ପ୍ରମୂଖ ଖବର
  • ପାକିସ୍ତାନ ବିରୋଧରେ ବିଏଲଏଫର ‘ଅପରେସନ୍ ବାମ୍’; ଏକାଥରେ ୧୭ଟି ସ୍ଥାନରେ କଲା ଆକ୍ରମଣ
  • ||
  • ପାତ୍ରପୁର ଠଣାଗାଁ ଛକ ନିକଟରେ ୨ ବୁଲେଟ ମଧ୍ୟରେ ମୁହାଁମୁହିଁଁ ଧକ୍କା , ବାପା-ପୁଅ ସମେତ ୩ମୃତ
  • ||
  • ବୌଦ୍ଧ : ଜମଘାଟୀ ଗ୍ରାମରେ ଅଘଟଣ, କୂଅରେ ପଡ଼ି ବୃଦ୍ଧଙ୍କ ମୃତ୍ୟୁ
  • ||
  • କୋଣାର୍କରୁ ବରମୁଣ୍ଡା ଆମ ବସ୍‌ ବନ୍ଦ, ଯାତ୍ରୀ ହନ୍ତସନ୍ତ
  • ||
  • ଜଗତସିଂହପୁର : ପୁତୁରାକୁ କୋଦାଳରେ ହାଣି ହତ୍ୟା କଲା ଦାଦା, କାରଣ ଅସ୍ପଷ୍ଟ
  • ||
  • ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ, ସୋସିଆଲ ମିଡିଆରେ ପାଟ ଅଗଣା ଓ ଭେଟ ମଣ୍ଡପର ଫଟୋ ଛାଡିଲେ ଯୁବକ
  • ||
  • 'ଏକ୍ସ'ର ସିଇଓ ପଦରୁ ଇସ୍ତଫା ଦେଲେ ଲିଣ୍ଡା ୟାକାରିନୋ,ସାମ୍ନାକୁ ଆସିଲା ମସ୍କଙ୍କ ପ୍ରତିକ୍ରିୟା
  • ||
  • ଡେଲାଙ୍ଗ ବ୍ଲକରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିନ୍ତାରେ ଚାଷୀ
  • ||
  • ଏଆଇ-ଚାଳିତ ଉତ୍ପାଦନ ବିପ୍ଳବର ନେତୃତ୍ୱ ନେବ ଓଡ଼ିଶା, ଆସୋଚାମ-ପ୍ରାଇମସ ପାର୍ଟନର୍ସ ରିପୋର୍ଟ
  • ||
  • ରେଲୱେରେ ଏବର୍ଷ ମିଳିବ ୫୦ ହଜାର ଚାକିରି, ଏପର୍ଯ୍ୟନ୍ତ ୯ ହଜାର ନିଯୁକ୍ତିପତ୍ର ପଠାଇସାରିଲାଣି RRB
  • ||
  • ଅନୁଗୁଳ : NH ୧୪୯ ବଂରପାଳ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରାଭେଲର୍‌ ଧକ୍କାରେ ୨ ବାଇକ୍‌ ଆରୋହୀ ମୃତ
  • ||
  • ଜିଦ୍‌ରେ ଅଟଳ ଡ୍ରାଇଭର୍ ମହାସଙ୍ଘ : ପରିବହନ ଅଚଳ, ତିରୋଟମୁହାଁ ତେଲ, ବାହାରୁ ଆସିପାରୁନି ଗ୍ରୋସରୀ ଓ ପନିପରିବା
  • ||

ପାରିବାରିକ କଳହର କରୁଣ ପରିଣତି; ସ୍ୱାମୀର ଗୋଇଠା ମାଡ଼ରେ ଗର୍ଭବତୀ ସ୍ତ୍ରୀର ମୃତ୍ୟୁ ଅଭିଯୋଗ

Published By : Anindita Ratha | June 15, 2025 12:17 PM

ତିହିଡି,୧୫/୬: ପାରିବାରିକ କଳହର କରୁଣ ପରିଣତି । ସ୍ୱାମୀର ଗୋଇଠା ମାଡ଼ରେ ଗର୍ଭବତୀ ସ୍ତ୍ରୀର ମୃତ୍ୟୁ ହୋଇଥିବା ଅଭିଯୋଗ। ତେବେ ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ତିହିଡି ଥାନା ତାଳପଦା ଗାଁରେ। ଅଭିଯୋଗ ପରେ ଅଭିଯୁକ୍ତ ସ୍ୱାମୀକୁ ଡାକ୍ତରଖାନାରୁ ପୁଲିସ ଉଠାଇ ନେଇଥିବା ସୂଚନା ମିଳିଛି।  

ତେବେ ତିହିଡି ଥାନା ତାଳପଦା ଗ୍ରାମର ଶଙ୍କର୍ଷଣ ଜେନା ୫ବର୍ଷ ପୂର୍ବରୁ ସେହି ଗାଁର ପଞ୍ଚାନନ ଜେନାଙ୍କ ଝିଅ ମୋନାଲିସା ଜେନାଙ୍କୁ ବିବାହ କରିଥିଲେ। ତାଙ୍କର ଗୋଟିଏ ୩ ବର୍ଷର ଝିଅ ମଧ୍ୟ ଅଛନ୍ତି । ଏପରି ସ୍ଥଳେ ସ୍ୱାମୀ ଶଙ୍କର୍ଷଣ ବିଭିନ୍ନ ସମୟ ମଦ୍ୟପାନ କରି ତାଙ୍କ ସ୍ତ୍ରୀ ଏବଂ ଶଶୁର ଘର ଲୋକଙ୍କୁ ଗାଳି ଗୁଲଜ କରେ। ହେଲେ ଗତକାଲି ଶଙ୍କର୍ଷଣଙ୍କ ଶ୍ବଶୁର ରଜରେ ମିଠା ଭାର ନେଇ ଝିଅକୁ ଯାଇ ସେଠାରେ ଫେରିଥିଲା। ହେଲେ ରାତିରେ ଶଙ୍କର୍ଷଣ ନିଶାସକ୍ତ ଅବସ୍ଥାରେ ସାମାନ୍ୟ ଘଟଣାକୁ ନେଇ ଝଗଡ଼ା କରିଥିଲେ ଏବଂ ଗର୍ଭବତୀ ସ୍ତ୍ରୀକୁ ଗୋଇଠା ମାରିଥିଲେ। ଫଳରେ ସେ ଚିତ୍କାର କରି ଚେତାଶୂନ୍ୟ ହୋଇ ପଡ଼ିଥିଲେ। ଏନେଇ ତୁରନ୍ତ ତାଙ୍କୁ ତିହିଡି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ଭଦ୍ରକ ଡାକ୍ତରଖାନାକୁ ଅଣା ଯାଇଥିଲା । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେପଟେ ମୃତ ମୋନାଲିସାଙ୍କ ବାପଘର ଲୋକ ତିହିଡି ଥାନାରେ ହତ୍ୟା ଅଭିଯୋଗ କରିଥିଲେ । ଏତଲା ଆଧାରରେ ପୁଲିସ ଶଙ୍କର୍ଷଣକୁ ମେଡିକାଲରୁ ଉଠାଇ ନେଇ ଅଧିକ ତଦନ୍ତ ଆରମ୍ଭ କରୁଛି।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.