ନୂଆଦିଲ୍ଲୀ,୦୯ /୦୯:ନେପାଳରେ ବର୍ତ୍ତମାନ ହିଂସାତ୍ମକ ପ୍ରତିବାଦ ଚାଲିଛି। ନେପାଳ ସରକାର ଫେସବୁକ୍ ଏବଂ ଇନଷ୍ଟାଗ୍ରାମକୁ ନିଷିଦ୍ଧ କରିବା ପରେ ରାଜରାସ୍ତାକୁ  ଓହ୍ଲାଇଛନ୍ତି ଜେନ-ଜି। ଆଉ ଏହାରି ମଧ୍ୟରେ ନେପାଳରେ ହେଉଥିବା ଏହି ପ୍ରତିବାଦକୁ ନେଇ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ମନୀଷା କୋଇରାଲା । ମନୀଷା ଜେନେରାଲ ଜେନ-ଜିଙ୍କୁ ସମର୍ଥନ କରି ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛନ୍ତି।

ମନୀଷା କୋଇରାଲା ରକ୍ତରେ ଭିଜା ଜୋତାର ଏକ ଫଟୋ ସେୟାର କରି କ୍ୟାପସନରେ ଏହି ଦିନକୁ କଳା ଦିନ ବୋଲି ସେ କହିଛନ୍ତି। ଆପଣଙ୍କୁ କହି ରଖୁଛୁ ଯେ ମନୀଷା କୋଇରାଲା କାଠମାଣ୍ଡୁରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ଜେଜେବାପା ବିଶେଶ୍ୱର ପ୍ରସାଦ ନେପାଳର ପ୍ରଧାନମନ୍ତ୍ରୀ ଥିବା ବେଳେ ତାଙ୍କ ପିତା ଜଣେ କ୍ୟାବିନେଟ ମନ୍ତ୍ରୀ ଥିଲେ। ସେ ନେପାଳୀ ଫିଲ୍ମ ଫେରି ଭେଟିଉଲା ସହିତ ତାଙ୍କର କ୍ୟାରିଅର ଆରମ୍ଭ କରିଥିଲେ। ଏହା ପରେ ସେ ଫିଲ୍ମ ସୌଦାଗର ସହିତ ବଲିଉଡରେ ଡେବ୍ୟୁ କରିଥିଲେ। 

ପ୍ରକାଶ ଥାଉକି, ସୋମବାରଠାରୁ ନେପାଳରେ ସୋସିଆଲ ମିଡିଆ ବ୍ୟାନକୁ ନେଇ ବିରୋଧ ପ୍ରଦର୍ଶନ ଚାଲିଛି। ନେପାଳରେ ଜେନେରାଲ ଜେଡଙ୍କ ହିଂସାତ୍ମକ ପ୍ରତିବାଦରେ ଅତି କମରେ ୨୦ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୩୦୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି। ନେପାଳ କର୍ତ୍ତୃପକ୍ଷ କାଠମାଣ୍ଡୁ ଏବଂ ନେପାଳର ଅନେକ ସହରରେ କର୍ଫ୍ୟୁ ଜାରି କରିଛନ୍ତି। ନେପାଳରେ ଥିବା ଭାରତୀୟ ନାଗରିକମାନଙ୍କୁ ସତର୍କ ରହିବାକୁ ଏବଂ କର୍ତ୍ତୃପକ୍ଷଙ୍କ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ପାଳନ କରିବାକୁ କୁହାଯାଇଛି।