କୋକସରା,୧୪/୦୬: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଭାରତୀୟ ଜନତା ଦଳ ପକ୍ଷରୁ ମୋଟେର ମଣ୍ଡଳ ସ୍ତରୀୟ ବିକଶିତ ଓଡିଶା ସଂକଳ୍ପ ସଭା କାର୍ଯ୍ୟକ୍ରମ ଶନିବାର ଡାଲଗୁମା ଧାନ ମଣ୍ଡି ଠାରେ ଆୟୋଜିତ ହୋଇଯାଇଛି । ମଣ୍ଡଳ ସଭାପତି ଧର୍ମବ୍ରତ ପଣ୍ଡାଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ଼ ବିଧାୟକ ସୁଧୁର ରଞ୍ଜନ ପାଟ୍ଟଯୋଶୀ, ମୁଖ୍ୟ ବକ୍ତା ତଥା ସମ୍ମାନିତ ଅତିଥି ଭାବେ ମୋଟେର ମଣ୍ଡଳ ପର୍ଯ୍ୟବେକ୍ଷକ ହିମାଂଶୁ ପଣ୍ଡା, କୋକସରା ମଣ୍ଡଳ ସଭାପତି ବସନ୍ତ ନାଗ, ରାଜ୍ୟ କାର୍ଯ୍ୟକାରିଣୀ ଶିଶୁଦେବ ମୁଣ୍ଡ, ପୂର୍ବତନ ଜିଲ୍ଲା ପରିଷଦ ନୀଳକଣ୍ଠ ମାଝୀ, ଜିଲ୍ଲା ପ୍ରତିନିଧି ଚକ୍ରଧର ନାଏକ, ଜିଲ୍ଲା ନାରିନେତ୍ରୀ କୁନ୍ତୀ ପାଳ, ଉପସଭାପତି ମୋଟେର ମଣ୍ଡଳ ପ୍ରତିମା ପୁଝାରି, କସୃପଡା ମଣ୍ଡଳ ଉପ ସଭାପତି ସାଧବୀ ଭୋଇ, ବରିଷ୍ଠ ନେତା ନିଲାଞ୍ଚଲ ରାଉତ, ହୀରାଲାଲ ବାଗ ପ୍ରମୁଖ ମଞ୍ଚରେ ଉପସ୍ଥିତ ରହିଥିଲେ ।
ରାଜ୍ୟ ସରକାରଙ୍କ ୧ ବର୍ଷ ପୁର୍ତ୍ତିକୁ ଲୋକଙ୍କ ସରକାର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନେତୃତ୍ୱରେ ଆଜି ବିକଶିତ ଓଡିଶାର ସ୍ୱପ୍ନକୁ ବାସ୍ତବିକତା ରୂପ ଦେଇଛି । ନିର୍ବାଚନ ପୂର୍ବରୁ ବିଜେପି ସରକାର ଯେଉଁ ପ୍ରତିଶ୍ରୁତି ଦେଇଥିଲେ, ତାହା ଆଜି ଶତ ପ୍ରତିଶତ ପୂରଣ ହୋଇଛି । ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନା ଆଜି ସହର ଠାରୁ ଦୁର୍ଗମ ଅଞ୍ଚଳ, ଗ୍ରାମାଞ୍ଚଳରେ ପହଞ୍ଚିଛି ବୋଲି ଉପସ୍ଥିତ ଅତିଥିମାନେ ମତ ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମକୁ ମୋଟେର ମଣ୍ଡଳ ଯୁବ ସଭାପତି ସୁଜିତ ସିଂ ରାଜପୁତ ମଞ୍ଚ ପରିଚାଳନା କରିଥିଲେ। ମୋଟେର ମଣ୍ଡଳ ଏ ସମସ୍ତ କର୍ମକର୍ତ୍ତା ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।