ପ୍ରମୂଖ ଖବର
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ବାଲୁକା ଆନିମେସନରେ ପଦ୍ମଶ୍ରୀ ମନୋଜ କୁମାରଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ମାନସ ସାହୁ

Published By : Harapriya Sethi | April 5, 2025 1:27 PM

ପୁରୀ,୦୫/୦୪: ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ଓଡିଶାର ପୁରୀ ଠାରେ ଭେଟେରିଆନ ଆର୍ଟିଷ୍ଟ ମନୋଜ କୁମାରଙ୍କୁ ହୃଦୟର ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ଏକ ବାଲୁକା ଆନିମେସନ ପ୍ରସ୍ତୁତ କରିଛନ୍ତି । ଏହି ବାଲୁକା ଆନିମେସନରେ ସେ ମନୋଜ କୁମାରଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି । ଏହାକୁ ନିର୍ମାଣ କରିବାକୁ ମାନସ ସାହୁଙ୍କୁ ୨ ଘଣ୍ଟା ସମୟ ଲାଗିଥିଲା । ମନୋଜ କୁମାର ଯେ କି, ଏକା ଧାରାରେ ଜଣେ ଅଭିନେତା, ନିର୍ଦ୍ଦେଶକ, ସ୍କ୍ରିନ୍‌ ରାଇଟର୍‌, ଲିରିକିଷ୍ଟ ଏବଂ ଏଡିଟର୍‌ ଥିଲେ । ତାଙ୍କର ଦେଶଭକ୍ତି ଫିଲ୍ମ ଗୁଡିକ ବହୁତ ଉଚ୍ଚକୋଟୀର ଥିଲା । ଦର୍ଶକଙ୍କ ପାଖରେ ସେ ଭାରତ କୁମାର ନାମରେ ପ୍ରସିଦ୍ଧ ଥିଲେ । ତାଙ୍କୁ ହୃଦୟର ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି RIP ମନୋଜ କୁମାର ବାର୍ତ୍ତା ଦେଇଛନ୍ତି ମାନସ ସାହୁ । 


ଉଲ୍ଲେଖ ଯୋଗ୍ୟ ଯେ, ବାର୍ଦ୍ଧକ୍ୟଜନିତ ସ୍ୱାସ୍ଥ୍ୟ ସମସ୍ୟା ସହ ଲିଭର୍‌ ସିରୋସିସ ରୋଗରେ ପୀଡ଼ିତ ଥିଲେ ମନୋଜ କୁମାର । ସପ୍ତାହ ହେବ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ । ଶୁକ୍ରବାର ମନୋଜ କୁମାରଙ୍କର ଦେହାନ୍ତ ହୋଇଥିଲା । ୮୭ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ମନୋଜ କୁମାର । ଶନିବାର ପଞ୍ଚଭୂତରେ ବିଲୀନ ହୋଇଛି ବଲିଉଡ଼ କିମ୍ବଦନ୍ତୀ ଅଭିନେତା ତଥା ନିର୍ଦ୍ଦେଶକ ମନୋଜ କୁମାରଙ୍କ ପାର୍ଥିବ ଶରୀର । ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ମୁମ୍ବାଇ ସ୍ଥିତ ଭିଲେ ପାର୍ଲେରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ପୁଅ କୁନାଲ ଗୋସ୍ୱାମୀ ମୁଖାଗ୍ନୀ ଦେଇଛନ୍ତି । ଲୁହ ଭିଜା ଆଖିରେ ଭାରତ କୁମାରଙ୍କୁ ବିଦାୟ ଦେଇଛି ବଲିଉଡ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.