ପ୍ରମୂଖ ଖବର
  • ସୋର : ପାଇଖାନା ଟାଙ୍କି କାମ କରୁଥିଲେ, ବିଦ୍ୟୁତ ଆଘାତରେ ୩ ଶ୍ରମିକ ମୃତ
  • ||
  • ସରିଲା କ୍ରିକେଟର ରିଙ୍କୁ ସିଂଙ୍କ ନିର୍ବନ୍ଧ; ପ୍ରିୟା ସରୋଜଙ୍କୁ ପିନ୍ଧାଇଲେ ମୁଦି, ଲୁହ ଅଟକାଇ ପାରିଲେନି ସାଂସଦ
  • ||
  • ଶିଳ୍ପ ବିକାଶ ନେଇ ରାଜ୍ୟ ସରକାରଙ୍କ ବୈଠକ, ଶିଳ୍ପପତି ଓ ଉଦ୍ୟୋଗୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା
  • ||
  • ୧୭ ବର୍ଷ, ଅନେକ ଚ୍ୟାଲେଞ୍ଜ ଆଉ ଐତିହାସିକ ଚେନାବ ବ୍ରିଜ... ଜାଣନ୍ତୁ କିଏ ମାଧବୀ ଲତା ? ତୁଲାଇଥିଲେ ବଡ଼ ଭୂମିକା
  • ||
  • ଅନୁଗୁଳ : ବିଦ୍ୟୁତ୍ ଆଘାତରେ ଶିଶୁପୁତ୍ର ଗୁରୁତର, ମେଡିକାଲରେ ଭର୍ତ୍ତି
  • ||
  • ଅନୁଗୁଳ : କାରଖାନାରେ ଅଘଟଣ, ୧୫ ଫୁଟ ଉଚ୍ଚରୁ ପଡ଼ି ଶ୍ରମିକ ମୃତ
  • ||
  • ଢେଙ୍କାନାଳ : ବଗିଚା ଜଗିବାକୁ ଯିବାବେଳେ କଚାଡି ଦେଲା ହାତୀ, ବୃଦ୍ଧ ଗୁରୁତର
  • ||
  • ରାଜଧାନୀ‌ରେ ଚାଞ୍ଚଲ୍ୟ: ନାବାଳିକାକୁ ସେବାୟତଙ୍କ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଗିରଫ
  • ||
  • ଏଲନ ମସ୍କଙ୍କୁ ଭୟଙ୍କର ପରିଣାମ ଭୋଗିବାକୁ ପଡିବ...ଡୋନାଲ୍ଡ ଟ୍ରମ୍ପଙ୍କ ଚେତାବନୀ
  • ||
  • ଅଶାନ୍ତ ମଣିପୁର; ୫ ଦିନ ୫ ଜିଲ୍ଲାରେ ଇଣ୍ଟରନେଟ୍ ସେବା ବନ୍ଦ
  • ||
  • ଭଦ୍ରକ : ଓଲଟିଲା ବାଲି ବୋଝେଇ ଟ୍ରକ୍‌, ଅଳ୍ପକେ ବର୍ତ୍ତିଲେ ପରିବାରଲୋକେ
  • ||
  • କୋଲମ୍ବିଆରେ ରାଷ୍ଟ୍ରପତି ପ୍ରାର୍ଥୀ ମିଗୁଏଲଙ୍କୁ ଗୁଳିମାଡ଼, ସଙ୍କଟାପନ୍ନ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
  • ||
  • ତତଲା କଢ଼େଇରେ ସିଝୁଛି ଓଡ଼ିଶା: ୩ ଦିନରେ ୨ରୁ ୩ ଡିଗ୍ରୀ ବଢ଼ିବ ତାତି, ସୋମବାର ୪୪ ଡିଗ୍ରୀ ଛୁଇଁପାରେ ପାରଦ
  • ||

ମାଣିକ୍ୟ ବିହାର ରିସର୍ଚ୍ଚ ଇନଫରମେସନ ସିଷ୍ଟମ ସହିତ ମା'ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟର ଚୁକ୍ତି ସ୍ଵାକ୍ଷରିତ

Published By : Suraj Kumar | June 8, 2025 8:43 PM

ଭବାନୀପାଟଣା,୮।୬: କଳାହାଣ୍ଡି ମା '  ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟ ଗବେଷଣା ଦିଗରେ ଏକ ନୂଆ ପଦକ୍ଷେପ ନେଇଥିବା ଜଣାଯାଇଛି। ଉନ୍ନତମାନର ଗବେଷଣା ପାଇଁ କ୍ଷେତ୍ର ପ୍ରଶସ୍ତ କରି ଗବେଷକମାନଙ୍କୁ ପ୍ରୋତ୍ସାହନ ଦେଇ ଆସୁଥିବା ବେଳେ ପୁଣି ଗବେଷଣା କ୍ଷେତ୍ରରେ ଏକ ନୂଆ ଫର୍ଦ୍ଦ ଯୋଡି ହୋଇଛି । ନୂଆଦିଲ୍ଲୀ ଠାରେ ଅନୁଷ୍ଠିତ ଇଣ୍ଟରନ୍ୟାସନାଲ କନଫରେନ୍ସ ଅନ ଗ୍ଳୋବାଲ କନଫରେନ୍ସ ଆଣ୍ଡ ଟ୍ରିଆଙ୍ଗୁଲାର କନଫରେନ୍ସ: ଏମରଜିଙ୍ଗ ଫେକ୍ଟସ୍  ସମାରୋହରେ ଭାରତର ବିଭିନ୍ନ ବିଶ୍ୱବିଦ୍ୟାଳୟର କୁଳପତିମାନେ ଯୋଗ ଦେଇଥିଲେ । 

ଏହି ସମାରୋହର ଉଦଘାଟନୀ ପର୍ବରେ ରିସର୍ଚ୍ଚ ଇନଫରମେସନ ସିଷ୍ଟମ (ଆର ଆଇ ଏସ୍) ସହିତ ମା ' ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟର ଚୁକ୍ତି ସ୍ଵାକ୍ଷରିତ ହୋଇଛି  । ଏଥିରେ ରିସର୍ଚ୍ଚ ଇନଫରମେସନ ସିଷ୍ଟମ (ଆର ଆଇ ଏସ୍)ର ମହାନିର୍ଦ୍ଦେଶକ ପ୍ରଫେସର ସଚିନ ଚତୁର୍ବେଦୀ ,ଭାରତୀୟ ସାମାଜିକ ବିଜ୍ଞାନ ଗବେଷଣା ପରିଷଦ (ଆଇ ସି ଏସ୍ ଏସ୍ ଆର)ର ସଦସ୍ୟ ସଚିବ ପ୍ରଫେସର ଧନଞ୍ଜୟ ସିଂହ ଓ ମା' ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟର କୁଳପତି ଡକ୍ଟର ନିବେଦିତା ନାଥ ଉପସ୍ଥିତ  ଥିଲେ । ଏହି ଚୁକ୍ତି ସ୍ଵାକ୍ଷର ସମାରୋହରେ ରିସର୍ଚ୍ଚ ଇନଫରମେସନ ସିଷ୍ଟମ (ଆର ଆଇ ଏସ) ଦ୍ୱାରା ମନୋନୀତ ଭାରତର ୨୧ଟି ବିଶ୍ୱବିଦ୍ୟାଳୟ ମଧ୍ଯରୁ ମା ' ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟ ଚୁକ୍ତି ସ୍ଵାକ୍ଷର ପାଇଁ ରହିଥିବା ଚାରୋଟି ମାନଦଣ୍ଡରେ ଉତ୍ତୀର୍ଣ୍ଣ ହୋଇ ଓଡିଶାର ଏକମାତ୍ର ବିଶ୍ୱବିଦ୍ୟାଳୟ ଭାବେ ଗୌରବ ବୃଦ୍ଧି କରିଛି । ଏହାଦ୍ୱାରା ଓଡ଼ିଶା ତଥା କଳାହାଣ୍ଡିର ଶୈକ୍ଷିକ ପରିବେଶରେ ଗବେଷଣାର ଗୁଣାତ୍ମକ ମାନ ବୃଦ୍ଧି ପାଇବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି। ବିଶ୍ୱବିଦ୍ୟାଳୟର ଗବେଷଣାର ପରିଧିକୁ ପରିବ୍ୟାପ୍ତ କରିବାରେ ରିସର୍ଚ୍ଚ ଇନଫରମେସନ ସିଷ୍ଟମ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା ସହିତ ନବୀନ ଗବେଷକଙ୍କ ପାଇଁ ନୂଆ ବାଟ ଦେଖାଇବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.