ପ୍ରମୂଖ ଖବର
  • ରଣଜୀ ଟ୍ରଫିର ଦ୍ୱିତୀୟ ଭାଗ: ଆଜିଠୁ ଗ୍ରାଉଣ୍ଡକୁ ଓହ୍ଲାଇବେ ରୋହିତ, ପନ୍ତ, ଗିଲ୍‌, ଜାଡ଼େଜା
  • ||
  • ଘନ କୁହୁଡ଼ିର ଚାଦର ତଳେ ଆଠଗଡ଼, ଯାତାୟତ ବାଧାପ୍ରାପ୍ତ
  • ||
  • କରଞ୍ଜିଆ : ଶିକାରୀଙ୍କୁ ଧରାଇ ଦେଲା ଏଆଇ କ୍ୟାମେରା, ୩ ଜଣଙ୍କୁ ଧରିଲା ସ୍ବତନ୍ତ୍ର ଏନଫୋର୍ସମେଣ୍ଟ୍ ଟିମ୍
  • ||
  • ରାଜ୍ୟରେ ରେକର୍ଡ ଭାଙ୍ଗିଲାଣି ତାତି: କୋରାପୁଟରେ ୩୩.୨ ଡିଗ୍ରୀ ପାର୍, ଆଗକୁ ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ବଢ଼ିବ
  • ||
  • ଭଦ୍ରକ : ଇଲେକ୍ଟ୍ରୋନିକ୍ସ ଦୋକାନରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ
  • ||

ୟୁପିର ହାଥରସରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ମ୍ୟାଜିକ୍କୁ ଧକ୍କା ଦେଲା ଟ୍ୟାଙ୍କର, ୭ ମୃତ, ୧୩ ଆହତ...

Published By : Prameya | December 10, 2024 4:49 PM

ନୂଆଦିଲ୍ଲୀ : ୟୁପିର ହାଥରସ୍ ଜିଲ୍ଲାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏଠାରେ ଏକ ଅନିୟନ୍ତ୍ରିତ ଟ୍ରକ ଏକ ଯାତ୍ରାବାହୀ ଟାଟା ମ୍ୟାଜିକ୍‌କୁ ଧକ୍କା ଦେଇଛି । ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ଖେଳିଯାଇଛି । ସ୍ଥାନୀୟ ଲୋକମାନେ  ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବାହାରକୁ ନେଇଛନ୍ତି । ଏହି ସଡକ ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୩ ରୁ ଅଧିକ ଲୋକ ଆହତ ହୋଇଥିବା କୁହାଯାଉଛି । ମୃତକଙ୍କ ମଧ୍ୟରେ ଶିଶୁ ଓ ମହିଳା ମଧ୍ୟ ଅଛନ୍ତି । ସୂଚନା ଅନୁସାରେ ଟାଟା ମ୍ୟାଜିକରେ ଯାତ୍ରା କରୁଥିବା ସମସ୍ତ ଲୋକ ହାଥରସ୍‌ର କୁମରାଇ ଗାଁରୁ ଏଟାର ନାଗଲା ଇମଲିଆ ଗାଁକୁ ଯାଉଥିଲେ । ଏହି ସମୟରେ କୋଟୱାଲି ହାଥରସ ଜଙ୍କସନ ଅଞ୍ଚଳର ସାଲେମପୁର ନିକଟରେ ଏହି ଦୁର୍ଘଟଣା ଘଟିଛି।

ହାଥରସ୍ ଜିଲ୍ଲା ଅଧିକାରୀ ଆଶିଷ କୁମାର ଘଟଣା ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ଚାନ୍ଦପା ଗ୍ରାମ ନିକଟରେ ପିକଅପ୍ ଏବଂ କ୍ୟୁରିଅର୍ ଟ୍ୟାଙ୍କର୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୭ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ତିନିଜଣ ମହିଳା, ତିନି ଜଣ ପୁରୁଷ ଏବଂ ଜଣେ ଶିଶୁ ଅଛନ୍ତି । ଆହତଙ୍କ ମଧ୍ୟରେ ୬ ଜଣଙ୍କୁ ରେଫର କରାଯାଇଥିବା ବେଳେ ୭ ଜଣ ଜିଲ୍ଲା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

ଏହି ଦୁର୍ଘଟଣା ପରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଏକ ପୋଷ୍ଟ କରି ଦୁଃଖ ପ୍ରକାଶ କରିଛନ୍ତି। ହାଥରସ୍ ଜିଲ୍ଲାର ମଥୁରା-କାସଗଞ୍ଜ ରାଜପଥରେ ଏକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇବା ଅତ୍ୟନ୍ତ ଦୁଖଦାୟକ ଏବଂ ହୃଦୟ ବିଦାରକ। ଶୋକସନ୍ତପ୍ତ ପରିବାରକୁ ମୋର ସମବେଦନା । ଜିଲ୍ଲା ପ୍ରଶାସନିକ ଅଧିକାରୀଙ୍କୁ ତୁରନ୍ତ ଉଦ୍ଧାରକାର୍ଯ୍ୟ କରିବାକୁ ଏବଂ ଆହତ ମାନଙ୍କୁ ତୁରନ୍ତ ଉପଯୁକ୍ତ ଚିକିତ୍ସା ପାଇଁ ଡାକ୍ତରଖାନା ନେବାକୁ ନିର୍ଦ୍ଦେଶ ଦିଆଯାଇଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.