ନୂଆଦିଲ୍ଲୀ: ମଣିପୁରରେ ପୁଣି ଥରେ ଅର୍ଦ୍ଧସାମରିକ ବାହିନୀକୁ ଟାର୍ଗେଟ କରାଯାଇଛି। ଶୁକ୍ରବାର ସନ୍ଧ୍ୟାରେ ବିଷ୍ଣୁପୁର ଜିଲ୍ଲାରେ ଏକ ସଶସ୍ତ୍ର ଗୋଷ୍ଠୀ ଆସାମ ରାଇଫଲ୍ସର ଏକ ଗାଡ଼ି ଉପରେ ଆକ୍ରମଣ କରିଛନ୍ତି, ଯେଉଁଥିରେ ଆସାମ ରାଇଫଲ୍ସର ଦୁଇ ଜଣ ସୈନିକଙ୍କ ମୃତ୍ୟୁ ହୋଇଛି ଏବଂ ଅନ୍ୟ ଦୁଇ ଜଣ ଆହତ ହୋଇଛନ୍ତି।
ଅଧିକାରୀ ମାନେ କହିଛନ୍ତି ଯେ,ଏହି ଘଟଣା ସନ୍ଧ୍ୟା ପ୍ରାୟ ୬ଟାରେ ଜିଲ୍ଲାର ନାମୋଲ ସବାଲ ଲେଇକାଇ ଅଞ୍ଚଳରେ ଘଟିଛି।"ଇମ୍ଫାଲରୁ ବିଷ୍ଣୁପୁର ଜିଲ୍ଲାକୁ ଆସାମ ରାଇଫଲ୍ସର ସୈନିକ ମାନଙ୍କୁ ନେଇ ଯାଉଥିବା ଗାଡ଼ି ଉପରେ ବନ୍ଧୁକଧାରୀଙ୍କ ଏକ ଗୋଷ୍ଠୀ ଆକ୍ରମଣ କରିଛନ୍ତି। ଏହି ଆକ୍ରମଣରେ ଦୁଇ ଜଣ ସୈନିକଙ୍କ ମୃତ୍ୟୁ ହୋଇଛି ଏବଂ ଅନ୍ୟ ଦୁଇ ଜଣ ଆହତ ହୋଇଛନ୍ତି ।
ଅନ୍ୟ ଜଣେ ଅଧିକାରୀ କହିଛନ୍ତି ଯେ ଆହତ ସୈନିକ ମାନଙ୍କୁ ପୋଲିସ ଏବଂ ସ୍ଥାନୀୟ ଲୋକମାନେ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ସେଠାରେ ସେମାନଙ୍କର ଚିକିତ୍ସା ଜାରି ରହିଛି।