ପ୍ରମୂଖ ଖବର
  • ନାଇଜେରିଆର ଡଙ୍ଗା ବୁଡ଼ି ୨୫ ମୃତ; ଅନେକ ନିଖୋଜ, ଡଙ୍ଗାରେ ଥିଲେ ମୋଟ୍ ୧୦୦ ଯାତ୍ରୀ
  • ||
  • ଫିଡେ ମହିଳା ଚେସ୍‌ ବିଶ୍ୱକପ୍‌ ଫାଇନାଲ୍‌: ଦିବ୍ୟା-ହମ୍ପି ଦ୍ୱିତୀୟ କ୍ଲାସିକାଲ ଗେମ୍‌ ଡ୍ର’, ଆଜି ଟାଇବ୍ରେକରେ ଫଳାଫଳ ନିର୍ଣ୍ଣୟ
  • ||
  • ଭଦ୍ରକରେ ବନ୍ୟା ବିତ୍ପାତ; ୪ ପଞ୍ଚାୟତରେ ୨ ଦିନ ସ୍କୁଲ୍‌ ଛୁଟି
  • ||
  • ଜର୍ମାନୀରେ ଲାଇନଚ୍ୟୁତ ହେଲା ଟ୍ରେନ; ୩ ମୃତ, ୩୪ ଆହତ
  • ||
  • ଉତ୍ତର ଓଡ଼ିଶାରେ ବନ୍ୟା: ୬ ଜିଲ୍ଲାରେ ୧୧ ହଜାର ଲୋକ ପ୍ରଭାବିତ, ପାଣିଘେରରେ ଯାଜପୁରର ୧୧ ପଞ୍ଚାୟତ
  • ||
  • ଜଗତସିଂହପୁର : ବାଇକ୍‌କୁ ପିଟିଲା ବସ୍‌; ଜଣେ ମୃତ, ଜଣେ ଗୁରୁତର
  • ||
  • ବାରାବାଙ୍କୀ ଅବସାନେଶ୍ୱର ଶିବ ମନ୍ଦିରରେ ଦଳାଚକଟା, ୨ ଶ୍ରଦ୍ଧାଳୁ ମୃତ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡ଼ା ନୀତି, ଆଜି ଅପରାହ୍ନ ୬ଟାରୁ ରାତି ୧୦ ଦର୍ଶନ ମନା
  • ||
  • ଶ୍ରାବଣ ମାସର ତୃତୀୟ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ବ୍ରାହ୍ମଣୀ ନଦୀକୁ ଗାଧୋଇବାକୁ ଯାଇ ଚାଲିଗଲା ଜୀବନ

Published By : Harapriya Sethi | July 27, 2025 3:02 PM

ଧର୍ମଶାଳା,୨୭/୦୭: ଖାଇବାକୁ ବାଢ, ମୁଁ ସାଙ୍ଗେ ସାଙ୍ଗେ ଆସୁଛି ନଈରୁ ଗାଧୋଇକି। ସବୁ ଦିନ ପରି ଆଜି ବି ଘର ନିକଟସ୍ଥ ବ୍ରାହ୍ମଣୀ ନଈକୁ ଗାଧୋଇବାକୁ ଯାଇଥିଲେ। କିନ୍ତୁ ଆଉ ଖାଇବାକୁ ଫେରି ନଥିଲେ। ନଦୀରେ ବୁଡ଼ି ଯାଇଥିଲେ ଅବସରପ୍ରାପ୍ତ ଶିକ୍ଷକ । ମୃତକ ଜଣଙ୍କ ହେଲେ ଧର୍ମଶାଳା ଥାନା ଚହଟା ପଞ୍ଚାୟତ ଚହଟା ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ମହାନ୍ତି(୭୪ ବର୍ଷ)। ଯାଜପୁର ଜିଲ୍ଲା ଧର୍ମାଶାଳା ଅଞ୍ଚଳରେ ଆସିଛି ଏଭଳି ଦୁଃଖଦ ଖବର ।

ସୂଚନା ମୁତାବକ, ରବିବାର ସକାଳ ୯ ଟାରେ ଘର ନିକଟସ୍ଥ ବ୍ରାହ୍ମଣୀ ନଦୀକୁ ଗାଧୋଇବାକୁ ଯାଇଥିଲେ ପୂର୍ଣ୍ଣଚନ୍ଦ୍ର । ନଈରେ ଗାଧୋଇବା ବେଳେ ଅସାବଧାନତା ବଶତଃ ପାଣି ଭିତରେ ଗୋଡ ଖସି ଯାଇଥିଲା । ସେ ବହୁ ସମୟ ଧରି ପାଣି ଭିତରେ ବୁଡ଼ି ରହିଥିଲେ। ସେହି ସମୟରେ ଉକ୍ତ ନଦୀ ବନ୍ଧ ରାସ୍ତାରେ ଯାଉଥିବା ଜଣେ ଅଟୋ ଚାଳକ ଦେଖି ତାଙ୍କୁ ଉଦ୍ଧାର କରିବା ସହିତ ପରିବାର ଲୋକଙ୍କୁ ଖବର ଦେଇଥିଲେ । ତାଙ୍କୁ ସଙ୍ଗେ ଧର୍ମଶାଳା ମେଡିକାଲ ଅଣା ଯାଇଥିଲା । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୂର୍ଣ୍ଣଚନ୍ଦ୍ର ମହାନ୍ତି ଜଣେ ଆଦର୍ଶ ଶିକ୍ଷକ ଭାବରେ ଗତ କିଛି ବର୍ଷ ତଳେ ଚାକିରିରୁ ଅବସର ନେଇଥିଲେ। ସେ ଜଣେ ଭଲ ଯାତ୍ରା କଳାକାର ଭାବରେ ସୁନାମ ଅର୍ଜନ କରିଥିଲେ। ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.