ପ୍ରମୂଖ ଖବର
  • ୟୁକ୍ରେନ୍‌ ଉପରେ ଋଷର ବଡ଼ ଏୟାରଷ୍ଟ୍ରାଇକ୍‌; ୩ ଶିଶୁ ସମେତ ୧୩ ମୃତ, ପାଗଳ ହୋଇଛନ୍ତି ପୁଟିନ୍‌ କହିଲେ ଟ୍ରମ୍ପ
  • ||
  • ସୁବର୍ଣ୍ଣପୁର : ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେଇ ଓଲାଟିଲା କାର୍‌, ନାବାଳକ ସମେତ ୩ ଗୁରୁତର
  • ||
  • ସାବିତ୍ରୀ ଅମାବାସ୍ୟା : ସ୍ଵାମୀଙ୍କ ଦୀର୍ଘାୟୁ ମନାସି ବ୍ରତ ପାଳୁଛନ୍ତି ସଧବା, ବିଭିନ୍ନ ଦେବାଳୟରେ ଶ୍ରଦ୍ଧାଳୁଙ୍କ ଭିଡ଼
  • ||
  • ରୁଷିଆର ସବୁଠୁ ବଡ଼ ଏୟାରଷ୍ଟ୍ରାଇକ୍, ୟୁକ୍ରେନ୍ ଉପରେ ୩୬୭ଟି ଡ୍ରୋନ୍ ଓ ମିଜାଇଲ୍ ମାଡ଼, ୧୩ ମୃତ
  • ||
  • ଚାନ୍ଦବାଲି : ଗୁହାଳରେ ଲାଗିଲା ନିଆଁ, ୭ ଗୋରୁ ଜୀବନ୍ତ ଦଗ୍ଧ
  • ||
  • ୨୭ରେ ଲଘୁଚାପ, ୭ ଦିନ ପ୍ରବଳ ବର୍ଷିବ: ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଭାରି ବର୍ଷା ସମ୍ଭାବନା
  • ||

ଆକାଶରୁ ଖସିଲା ମୃତ୍ୟୁ, ବଜ୍ରପାତରେ ଚାଲିଗଲା ଜଣଙ୍କ ଜୀବନ

Published By : Prameya | May 24, 2025 2:25 PM

ଚାନ୍ଦବାଲି,୨୪/୦୫: ଏମିତି ବି ଆସେ ମୃତ୍ୟୁ । ବଜ୍ରପାତରେ ଚାଲିଗଲା ଜଣଙ୍କ ଜୀବନ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ୍ ଧାମରା ଅଞ୍ଚଳର ବିଦ୍ୟୁତ୍ ପ୍ରଭା ରାସ୍ତାରେ ଏହି ଘଟଣାଟି ଘଟିଛି । ମୃତ ଯୁବକ ଜଣକ ହେଲେ ଜଣେ ମାଛ ବ୍ୟବସାୟୀ ।

ସୂଚନା ମୁତାବକ,ଦୁଇ ଜଣ ଗୋଟିଏ ସାଇକେଲରେ ଯାଆଁଳ ମାଛ ନେଇ ବିକ୍ରି କରୁଥିଲେ। ଆଉ ସେହି ସମୟରେ ବଜ୍ରପାତ ହୋଇଥିଲା । ଫଳରେ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ସେହିପରି ଆଉ ଜଣେ ଅଳ୍ପକେ ଆହତ ହୋଇଥିଲେ। ତେବେ ବଜ୍ରପାତ ଏତେ ଜୋର୍ ଥିଲା ଯେ କଂକ୍ରିଟ ରାସ୍ତା ମଧ୍ୟ ୬ ଇଞ୍ଚ ଭିତରୁକୁ ଗାତ ହୋଇଯାଇଥିଲା। ତେବେ ଘଟଣାପରେ ସଙ୍ଗେ ସଙ୍ଗେ ଆଖ ପାଖରେ ଥିବା ଲୋକମାନେ ରୁଣ୍ଡ ହୋଇଯାଇଥିଲ। ଏହାପରେ ସେମାନେ ମୃତଦେହ ଓ ଆହତ ଜଣକୁ ଧାମରା ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିବା ଜଣାପଡ଼ିଛି।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.