ପ୍ରମୂଖ ଖବର
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||
  • ୨୧ ଯାଏ ଅଧିକ ବର୍ଷା ସମ୍ଭାବନା, ଆଜି ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ
  • ||

ବରଯାତ୍ରୀଙ୍କ ଉପରେ ପଡ଼ିଗଲା ଆମ୍ବ ଗଛ, ଯୁବକ ମୃତ

Published By : Gurupada Nath | June 19, 2025 8:36 PM

ତେଲକୋଇ,୧୯/୬ : ବରଯାତ୍ରୀ ଉପରେ ପଡ଼ିଗଲା ଆମ୍ବ ଗଛ । ଫଳରେ ଜଣେ ବରଯାତ୍ରୀଙ୍କର ମୃତ୍ୟୁ ଘଟିଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ତେଲକୋଇ ଥାନା ଅନ୍ତର୍ଗତ କରଦାଙ୍ଗି ଗାଁରେ। ମୃତକ ହେଲେ କତରାପାଲି ଗାଁର ପ୍ରଶାନ୍ତ ବିଶ୍ବାଳ।

ସୂଚନା ଅନୁସାରେ, କତରାପାଲି ଗାଁରୁ ସରେଇ ଗାଁକୁ ବରଯାତ୍ରୀରେ ଯାଉଥିଲେ ପ୍ରଶାନ୍ତ । କରଦାଙ୍ଗି ଗାଁ ମଙ୍ଗଳା କୋଠି ନିକଟରେ ବରଯାତ୍ରୀର ଡିଜେ ଗାଡ଼ିଟି ଆମ୍ବଗଛ ଯୋଗୁଁ ଯାଇ ପାରୁ ନ ଥିବାରୁ ଆମ୍ବଗଛର ଶାଖାକୁ ପ୍ରଶାନ୍ତଙ୍କ ସହ ଅନ୍ୟ କିଛି ବରଯାତ୍ରୀ ଟାଣି ବାହାର କରିବାକୁ ଚେଷ୍ଟା କରିଥିଲେ । ଏହି ସମୟରେ ଗଛଟି ସମ୍ପୂର୍ଣ୍ଣ ଉପୁଡ଼ି ପଡ଼ିଥିଲା। ପରେ ପ୍ରଶାନ୍ତଙ୍କ ଉପରେ ଗଛଟି ପଡ଼ିଯାଇଥିଲା। ଘଟଣାସ୍ଥଳରେ ପ୍ରଶାନ୍ତଙ୍କର ମୃତ୍ୟ ଘଟିଥିଲା । ଲଗାଣ ବର୍ଷା ଯୋଗୁଁ ଆମ୍ବଗଛର ମୂଳଟି ଦୁର୍ବଳ ହୋଇ ପଡ଼ିଥିବାରୁ ଏଭଳି ଏକ ଦୁର୍ଘଟଣା ଘଟିଥିବା କୁହାଯାଉଛି । ଏହି ଘଟଣାକୁ ନେଇ କତରାପାଲି ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.