ଭୁବନେଶ୍ୱର, ୨୧/୦୪: ରେଲ୍‌ ୱେ ଷ୍ଟେସନରେ ଗଡିଲା ମୁଣ୍ଡ । ଭଦ୍ରକରୁ କଟି ଆସି ଭୁବନେଶ୍ୱର ଷ୍ଟେସନ୍‌ରେ ପଡ଼ିଲା ମୁଣ୍ଡ । ଛିଣ୍ଡା ମୁଣ୍ଡଟି ହେଉଛି ଭଦ୍ରକ ରାମକୃଷ୍ଣପୁର ଅଞ୍ଚଳର ରାମକୃଷ୍ଣ ପଣ୍ଡାଙ୍କର ବୋଲି ଜଣାପଡ଼ିଛି । ସେ ଟ୍ରେନ୍‌ ଆଗକୁ ଯାଇ ଆତ୍ମହତ୍ୟା କରିଥିଲେ । 

ସୂଚନା ମୁତାବକ, ଭଦ୍ରକର ରାମକୃଷ୍ଣପୁର ଅଞ୍ଚଳର ରାମକୃଷ୍ଣ ପଣ୍ଡା ନାମକ ବ୍ୟକ୍ତି ଟ୍ରେନ୍‌ ଆଗକୁ ଯାଇ ଆତ୍ମହତ୍ୟା କରିଥିଲେ । ଯାହା ଫଳରେ ଶରୀରରୁ ମୁଣ୍ଡ ଅଲଗା ହୋଇଯାଇଥିଲା । ହେଲେ ମୁଣ୍ଡଟି ଟ୍ରେନ୍‌ରେ ଲାଖି ଆସି ଭୁବନେଶ୍ୱର ରେଲ୍‌ ୱେ ଷ୍ଟେସନ୍‌ରେ ପହଞ୍ଚି ଥିଲା । ଷ୍ଟେସନ୍‌ରେ ମୁଣ୍ଡ ଗଡ଼ୁଥିବା ଦେଖି ଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୁଣ୍ଡଟିକୁ ଉଦ୍ଧାର କରି ତଦନ୍ତ ଚଳାଇଛି ।