ନୂଆଦିଲ୍ଲୀ,୧୬।୨: ପଶ୍ଚିମବଙ୍ଗ ସହିତ ୫ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନ କମିଶନ୍ ଏହି ରାଜ୍ୟକୁ ଗ୍ରସ୍ତ ଆରମ୍ଭ କରିଛନ୍ତି। ପ୍ରଥମ ଭିଜିଟ୍ ଆସାମରୁ ଆରମ୍ଭ ହୋଇଛି। ମୁଖ୍ୟ ନିର୍ବାଚନ କମିଶନ୍ ଜ୍ଞାନେଶ କୁମାରଙ୍କ ନେତୃତ୍ବାଧୀନ ଟିମ୍ ସୋମବାର ଗୌହାଟିରେ ଲ୍ୟାଣ୍ଡ କରିବ। ନିର୍ବାଚନ କମିଶନ ସେଠାରୁ ୧୮ ଫେବୃଆରୀରେ ଫେରିବେ। ଏହାପରେ ତାମିଲନାଡୁ ଓ ପଶ୍ଚିମବଙ୍ଗ ସହିତ ଅନ୍ୟ ରାଜ୍ୟକୁ ଗସ୍ତ କରିବା ଆରମ୍ଭ କରିବେ।

ମାର୍ଚ୍ଚରୁ ହୋଇପାରେ ନିର୍ବାଚନ ଘୋଷଣା

ଏଥିରେ ୪ ରାଜ୍ୟର ବିଧାନସଭା କାର୍ଯ୍ୟ ଓ ପୁଡୁଚେରୀର ଜୁନ୍‌ରେ ଶେଷ ହେବାକୁ ଯାଉଛି। ସବୁଠାରୁ ପ୍ରଥମେ ୭ ମଇରେ ପଶ୍ଚିବଙ୍ଗ ବିଧାନସଭା ନିର୍ବାଚନ କାର୍ଯ୍ୟକାଳ ଶେଷ ହେଉଛି। ସୁତ୍ର ଅନୁସାରେ, ଗତବର୍ଷ ବିହାର ନିର୍ବାଚନର ଘୋଷଣା ୬ ଅକ୍ଟୋବର ୨୦୨୫ ରେ ହୋଇଥିଲା। ଦୁଇଟି ପର୍ଯ୍ୟାୟରେ ହୋଇଥିବା ବିହାର ନିର୍ବାଚନ ପକ୍ରିୟା ୧୬ ନଭେମ୍ବରରେ ଶେଷ ହୋଇଥିଲା। ସେଭଳି ବିହାର ବିଧାନଭାର କାର୍ଯ୍ୟକାଳ ୨୨ନଭେମ୍ବର ପର୍ଯ୍ୟନ୍ତ ଥିଲା। ଏହାକୁ ଦେଖି ଏହି ୫ ରାଜ୍ୟରେ ମଧ୍ୟ ମାର୍ଚ୍ଚ ପ୍ରଥମ ସପ୍ତାହ ପରେ ନିର୍ବାଚନ ଘୋଷଣା ହେବାର ଆଶା କରାଯାଉଛି।

ନିର୍ବାଚନ ଘୋଷଣା ପୂର୍ବରୁ କାହିଁକ ହୁଏ ଗସ୍ତ?

ଯେତେବେଳେ କୌଣସି ରାଜ୍ୟରେ ନିର୍ବାଚନ କରାଯାଇଥାଏ। ତା ପୂର୍ବରୁ ନିର୍ବାଚନ କମିଶନ୍ଙ୍କ ଟିମ୍ ସେହି ରାଜ୍ୟ ଗସ୍ତ କରିଥାନ୍ତି। ଏହାର ଉଦେଶ୍ୟ ସେଠାର ଆଇନ ବ୍ୟବସ୍ଥାରୁ ଶାନ୍ତିପୂର୍ଣ୍ଣ ନିର୍ବାଚନୀ ପକ୍ରିୟା ପୁରା କରିବାର ପାଇଁ ପ୍ରସ୍ତୁତିର ହିସାବ ନେବାକୁ ପଡିଥାଏ। ଏଥିରେ ସମସ୍ତ ରାଜନୈତିକ ଦଳ,ପୁଲିସ ପ୍ରଶାସନ ଓ ଅନ୍ୟ ଷ୍ଟେକ ହୋଲ୍ଡରଙ୍କ ସହ ମିଟିଂ କରିବାର ସାମିଲ ଥାଏ। ଏଥିରେ ସମ୍ବେଦନଶରଳ ଓ ଅତି ସମ୍ବେଦନଶୀଳ ବୁଥ୍‌ରେ ସଂଖ୍ୟା ମଧ୍ୟ ଜଣାପଡିଥାଏ। ତାହା କେତେ ବଢିଛି କମ୍ବା କମ୍ ହୋଇଛି। ଏହାଛଡା ମତଦାନ ପାଇଁ କେତେ ମତଦାନ କେନ୍ଦ୍ର ହେବା ଦରକାର ଫଳରେ ମତଦାତା ଭୋଟ ଦେବା ପାଇଁ ଅଧିକ ଦୂର ଯେପରି ଯିବାକୁ ନପଡେ। ଏସବୁ ଜିନିଷକୁ ଧ୍ୟାନରେ ରଖି ଏହି ଭିଜିଟ୍ ହୋଇଥାଏ।

ରାଜନୈତିକ ଦଳ ସହ ମିଟିଂ

ସୂତ୍ର ଅନୁସାରେ ନିର୍ବାଚନ କମିଶନ ଗୌହାଟୀରେ ସମସ୍ତ ରାଜନୈତିକ ଦଳ ସହିତ ସାକ୍ଷାତ କରିବେ। ସେମାନେ ଦଳୀର ପ୍ରତିନିଧିଙ୍କ ସହ ଆଲୋଚନା କରିବେ ଏବଂ ମତାମତ ସଂଗ୍ରହ କରିବେ। କମିଶନ ଆସାମର ମୁଖ୍ୟ ସଚିବ ଏବଂ ପୋଲିସ ମହାନିର୍ଦ୍ଦେଶକ (ଡିଜିପି)ଙ୍କ ସହିତ ସମସ୍ତ ଜିଲ୍ଲାର ଡିଷ୍ଟ୍ରିକ୍ଟ ମାଜିଷ୍ଟ୍ରେଟ (ଡିଏମ୍) ଏବଂ ସୁପରିଣ୍ଟେଣ୍ଡେଣ୍ଟ (ଏସ୍ପିଙ୍କ ) ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କ ସହିତ ସାକ୍ଷାତ କରିବେ।