ସାଲେପୁର,୦୬/୦୫:  ନଦୀରେ ଗାଧୋଇବା ହେବା କାଳ । ପାଣିରେ ବୁଡ଼ି ଯୁବକ ମୃତ। ତେବେ ସାଲେପୁରର ବଟେଶ୍ବର ନିକଟରେ ଏହି ଘଟଣା ଘଟିଛି । ମୃତ ବ୍ୟକ୍ତି ଜଣକ ନେମାଳ ଅଞ୍ଚଳର  କୈଳାସ ଚନ୍ଦ୍ର ସାହୁ ବୋଲି ଜଣାପଡ଼ିଛି। ମୃତ କୈଳାସ ରୋଧପୁର ଗ୍ରାମରେ ଥିବା ତାଙ୍କର ଜଣେ ସମ୍ପର୍କୀୟଙ୍କର ଏକାଦଶାହ କର୍ମରେ ଯୋଗଦେବାକୁ ଆସିଥିବା ବେଳେ ଏହି ଅଘଟଣ ଘଟିଥିବା ଜଣାଯାଇଛି।

ସୂଚନା ମୁତାବକ,  ଆଜି ଦିନ ପ୍ରାୟ ୧୨ଟା ସମୟରେ ନେମାଳ ଅଞ୍ଚଳର  କୈଳାସ ଚନ୍ଦ୍ର ସାହୁ ବଟେଶ୍ବର ଗ୍ରାମ ନିକଟରେ ନଦୀକୁ ଗାଧୋଇ ବାକୁ ଯାଇଥିଲେ। ନଦୀରେ ଗାଧୋଉ ଥିବା ବେଳେ ନଦୀ ପାଣିରେ ବୁଡ଼ି ଯାଇ ନିଖୋଜ ହୋଇଯାଇଥିଲେ। ଏନେଇ ସ୍ଥାନୀୟ ଲୋକମାନେ ତାଙ୍କୁ  ନଦୀ ପାଣିରୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ସାଲେପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ  ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟପଟେ ସାଲେପୁର ପୁଲିସ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରି ବ୍ୟବଛେଦ ପାଇ ପଠାଇବା ସହ ଘଟଣାର ତଦନ୍ତ ଚଳାଇଛି।ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି।