ପ୍ରମୂଖ ଖବର
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଇଣ୍ଡିଗୋ ବିମାନରେ ବୋମା ଥିବାର ମିଛ ଖବର ଦେଇଥିବା ବ୍ୟକ୍ତିଙ୍କ ମିଳିଲା ପରିଚୟ

Published By : Prameya | December 10, 2024 7:20 PM

ରାୟପୁର : ଗତ ମାସରେ ନାଗପୁରରୁ କୋଲକାତା ଯାଉଥିବା ଇଣ୍ଡିଗୋର ଉଡ଼ାଣରେ ବୋମା ଥିବାର ପ୍ରଚାରିତ ହୋଇଥିଲା। ଏହି ଗୁଜବ ପ୍ରଚାରର ଅଭିଯୋଗରେ ଗିରଫ କରାଯାଇ ଥିବା ବ୍ୟକ୍ତିଙ୍କର ପରିଚୟ ମିଳିଛି। ସେ ହେଉଛନ୍ତି ଗୁଇନ୍ଦା ବ୍ୟୁରୋ (ଆଇବି)ର ଜଣେ ଅଧିକାରୀ। ଛତିଶଗଡ଼ର ରାଜଧାନୀ ରାୟପୁରରେ ଅଧିକାରୀମାନେ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି । ସେମାନେ କହିଛନ୍ତି ଯେ , ୧୪ ନଭେମ୍ୱରରେ ଅନିମେଷ ମଣ୍ଡଳ (୪୪) ନାମକ ଜଣେ ବ୍ୟକ୍ତି ଚାଳକ ଦଳଙ୍କୁ ବିମାନରେ ବୋମା ଥିବାର ସୂଚନା ଦେଇ ଥିଲେ , ଏହାପରେ ବିମାନକୁ ଛତିଶଗଡ଼ରୁ ରାୟପୁର ବିମାନ ବନ୍ଦରରେ ଜରୁରୀକାଳିନ ସ୍ଥିତିରେ ଅବତରଣ କରାଯାଇ ଥିଲା। ବିମାନରେ ୧୮୭ ଜଣ ଯାତ୍ରୀ ବସି ଥିଲେ। ପୋଲିସ୍‌ ଅଧିକାରୀମାନେ କହିଛନ୍ତି ଯେ, ବିମାନର ଯାଞ୍ଚ ପରେ ବୋମାର ଧମକ ମିଛ ଜଣା ପଡ଼ିଥିଲା , ଏହାପରେ ମଣ୍ଡଳଙ୍କୁ କଥିତ ଭାବେ ଭୁଲ୍‌ ସୂଚନା ଦେବା ଅଭିଯୋଗରେ ଗିରଫ କରାଯାଇ ଥିଲା।

ମଣ୍ଡଳଙ୍କର ଓକିଲ ଫୈଜଲ ରିଜଭୀ ସାମ୍ୱାଦିକଙ୍କୁ କହିଛନ୍ତି ଯେ , ତାଙ୍କ ମହକିଲ ଆଇବିରେ ଡିଏସପି ରାଙ୍କର ଅଧିକାରୀ , ଯିଏ ନାଗପୁରରେ ମୁତୟନ ଅଛନ୍ତି ,ସେ ନିର୍ଦ୍ଦୋଷ। ରିଜଭୀଙ୍କର କହିବାର ଥିଲା ଯେ , ସେ ସୂଚନା ସେୟାର କରିବା ଭିତରେ ନିଜର କାର୍ଯ୍ୟ ନିର୍ବାହ କରୁ ଥିଲେ। ହେଲେ ପୋଲିସ କହିଛି କି, ସ୍ଥାନୀୟ ପୋଲିସ ଓ ଆଇବିର ମିଳିତ ଦଳ ମଣ୍ଡଳଙ୍କୁ ପଚରାପଚରି କରି ଥିଲେ ଏବଂ ତାଙ୍କ ଦ୍ୱାରା ସେୟାର କରାଯାଇ ଥିବା ସୂଚନା ଫେକ୍‌ ଜଣା ପଡ଼ିବା ପରେ ତାଙ୍କୁ ଗିରଫ କରି ନିଆ ଯାଇଛି। 

ରିଜଭୀ କହିଛନ୍ତି ଯେ, ୧୪ ନଭେମ୍ୱରରେ ବିମାନରେ ବସିବା ପରେ ମଣ୍ଡଳଙ୍କୁ ନିଜ ସୂତ୍ରରୁ ବୋମା ବିଷୟରେ ସୂଚନା ମିଳି ଥିଲା, ଯାହାକୁ ସେ ବିମାନର ଚାଳକ ଦଳର ସଦସ୍ୟଙ୍କୁ କହି ଥିଲେ। ସେ ପ୍ରଶ୍ନ କରି ଥିଲେ ଯେ, ଯେବେ ମଣ୍ଡଳଙ୍କୁ ଗିରଫ କରାଯାଇ ଥିଲା ତ ପୋଲିସକୁ ଏହା କାହିଁକି କୁହାଯାଇ ନଥିଲା କି , ସେ ଆଇବିର ଅଧିକାରୀ । ରାୟପୁର ବରିଷ୍ଠ ଓକିଲ ପୋଲିସ୍‌ ଅଧିକାରୀ ସନ୍ତୋଷ ସିଂହ କହିଛନ୍ତି ଯେ , ପୋଲିସ ସେହିଦିନ ଆଇବିକୁ ସୂଚିତ କରି ଦେଇ ଥିଲା ତଥା ଆଇବି ଓ ପୋଲିସ ଦ୍ୱାରା ମିଳିତ ପଚରାପଚରି ପରେ ମଣ୍ଡଳଙ୍କୁ ଗିରଫ କରାଯାଇଛି।

ସିଂହ କହିଛନ୍ତି , ମଣ୍ଡଳ ନିଜକୁ ଆଇବିର ଅଧିକାରୀ କହି ଚାଳକ ଦଳର ସଦସ୍ୟଙ୍କୁ ବିମାନରେ ବୋମା ବିଷୟରେ କହିଥିଲେ । ବିମାନ ଅବତରଣ ପରେ ବିମାନର ଯାଞ୍ଚ କରାଯାଇ ଥିଲା ଏବଂ କିଛି ମିଳି ନଥିଲା।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.