଆଗ୍ରାସ୍ଥିତ ସ୍ପେଶାଲ ଗ୍ୟାଙ୍ଗଷ୍ଟର ଆକ୍ଟ କୋର୍ଟରେ ଏକ ଆବେଦନ କରିଥିଲେ । ଡିସେମ୍ବର ୨୨ରେ ଏସ୍‌ଏଚ୍‌ଓ ଓମ୍‌ପ୍ରକାଶ ଭୁଲ୍‌ରେ ରାଜବୀରଙ୍କ ନାମ ଅଭିଯୁକ୍ତଙ୍କ ତାଲିକାରେ ଲେଖାଯାଇଥିବା କଥାକୁ ବିଚାରପତିଙ୍କ ଆଗରେ ମାନିଥିଲେ । ସେହିଦିନ ହିଁ କୋର୍ଟ ରାଜବୀରଙ୍କୁ ଖଲାସ କରିବାକୁ ରାୟ ଦେଇଥିଲେ । ଜଷ୍ଟିସ ମହମ୍ମଦ ଇକବାଲ ଦାୟୀ ପୁଲିସକର୍ମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ମୈନପୁରୀ ଏସ୍‌ଏସ୍‌ପିଙ୍କୁ ଲେଖିଥିଲେ । କିନ୍ତୁ ନିର୍ଦ୍ଦେଶ ସତ୍ତେ୍ୱ ଏସ୍‌ଆଇ ଶିବସାଗର ଦୀକ୍ଷିତ ରାଜବୀରଙ୍କ ବିରୋଧରେ କୋର୍ଟରେ ଚାର୍ଜସିଟ୍‌ ଦାଖଲ କରିଥିଲେ । ଏଥିସହ ମାମଲା ଗଡ଼ି ଚାଲିଥିଲା । ଏବେ ନିର୍ଦ୍ଦୋଷରେ ଖଲାସ ହେବା ପରେ ରାଜବୀର ସତ୍ୟର ଜୟ ହୋଇଥିବା କହିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.