ନୂଆଦିଲ୍ଲୀ,୧୬।୨: କଂଗ୍ରେସ ନେତା ମଣିଶଙ୍କର ଆୟର ନିଜର ବିବାଦୀୟ ବୟାନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। କିନ୍ତୁ ସୋମବାର କଂଗ୍ରେସକୁ ନେଇ ଦେଇଥିବା ବୟାନ ଦଳରେ ଅସାଧରଣ ସ୍ଥିତି ସୃଷ୍ଟି କରିଛି। ଗୋଟିଏ ପଟେ ସେ କେରଳରେ ପିନରାୟୀ ବିଜୟନ ପୁଣିଥରେ ମୁଖ୍ୟମନ୍ତ୍ରୀ ହେବାର ଭବିଷ୍ୟବାଣୀ କରିଛନ୍ତି। ସେଭଳି ରାହୁଲଙ୍କୁ ନେଇ ମଧ୍ୟ କଟାକ୍ଷ କରିଛନ୍ତି। ସେ କହିଛନ୍ତି, ମୁଁ ଗାନ୍ଧିବାଦୀ, ନେହରୁବାଦୀ ଓ ରାଜୀବବାଦୀ,କିନ୍ତୁ ରାହୁଲବାଦୀ ନୁହେଁ। ସେ ରାହୁଲଙ୍କ ଉପରେ କଟାକ୍ଷ କରି କହିଛନ୍ତି ସେ ତ ଭୁଲିଗଲେ ଯେ, ଆୟର ତାଙ୍କ ପାର୍ଟିର ସଦସ୍ୟ। ଆୟର ଡକ୍ଟର ଆମ୍ବେଦକରଙ୍କ ଜୀବନୀ କଥା କହିଛନ୍ତି। ଆଜି କେସି ଭେଣୁଗୋପାଳଙ୍କୁ ଏତେ ବଡ଼ ଦାୟିତ୍ବ ମିଳିଛି। ପବନ ଖେଡାଙ୍କ ଭଳି ବ୍ୟକ୍ତିଙ୍କୁ ଦଳର ଔପଚାରିକ ମୁଖପାତ୍ର ରଖିଛନ୍ତି। ଶେଷରେ ପାର୍ଟି ଏତେ ବଡ଼ ମୁର୍ଖାମୀ କିପରି କରିପାରେ,ସେ ତ ଜଣେ କାଠ କଣ୍ଢେଇ।
ଆୟର କହିଛନ୍ତି, ମିଷ୍ଟର ରାହୁଲ ଗାନ୍ଧୀ ଭୁଲି ଯାଇଛନ୍ତି ଯେ,ମୁଁ କଂଗ୍ରେସରେ ଅଛି। ତେଣୁ ମୁଁ ନେହରୁବାଦୀ,ରାଜୀବବାଦୀ,କିନ୍ତୁ ରାହୁଲବାଦୀ ନୁହେଁ। କ’ଣ ଆପଣ କଳ୍ପନା କରିପାରନ୍ତି,କଂଗ୍ରେସର ସ୍ଥିତି କ’ଣ ଅଛି ? କେସି ବେଣୁଗୋପାଳଙ୍କ ଭଳି ବ୍ୟକ୍ତିଙ୍କୁ ସେହି ଦାୟିତ୍ବ ଦିଆଯାଇଛି, ଯାହାକି କେବେ ସର୍ଦ୍ଦାର ପଟେଲଙ୍କ ପାଖରେ ଥିଲା।’ କେରଳ ବିଧାନସଭା ନିର୍ବାଚନ ପୂର୍ବରୁ କମ୍ୟୁନିଷ୍ଟ ପାର୍ଟିର ନେତା ଓ ମୁଖ୍ୟମନ୍ତ୍ରୀ ପିନରୟୀ ବିଜୟନ ପୁଣିଥରେ କ୍ଷମତାକୁ ଫେରିବାର ଭବିଷ୍ୟବାଣୀ କରିଛନ୍ତି। ସେ କହିଛନ୍ତି,ମୁଁ ଜଣେ କଂଗ୍ରେସୀ ନେତା ଭାବରେ ଚାହିଁବି ଯେ, ୟୁଡିଏଫ୍କୁ ବିଜୟ କିମ୍ବା କ୍ଷମତା ମିଳୁ। କିନ୍ତୁ ଏକ ଗାନ୍ଧିବାଦୀ ଭାବରେ କହିବି ପିନରାୟୀ ବିଜୟନ ପୁଣିଥରେ କ୍ଷମତାକୁ ଫେରି ପାରନ୍ତି। ତାଙ୍କ କାମକୁ କେରଳ ଲୋକ ପସନ୍ଦ କରୁଛନ୍ତି। ମୁଁ ମିଛ କହିବାକୁ ଚାହେଁନି। ସେ କହିଛନ୍ତି, ଏଭଳି ଦଳକୁ କିଏ ଭୋଟ ଦେବ,ଯେଉଁଥିରେ ନେତା ପରସ୍ପର ସହ ଲଢୁଛନ୍ତି। ଜଣେ ଅନ୍ୟଜଣଙ୍କ ଗଳା କାଟିବାକୁ ପ୍ରସ୍ତୁତ। କ’ଣ ଏଭଳି କଥା ଜନତା ଜାଣି ନାହାନ୍ତି। ମଣିଶଙ୍କର କହିଛନ୍ତି, ଗୋଟିଏ ସମୟରେ ଏଭଳି କଂଗ୍ରେସ ଥିଲା ଯେଉଁଠି ସମସ୍ତଙ୍କ ନିଷ୍ପତ୍ତିକୁ ଗ୍ରହଣ କରାଯାଏ। ନେହରୁ ପିଏମ୍ ହେବାକୁ ସମସ୍ତେ ସ୍ବୀକାର କରିଥିଲେ। ଯଦି ସୁଭାଷ ଚନ୍ଦ୍ର ବୋଷଙ୍କ ବିମାନ ଦୁର୍ଘଟଣାରେ ମୃତ୍ୟୁ ହୋଇନଥାନ୍ତା ତେବେ ସେ ହୁଏତ ରାଷ୍ଟ୍ରପତି ହୋଇଥାନ୍ତେ।
ସେ କହିଛନ୍ତି, ପବନ ଖେଡାଙ୍କ ଭଳି ନେତା ଆଜି କଂଗ୍ରେସର ଔପଚାରିକ ମୁଖପାତ୍ର। ଏଥିରୁ ବୁଝିହେବ ଏବେ କଂଗ୍ରେସର ସ୍ଥିତି କ’ଣ ?ପବନ ଖେଡାଙ୍କୁ ପଚାରିବା ଦରକାର,ତାଙ୍କ ପିନରାୟୀ ବିଜୟନଙ୍କ ସହ କେରଳରେ ଶତ୍ରୁତା କିନ୍ତୁ ଦିଲ୍ଲୀରେ କିଭଳି ମିତ୍ରତା ? ପବନ ଖେଡା କେବଳ ଜଣେ କାଠ କଣ୍ଢେଇ। ସେ କେବଳ ସେହି କଥା କୁହନ୍ତି,ଯାହା ଜୟରାମ ରମେଶ କହିଥାନ୍ତି। ସେ କୌଣସି ମୁଖପାତ୍ର ନୁହେଁ, ବଂର କଥା କୁହା ଶୁଆ।’
ଆହୁରି ପଢନ୍ତୁ : ୫ ରାଜ୍ୟରେ ନିର୍ବାଚନ ପ୍ରସ୍ତୁତି, ଆସାମ ଗସ୍ତରେ ନିର୍ବାଚନ କମିଶନ୍