ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ଚାଷ ଜମିରେ ପାଣି ମଡାଇବାକୁ ନେଇ ହତ୍ୟା! ସ୍ୱାମୀଙ୍କୁ ମାରିଥିବା ଅଭିଯୋଗ ଆଣିଲେ ସ୍ତ୍ରୀ

Published By : Harapriya Sethi | November 2, 2024 8:17 AM

ଧରାକୋଟ, ୦୨/୧୧: ଗାଁ କୋଠ ଜମିରେ ପାଣି ମଡାଇବାକୁ କେନ୍ଦ୍ର କରି ହତ୍ୟା । କୁସରାବ ଗ୍ରାମର ଯୁଧିଷ୍ଟିର ଗୌଡଙ୍କ ପୁଅ ପଞ୍ଚାନନ ଗୌଡ଼ (୫୨) ଙ୍କୁ ତାଙ୍କ ଗ୍ରାମର ସନ୍ତୋଷ ଗୌଡ଼, ଶିବ ଗୌଡ଼ ଓ ଶଙ୍କର ଗୌଡ଼ ହତ୍ୟା କରିଥିବା ନେଇ ଧରାକୋଟ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ପଞ୍ଚାନନ ଗୌଡଙ୍କ ସ୍ତ୍ରୀ ବୁଲି ଗୌଡ଼ । ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଅନ୍ତର୍ଗତ କୁସରାବ ଗ୍ରାମରେ ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି । 

ସୂଚତନା ମୁତାବକ, କୁସରାବ ଗାଁ କୋଠ ଜମିରୁ ପାଣି ଆଣିବାକୁ ନେଇ କିଛିଦିନ ଧରି ମୃତ ପଞ୍ଚାନନ ଓ ଅନ୍ୟ ମାନଙ୍କ ମଧ୍ୟରେ ଝଗଡ଼ା ଲାଗି ରହିଥିଲା । ଶୁକ୍ରବାର ସନ୍ଧ୍ୟା ୭ଟା ସମୟରେ ଗାଁ ନିକଟରେ ଥିବା କାନ୍ଦୁଲ ଘାଇ ପାହାଡ଼ ନିକଟରେ ଥିବା କୋଠ ବିଲକୁ ପାଣି ଦେଖିବା ପାଇଁ ଆସିଥିବା ପଞ୍ଚାନନ ବିଳମ୍ବିତ ରାତି ପର୍ଯ୍ୟନ୍ତ ଘରକୁ ଫେରି ନଥିଲେ । ଘରକୁ ନଫେରିବାରୁ ବଡ ଭାଇ ମନୁ ଗୌଡ଼, ସାନ ଭାଇ ପାଣ୍ଡବ ଗୌଡ଼ ବହୁ ଖୋଜା ଖୋଜି କରି ତାଙ୍କର ପତ୍ତା ପାଇନଥିଲେ । ଶନିବାର ଭୋର ସମୟରେ ଖୋଜା ଖୋଜି ବେଳେ କୋଠ ବିଲ ଅପେଶା ନିକଟରେ ପଞ୍ଚାନନଙ୍କ ମୃତଦେହ ପଡ଼ିଥିବା ଦେଖି ଧରାକୋଟ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଆସିକା ଉପଖଣ୍ଡ ପୋଲିସ ଅଧିକାରୀ ସଞ୍ଜୟ ମହାପାତ୍ର, ଧରାକୋଟ ଥାନା ଅଧିକାରୀ ଚନ୍ଦ୍ରିକା ସ୍ୱାଇଁ, ଏ ଏସ ଆଇ ଅଭିମନ୍ୟୁ ପାଣ୍ଡେ, ଅନିଲ ଶବର ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି । ଏହା ସହ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । 




Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.