ଭୁବନେଶ୍ଵର, ୧୯/୧୧ : ବୁଧବାର ଠାରୁ ବରଗଡ଼ରେ ଆରମ୍ଭ ହେବ ଧାନକିଣା। ସେହିପରି ସମ୍ବଲପୁରରେ ୨୧ ତାରିଖରୁ ଧାନ କିଣା ଆରମ୍ଭ ହେବ। ମଣ୍ଡିରେ ଦଲାଲ୍ଙ୍କ ପ୍ରବେଶ ରୋକିବାକୁ ପୋଲିସ ପାଟ୍ରୋଲିଂ କରିବ। ପ୍ରତି ମଣ୍ଡିରେ ଜଣେ ଲେଖାଏଁ ସରକାରୀ ଅଧିକାରୀ ରହିବେ। ଧାନ ମାନ ଯାଞ୍ଚ ବେଳେ ଚାଷୀ, ମିଲର, ସରକାରୀ ଅଧିକାରୀ ରହିବେ। ମେସିନରେ ଧାନ ମାନ ଯାଞ୍ଚ ହେବ। ଏନେଇ ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି।
ମନ୍ତ୍ରୀ କହିଛନ୍ତି ଯେ, ଦଲାଲଙ୍କ ଉପରେ ପୋଲିସ ନଜର ରଖିବ। ସୀମାରେ ଜଗିବା ପାଇଁ କ୍ୟାମେରା ଯୁକ୍ତ ଗାଡି ବ୍ୟବସ୍ଥା କରାଯାଇଛି। କଟନୀ ଛଟନି ଯେପରି ନେହେବ ସେଥିପାଇଁ ସରକାରୀ ଅଧିକାରୀ ଧ୍ୟାନଦେବେ। ଯେଉଁଠି ଅଧିକ ଧାନ ଆସିବ ସେଠି ଅଧିକ ମେସିନ ସରକାର ଯୋଗାଇଦେବେ। ଟୋକନ ଲ୍ୟାପ୍ସ ହୋଇଥିବା ଛାଷୀଙ୍କ ଟୋକୋନ ଜେନେରେଟ କରିବା ପାଇଁ ଜିଲ୍ଲାପାଳମାନଙ୍କୁ ଅଧିକାର ଦିଆଯାଇଛି।