ପ୍ରମୂଖ ଖବର
  • ତାଳଚେର ହାଣ୍ଡିଧୁଆ ସ୍କୁଲର ରୂପାନ୍ତରଣ ପ୍ରକଳ୍ପର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ
  • ||
  • ତାଳଚେରରେ “ଏକ୍ ପେଡ୍ ମା’ କେ ନାମ ୨.୦” ଅଭିଯାନ ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ
  • ||
  • କଟକ : ଟ୍ରକ୍ ଧକ୍କାରେ ମହିଳା ହୋମଗାର୍ଡଙ୍କ ମୃତ୍ୟୁ, ଚାଳକ ଥାନାରେ ଅଟକ
  • ||
  • ଯାଜପୁର : ନଦୀରେ ଗାଧୋଇବାକୁ ଯାଇ ନିଖୋଜ ହୋଇଥିଲେ ବୃଦ୍ଧ, ମତ୍ସ୍ୟଜୀବୀଙ୍କ ଜାଲରୁ ମୃତଦେହ ଉଦ୍ଧାର
  • ||
  • କଟକ : ବୋଲେରୋ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଓ ଝିଅ ଗୁରୁତର
  • ||
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ବିଶ୍ୱଯୁଦ୍ଧ ଭୟରେ ବଗିଚାରେ ବଙ୍କର ନିର୍ମାଣ କଲେ ବ୍ୟକ୍ତି, ହଲିଉଡ୍‌ ଫିଲ୍ମରୁ ମିଳିଥିଲା ପ୍ରେରଣା

Published By : Krishna Priya | July 3, 2025 12:05 PM

ନୂଆଦିଲ୍ଲୀ ୦୩/୦୭: ବ୍ରିଟେନ୍‌ ଡର୍ବିଶାୟାରର ବାସିନ୍ଦା ଡେଭ୍‌ ବିଲିଙ୍ଗ୍‌ସ(୪୪) ନିଜ ଘରର ବଗିଚାରେ ଏକ ଅଣ୍ଡରଗ୍ରାଉଣ୍ଡ ବଙ୍କର ନିର୍ମାଣ କରିଛନ୍ତି । ସେଥିଲାଗି ତାଙ୍କର ଭାରତୀୟ ମୁଦ୍ରାରେ ଅଦ୍ୟାବଧି ପ୍ରାୟ ୫.୮୮ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏହି ପ୍ରକଳ୍ପ ୧୦ ବର୍ଷ ତଳେ ଆରମ୍ଭ ହୋଇଥିଲା । ଏହାକୁ ବନାଇବା ଲାଗି ଡେଭ୍‌ଙ୍କୁ ପ୍ରସିଦ୍ଧ ହଲିଉଡ୍‌ ଫିଲ୍ମ ‘ଦ ଗ୍ରେଟ୍‌ ଏସ୍କେପ୍‌’ରୁ ପ୍ରେରଣା ମିଳିଥିଲା । ଏବେ ତୃତୀୟ ବିଶ୍ୱଯୁଦ୍ଧର ଆଶଙ୍କା ମଧ୍ୟରେ ବଙ୍କରକୁ ଆହୁରି ମଜଭୁତ କରିବା ଲାଗି ସେ ୧୨ ଲକ୍ଷ ଟଙ୍କା ବ୍ୟୟରେ ତାର ଆଧୁନିକୀକରଣ କରାଉଛନ୍ତି । 

ବଙ୍କର ମଧ୍ୟରେ ୩୫ ଫୁଟ ଲମ୍ବା ଏକ ସୁଡ଼ଙ୍ଗ ରହିଛି । ସୁଡ଼ଙ୍ଗ ଶେଷରେ କେତେଗୁଡ଼ିଏ କୋଠରୀ ରହିଛି । ସେହିପରି ବଙ୍କର ମଧ୍ୟରେ ଏକ ଜିମ୍‌, ଶୌଚାଳୟର ସୁବିଧା ରହିଛି । ଏପରିକି ସେଠାରେ ଲିଫ୍ଟ ମଧ୍ୟ ଅଛି । ଖାଦ୍ୟପେୟ ସାମଗ୍ରୀକୁ ବଙ୍କର ଭିତରକୁ ନେଇ ଯିବାକୁ ଅନ୍ୟ ଏକ ରାସ୍ତାର ବ୍ୟବସ୍ଥା କରାଯାଇଛି । ତେବେ ସେହି ବଙ୍କର ପରମାଣୁ ଆକ୍ରମଣ ସହ୍ୟ କରିବାରେ ସକ୍ଷମ ନୁହେଁ । ଡେଭ୍‌ ପେସାରେ ଜଣେ ଇଞ୍ଜିନିୟର ଓ କଣ୍ଟେଣ୍ଟ କ୍ରିଏଟର । ପତ୍ନୀ ବେଥ୍‌, ୭ ବର୍ଷୀୟ ପୁଅ ଓଲିଭରଙ୍କ ସହ ଡର୍ବିଶାୟାରସ୍ଥିତ ଘରେ ସେ ରହନ୍ତି । ସେ କହିଛନ୍ତି, ଭବିଷ୍ୟତରେ ଯଦି କୌଣସି କାରଣରୁ ତୃତୀୟ ବିଶ୍ୱଯୁଦ୍ଧ ହୁଏ ତେବେ ପରିବାର ସହିତ ଏକ ସୁରକ୍ଷିତ ଅଣ୍ଡରଗ୍ରାଉଣ୍ଡ ସ୍ଥାନରେ ରହିବା ଲାଗି ହିଁ ସେ ଏହି ବଙ୍କରକୁ ନିର୍ମାଣ କରାଇଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.